Categories: ଜାତୀୟ

ଧ୍ୱଂସ ହେବ ଆତଙ୍କବାଦୀ ଶିବିର: ସତ୍ୟପାଲ ମଲିକ

ଜମ୍ମୁ,୨୧।୧୦: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତୀୟ ସେନା ଯେଉଁ ତୋପ ବ୍ୟବହାର କରିଥିଲା ତାକୁ ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଆତଙ୍କବାଦୀ ଶିବିରକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରାଯିବ। ଯଦି ସେମାନେ ସୁଧୁରିବେ ନାହିଁ ତେବେ ଆମେ ପିଓକେ ଭିତରକୁ ପ୍ରବେଶ କରିବୁ। ସୂଚନାଯୋଗ୍ୟ, ରବିବାର ପାକିସ୍ତାନ ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲା ତଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା। ନିକଟରେ ଶହୀଦ ହୋଇଥିବା ସାଥୀ ଯବାନଙ୍କ ପ୍ରତିଶୋଧ ନେବା ଲାଗି ଭାରତୀୟ ଯବାନ ପାକିସ୍ତାନର ପାଖାପାଖି ୩ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଦେଇଥିଲେ। ଆଉ ଏହାପରେ ଏବେ ସେଠାରେ ସ୍ଥିତି ସାମାନ୍ୟ ନ ଥିବା ଜଣାପଡିଛି।

Share