Posted inଖେଳ

ଧାରରେ ଗ୍ଲୋଭ୍ସ ନେଇ ପ୍ରାକ୍ଟିସ କରୁଥିଲେ ପଙ୍ଘାଲ

ନୂଆଦିଲ୍ଲୀ,୨୬।୯: ବିଜେନ୍ଦ୍ର କୁମାର, ଅଖିଲ କୁମାର, ବିକାଶ କ୍ରିଷ୍ଣନ ଓ ଶିବ ଥପ୍ପାଙ୍କ ପରେ ଦେଶର ଉଦୀୟମାନ ବକ୍ସର ହେଉଛନ୍ତି ରୋହତକର ଅମିତ ପଙ୍ଘାଲ। ନିକଟରେ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ପଙ୍ଘାଲଙ୍କୁ ବକ୍ସର ହେବା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ଯେତେବେଳେ ବକ୍ସିଂ ଆରମ୍ଭ କରିଥିଲେ ଧାରରେ ଗ୍ଲୋଭ୍ସ ଆଣି ପ୍ରାକ୍ଟିସ କରୁଥିଲେ। ତାଙ୍କୁ ସ୍ବପ୍ନ ସତ କରିବା ପାଇଁ ବଡ଼ ଭାଇ ଅଜୟ ପୂରା ସମର୍ଥନ କରିଥିଲେ। ଅଜୟ ସାନ ଭାଇର କ୍ୟାରିୟର ପାଇଁ ନିଜ ବକ୍ସିଂ ଛାଡ଼ି ଦେଇଥିଲେ। ବକ୍ସିଂ ଛାଡ଼ିବା ପୂର୍ବରୁ ଅଜୟ ଜାତୀୟ ସ୍ତରୀୟ ଇଭେଣ୍ଟରେ ଖେଳି ସାରିଥିଲେ। ମୁଁ ଯେତେବେଳେ ବକ୍ସିଂ ଆରମ୍ଭ କରିଥିଲି, ସେତେବେଳେ ଆମ ପରିବାର ଆର୍ଥିକ ସ୍ଥିତି ଭଲ ନ ଥିଲା। ଏଭଳି ପରିସ୍ଥିତି ସତ୍ତ୍ୱେ ଦୁଇ ଭାଇ ବକ୍ସର ହେବାକୁ ମନ ବଳାଇଥିଲେ। ପ୍ରଥମେ ଅଜୟ ଓ ପରେ ଅମିତ ବକ୍ସିଂ ବାଛିଥିଲେ। ଟ୍ରେନିଂ ବ୍ୟତୀତ ଜଣେ ବକ୍ସରଙ୍କ ଉଚିତ ଖାଇବା ଦରକାର, ଯାହା ପାଇଁ ଅର୍ଥ ଆବଶ୍ୟକ। ମୁଁ ମୋ ସାଙ୍ଗଙ୍କଠାରୁ ଧାରରେ ଗ୍ଲୋଭ୍ସ ନେଇ ଅଭ୍ୟାସ କରୁଥିଲି। ଆମ ନିକଟରେ ଗ୍ଲୋଭ୍ସ କିଣିବାକୁ ଅର୍ଥ ନ ଥିଲା। ଘରେ ଏ ନେଇ ଜଣାଉ ନ ଥିଲି। ଭାଇ ଆର୍ମି ପରୀକ୍ଷାରେ ସଫଳ ହୋଇ ଆର୍ମିରେ ଯୋଗ ଦେଇଥିଲେ। ସେ ଆୟ କରିବା ପରେ ମୋ ଡାଇଟ୍‌ ଓ ଆବଶ୍ୟକ ଉପକରଣ କିଣିଥିଲେ। ସେ ମୋତେ କେବଳ ବକ୍ସିଂରେ ମନ ଦେବାକୁ କହୁଥିଲେ। ମୁଁ ଆଜି ଯାହା ବି କିଛି ଅଛି, ସବୁ ଭାଇଙ୍କ ପାଇଁ ବୋଲି ଅମିତ କହିଛନ୍ତି। ୨୩ ବର୍ଷୀୟ ବକ୍ସର ଗତ ବର୍ଷ ଅନୁଷ୍ଠିତ ଏସିଆନ ଗେମ୍ସ ସ୍ବର୍ଣ୍ଣ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ଏଥିସହିତ ଏସିଆନ ଚାମ୍ପିୟନଶିପ୍‌ରେ ଗୋଟିଏ ଲେଖାଏ ବ୍ରୋଞ୍ଜ ଓ ରୌପ୍ୟ ପଦକ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri