ଧାମନଗରରେ ସ୍ବାଧୀନତା ଦିବସ

ଧାମନଗର,୧୫।୮(ଡି.ଏନ୍‌.ଏ.): ଧାମନଗରରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ତହସିଲରେ ତହସିଲଦାର ଦୁର୍ଗା ମୁର୍ମୁ, ଧୁଷୁରୀ ପୂଜ୍ୟପୂଜା ସଂସଦରେ ବିଧାୟକ ବିଷ୍ଣୁ ଚରଣ ସେଠୀ ପ୍ରମୁଖ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଧାମନଗର ଥାନା, ଧୁଷୁରୀ ଥାନା, ସରକାରୀ ବେସରକାରୀ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।