Categories: ଖେଳ

ଧୋନୀ ଖେଳିବା ଉଚିତ୍‌: କୁଲଦୀପ

ନୂଆଦିଲ୍ଲୀ,୮।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ରିଷ୍ଟ ସ୍ପିନର କୁଲଦୀପ ଯାଦବ। ତାଙ୍କ ପାଖରେ ଏବେବି ବହୁତ କ୍ରିକେଟ ବାକି ରହିଛି। ଏବେ ମଧ୍ୟ ସେ ଭାରତ ପାଇଁ ଖେଳିପାରିବେ ବୋଲି ବ୍ୟକ୍ତିଗତ ଭାବେ ଅନୁମାନ କରୁଛି। ଧୋନୀଙ୍କ ଭବିଷ୍ୟତ ନେଇ କେବଳ ସେ ହିଁ ନିଷ୍ପତ୍ତି ନେଇପାରିବେ। ଏ ନେଇ ଆକଳନ କରିବା ଠିକ୍‌ ନୁହଁ ବୋଲି କୁଲଦୀପ କହିଛନ୍ତି।
ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ ଖେଳିବା ପରେ ଧୋନୀ ଏପର୍ଯ୍ୟନ୍ତ ଭାରତ ପାଇଁ କୌଣସି ମ୍ୟାଚ୍‌ ଖେଳି ନାହାନ୍ତି। ସେମିରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା। ଧୋନୀଙ୍କ କ୍ୟାରିୟର ଓ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଜାରି ରହିଛି। ତେବେ ଏବେ ମଧ୍ୟ ଧୋନୀ ଭାରତ ପାଇଁ ଖେଳିଲେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରିବେ। ଧୋନୀଙ୍କ ଅନୁପସ୍ଥିତି ଆମେ ଅନୁଭବ କରୁଛୁ। ଅବସର ନିଷ୍ପତ୍ତି ତାଙ୍କ ଉପରେ ଛାଡିଦେବା ଉଚିତ୍‌। ଏ ନେଇ ଅଧିକ ଆଲୋଚନାର ଆବଶ୍ୟକତା ନାହିଁ। ସେ ଏବେ ମଧ୍ୟ ବହୁତ ଫିଟ୍‌ ଅଛନ୍ତି। ସେ ଭାରତ ପାଇଁ ଖେଳିବା ଉଚିତ୍‌ ଓ ଏହା ମୋର ବ୍ୟକ୍ତିଗତ ମତ। ତାଙ୍କୁ ଭଲପାଏ ଓ ତାଙ୍କ ସହିତ ଖେଳିଲେ ଆମେ ବହୁତ ସହଜ ଅନୁଭବ କରିଥାଉ ବୋଲି କୁଲଦୀପ କହିଛନ୍ତି। ଯଦି ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ) ଆୟୋଜନ ସମ୍ଭବ ହୋଇଥାନ୍ତା ତାହେଲେ ଧୋନୀ ଏବେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଉଥାନ୍ତେ। କିନ୍ତୁ କୋଭିଡ-୧୯ ମହାମାରୀ କାରଣରୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି।

Share