Categories: ବାଣିଜ୍ୟ

ଧୂପବତି ଆମଦାନୀ ଉପରେ ଜାରି ହେଲା କଟକଣା

ନୂଆଦିଲ୍ଲୀ,୧-୯: ଦେଶରେ ଧୂପବତି ଆମଦାନୀ ଅହେତୁକ ବୃଦ୍ଧି ପାଇଥିବା ବେଳେ ଏଥିରେ ଲଗାମ ଲଗାଇବାକୁ ଯାଇ କେନ୍ଦ୍ର ସରକାର ଏହା ଉପରେ କଟକଣା ଜାରି କରିଛନ୍ତି। ଏଣିକି ଧୂପବତୀ ଆମଦାନୀକାରୀଙ୍କୁ ଏଥିପାଇଁ ଲାଇସେନ୍ସ ନେବାକୁ ହେବ। ଏ ସମ୍ପର୍କରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ(ଡିଜିଏଫ୍‌ଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନାଥାଉ କି, ଚାଇନା ଓ ଭିଏତନାମରୁ ବିପୁଳ ମାତ୍ରାରେ ଧୂପବତି ଆମଦାନୀ ହେଉଛି। ଡିଜିଏଫ୍‌ଟି ପକ୍ଷରୁ କୁହାଯାଇଛି ଯେ, ଧୂପବତି ଓ ସୁଗନ୍ଧିତ କରିବାରେ ବ୍ୟବହାର ହେଉଥିବା ସାମଗ୍ରୀଗୁଡ଼ିକର ଆମଦାନୀ ଉପରେ କଟକଣା ଜାରି କରାଯାଉଛି। ଏଭଳି ପଦାର୍ଥର ଆମଦାନୀ ୨୦୧୭-୧୮ରେ ୭୫.୧ ଲକ୍ଷ ଡଲାର ଥିଲା , ଯାହା କି ୨୦୧୮-୧୯ରେ ବୃଦ୍ଧି ପାଇ ୧.୨୩ କୋଟି ଡଲାରରେ ପହଞ୍ଚତ୍ଗଲାଣି। ଚଳିତ ବର୍ଷ ଏପ୍ରିଲ-ଜୁନରେ ଧୂପବତି ଓ ଅନ୍ୟ ସୁଗନ୍ଧଯୁକ୍ତ ସାମଗ୍ରୀ ଆମଦାନୀ ୧.୭୭ କୋଟି ଡଲାରରେ ପହଞ୍ଚତ୍ଛି।

Share