ଧ୍ୱଂସାଭିମୁଖୀ ମନ୍ଦିର କାରୁକାର୍ଯ୍ୟ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଓଡ଼ିଶାରେ ଐତିହ୍ୟର ସଂରକ୍ଷଣ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଅଧୀନରେ ରାଜ୍ୟର ୭୯ କୀର୍ତ୍ତିରାଜି ରହିଥିବାବେଳେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥା ଅଧୀନରେ ରହିଛି ୨୧୮ ଐତିହ୍ୟସ୍ଥଳୀ। ମାତ୍ର ଏଗୁଡ଼ିକର ସଂରକ୍ଷଣ, ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ କ୍ରମାଗତ ଏହା ନଷ୍ଟ ହେବାରେ ଲାଗିଛି। ସମୟ ସ୍ରୋତରେ ଉତ୍କୃଷ୍ଟ ମନ୍ଦିରର କଳାକୃତି ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ମନ୍ଦିର ଗାତ୍ରରୁ ପାରମ୍ପରିକ କାରୁକାର୍ଯ୍ୟ ଲିଭିଯାଉଥିବା ବେଳେ ସେଠାରେ ଆଉ ଦେଖିବାକୁ ମିଳୁନି ପୁରାତନ ଶିଳ୍ପୀଙ୍କ ଛାପ। ଏପଟେ ଯେତେ ପୁନରୁଦ୍ଧାର ଏବଂ ସଂରକ୍ଷଣ ହେଲେ ମଧ୍ୟ ସେଥିରେ ସ୍ଥାନ ପାଉନି ପୁରାତନ କାରୁକାର୍ଯ୍ୟ। ଫଳରେ ଓଡ଼ିଆ ଶିଳ୍ପୀଙ୍କ କୃତିତ୍ବ ଧୀରେ ଧୀରେ ଲୋପ ପାଇଯାଉଛି।
ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପବନ ମାଡ଼ରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଅଧିକାଂଶ ମନ୍ଦିର ଏବଂ କୀର୍ତ୍ତିରାଜି ନଷ୍ଟ ହୋଇଯାଉଛି। ରାଜଧାନୀ ଭୁବନେଶ୍ୱରରେ ଥିବା ପ୍ରାୟ ୨୦ ମନ୍ଦିର ଏବେ ଧ୍ୱଂସାଭିମୁଖୀ ଅବସ୍ଥାରେ ପହଞ୍ଚତ୍ଛି। ଗତକିଛି ବର୍ଷ ହେଲା ରାଜ୍ୟ ସଂସ୍କୃତି ବିଭାଗ ଏବଂ ଏଏସ୍‌ଆଇ ମନ୍ଦିରଗୁଡ଼ିକର ପୁନରୁଦ୍ଧାର କରିବା ସହ ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ଗୁରୁତ୍ବ ଦେଉଛି। ହେଲେ ତାହା ଫଳପ୍ରଦ ହେଉନାହିଁ। କୋଣାର୍କ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସେଥିରେ ପୂର୍ବ କଳାକୃତି ଆଉ ଦେଖିବାକୁ ମିଳୁନି। ମନ୍ଦିରର ଅଧିକାଂଶ ସ୍ଥାନରେ ସାଧା ପଥର ଖଞ୍ଜାଯାଇ କାର୍ଯ୍ୟ କରାଯାଉଛି। ଫଳରେ ସୂର୍ଯ୍ୟ ମନ୍ଦିରର ପୁରାତନ କାରୁକାର୍ଯ୍ୟ ନଷ୍ଟ ହୋଇଗଲାଣି। ସେହିପରି ପୁରୀ ଶ୍ରୀମନ୍ଦିରର ମରାମତି ସମୟରେ କଳାକୃତି ଲୋପପାଉଥିବା ଅଭିଯୋଗ ହେବାପରେ ଏଏସ୍‌ଆଇ ସେଥିପ୍ରତି ଦୃଷ୍ଟି ଦେଇଛି। ରାଜ୍ୟ ସଂସ୍କୃତି ବିଭାଗ ଅଧୀନ ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥା ଦ୍ୱାରା ପୁରୀ ମାଣିକପାଟଣାର ଭବକୁଣ୍ଡଳେଶ୍ୱର ମନ୍ଦିର, ବାଲିହରଚଣ୍ଡୀର ହରଚଣ୍ଡୀ ମନ୍ଦିର, ଗଞ୍ଜାମ କଣ୍ଟିଆଗଡ଼ରେ ଥିବା ବଟେଶ୍ୱର ମନ୍ଦିର, କେନ୍ଦ୍ରାପଡ଼ା ଜିଲା ପେଣ୍ଠରେ ଥିବା ଜଗନ୍ନାଥ ମନ୍ଦିର, ଚିଲିକା ନିକଟ ନଇରୀରେ ଥିବା ହରିହର ମନ୍ଦିର ଆଦିର ସଂରକ୍ଷଣ କାର୍ଯ୍ୟ କରାଯାଇଥିଲା। ହେଲେ ଏଠାରେ ମଧ୍ୟ ମନ୍ଦିର କଳାକୃତିର ଛାପ କିଛି ଅଂଶରେ କ୍ଷୟ ହେଉଥିବା ଅଭିଯୋଗ ହୋଇଛି। ମନ୍ଦିର ଗାତ୍ରରୁ ଏଭଳି କଳାକୃତି ଧୀରେ ଧୀରେ ଲିଭିଯିବା ନେଇ ବିଶିଷ୍ଟ ଶିଳ୍ପୀମାନେ ସ୍ବର ଉଠାଇଛନ୍ତି। ଯଦି ଏବେଠାରୁ ଏ ଦିଗରେ ପଦକ୍ଷେପ ନିଆ ନ ଯାଏ, ତେବେ ଆଗାମୀ ଦିନରେ ଓଡ଼ିଶାର ମନ୍ଦିର କଳାକୃତି ସମ୍ପୂର୍ଣ୍ଣ ଲୋପ ପାଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଓଡ଼ିଶା ଷ୍ଟେଟ୍‌ ଆର୍କିଓଲୋଜି ସୁପରିଣ୍ଟେଣ୍ଡେଣ୍ଟ ସଂଘମିତ୍ରା ଶତପଥୀ କହିଛନ୍ତି, ମନ୍ଦିର କାରୁକାର୍ଯ୍ୟର ସଂରକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏବେ ୮୩ ମନ୍ଦିର ସଂରକ୍ଷଣ କାମ ପାଇଁ ଅନୁମତି ମିଳିଥିବାବେଳେ ୩୦ଟିର କାମ ଚାଲିଛି। ଏବେ ବି ଆମ ପାଖରେ ହଜାର ହଜାର ପ୍ରସ୍ତାବ ପଡ଼ିରହିଛି ବୋଲି ଶତପଥୀ କହିଛନ୍ତି।

ଓଡ଼ିଶାରେ ରେଖ, ପିଢ଼ ଡିଜାଇନ୍‌ର ଅଧିକାଂଶ ମନ୍ଦିର:

ଦେଶରେ ଥିବା ମନ୍ଦିରଗୁଡିକଠାରୁ ଓଡ଼ିଶାର ମନ୍ଦିର କଳାକୃତି ସମ୍ପୂର୍ଣ୍ଣ ଭିନ୍ନ। ରେଖ, ପିଢ଼ ଏବଂ ଖାଗା ଭଳି ଏଠାରେ ସାଧାରଣତଃ ୩ ପ୍ରକାରର ମନ୍ଦିର ଦେଖିବାକୁ ମିଳିଥାଏ। ଏହି ୩ ଆକୃତିର ମନ୍ଦିର ମଧ୍ୟରୁ ରେଖ ଏବଂ ପିଢ଼ ଡିଜାଇନ୍‌ ମନ୍ଦିର ଓଡ଼ିଶାରେ ସର୍ବାଧିକ। ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ମଧ୍ୟ ଏହି ଆକୃତିର ମନ୍ଦିର ସଂଖ୍ୟା ବେଶି। ମନ୍ଦିରର ଡିଜାଇନ୍‌ ସାଙ୍ଗକୁ ଏହାର ଚାରିପାଖର କଳାକୃତି ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ଅଧିକାଂଶ ମନ୍ଦିରରେ କୃଷ୍ଣଙ୍କ ଗୋପଲୀଳା ସାଙ୍ଗକୁ ନର୍ତ୍ତକୀଙ୍କ ଅର୍ଦ୍ଧନଗ୍ନ ନୃତ୍ୟ ଆକର୍ଷଣୀୟ। ମନ୍ଦିର ଚତୁଃପାର୍ଶ୍ୱରେ ଖୋଦିତ ଏଭଳି କଳାକୃତି ଓଡ଼ିଆ ଶିଳ୍ପୀଙ୍କ ଭିନ୍ନତାକୁ ଦର୍ଶାଇଥାଏ। ହେଲେ ଧୀରେ ଧୀରେ ମନ୍ଦିରଗୁଡିକରେ ଖୋଦିତ କଳାକୃତି ଲୋପ ପାଇବାକୁ ବସିଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri