ଧାନ ବିକ୍ରି ପାଇଁ ଗ୍ରିଭେନ୍ସ ସେଲକୁ ପଶିଲେ ଚାଷୀ: ଦୀର୍ଘ ଘଣ୍ଟାଏ ଆଲୋଚନା ହେଲା, ଜିଲାପାଲଙ୍କ ଅଫିସ ଘେରାଉ

ନୂଆପଡା ଅଫିସ,୧ା୭
ରାଜ୍ୟ ସରକାର ନୂଆପଡ଼ା ଜିଲାରୁ ଧାନକିଣା ପାଇଁ ଜୁନ ୩୦ ତାରିଖକୁ ଶେଷ ଦିନ ଭାବେ ଲକ୍ଷ୍ୟ ଧାର୍ଯ୍ୟ କରି ଘୋଷଣା କରିଥିଲେ। ସେହି ଦିନ ସୁଦ୍ଧା ବଣ୍ଟନ କରାଯାଇଥିବା ଟୋକନରୁ ଧାନ ଉଠାଣ କରିବା ସିଦ୍ଧାନ୍ତ ନିଆଯାଇଥିଲା। ଟୋକନ ମିଳିଥିଲେ ହେଁ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ବିକ୍ରି ନ ହୋଇ ପଡିରହିଛି। ଏପଟେ ଛତିଶଗଡରୁ ଧାନ ଆସି ମିଲର୍ସଙ୍କ ଗୋଦାମରେ ପଡି ରହିଛି ବୋଲି ଅସନ୍ତୋଷ ଚାଷୀମାନେ ସୋମବାର ନୂଆପଡା ଆସି ଜିଲାପାଲଙ୍କ ଅଫିସ ଘେରାଉ କରିବା ସହ ସଦଭାବନା ସଭାଗୃହରେ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ଭିତରକୁ ପଶି ଦାବି ଜଣାଇଥିଲେ। ବାହାରେ ଶତାଧିକ ଚାଷୀ ଘେରାଉ କରି ରହି ଥିବାବେଳେ ଅଧିକାରୀମାନଙ୍କ ସହ ଦୀର୍ଘ ଘଣ୍ଟାଏକାଳ ଆଲୋଚନା ହୋଇଥିଲା। ଧାନ ବିକ୍ରି ନ ହେବା ଯାଏଁ ସେମାନେ ଅଭିଯୋଗ ଶୁଣାଣି ଶିବିରରେ ରହିବେ ବୋଲି ଅଡିବସିଥିଲେ। ପରେ ପୋଲିସର ଉପସ୍ଥିତିରେ ଚାଷୀମାନଙ୍କ ତରଫରୁ ପ୍ରସନ୍ନ କୁମାର ପାଢୀ, ଚତୁର୍ଭୁଜ ଶର୍ମା, ରବୀନ୍ଦ୍ର ମଙ୍ଗରାଜ, ହୋମ ସିଂ ମାଝି ପ୍ରମୁଖ ଆଲୋଚନା କରିଥିଲେ। ଅନ୍ୟପକ୍ଷେ ଅତିରିକ୍ତ ଜିଲାପାଳ ସୀତାରାମ ପଟେଲ, ଡିଆରଡିଏ ପିଡି ବୃଷଭ ଚନ୍ଦ୍ର ନାଏକ, ଜିଲା ଯୋଗାଣ ବିଭାଗ ଅଧିକାରୀ ଅଶୋକ ଦାସ, ଏଏସପି ସୁନୀଲ କୁମାର ଆଚାର୍ଯ୍ୟ, ଏସଡିପିଓ ଅଜୟ କୁମାର ପଟ୍ଟନାୟକ ପ୍ରମୁଖ ଦାବିଗୁଡିକ ଉପରେ ଗୋଟି ଗୋଟି କରି ଆଲୋଚନା କରିଥିଲେ। ଚାଷୀ ପକ୍ଷରୁ ତୁରନ୍ତ ଧାନ କିଣା ଯିବା, ମିଲର୍ସଙ୍କ ଗୋଦାମରେ ଭର୍ତ୍ତି ଥିବା ଛତିଶଗଡି ଧାନର ତଦନ୍ତ କରିବା, ଟୋକନ ପାଇଥିବା ଚାଷୀଙ୍କ ଧାନକୁ ମିଲର୍ସ କିଣି ନେବାକୁ ଦାବି କରାଯାଇଥିଲା । ଏହା ଉପରେ ବିଚାର କରି ମିଲର୍ସଙ୍କ ଗୋଦାମର ତନଖୀ କରାଯିବା, ଟୋକନ ଥିବା ଚାଷୀଙ୍କ ଧାନକୁ ତୁରନ୍ତ କିଣାଯିବାକୁ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା। ଏହିଭଳି ଜିଲାର ଧାନ କିଣା ଟାର୍ଗେଟକୁ ବୃଦ୍ଧି ସକାଶେ ରାଜ୍ୟ ସରକାରଙ୍କୁ ଜଣାଇଛୁ। ଏହା ବୃଦ୍ଧି କରାଗଲେ ସବୁ ଧାନ କିଣାଯିବ ବୋଲି କୁହାଯାଇଛି । ଏସବୁ ପ୍ରତିଶ୍ରୁତି ପରେ ଚାଷୀମାନେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ସୁଦ୍ଧା ଧାନ କିଣା ନ ଗଲେ ହଜାର ହଜାର ବସ୍ତା ଧାନ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟରେ ରଖି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳିସ୍ଥିତି ଜିଲାରେ ପ୍ରଥମ ଥର ପାଇଁ ହୋଇଥିବାରୁ ଏହାକୁ ଚାଷୀ ମହଲରେ ଜିଲା ପ୍ରଶାସନର ଅକ୍ଷମତା ବୋଲି କହି ତୀବ୍ର ନିନ୍ଦା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଜିଲାରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୨ ହଜାର କୁଇଣ୍ଟାଲ ଧାନ କିଣାଯାଇଛି । ତଥାପି ବିଭିନ୍ନ ମଣ୍ଡିରେ ୩୦ ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ପଡିରହିଥିବା ଚାଷୀମାନେ ଦାବି କରୁଛନ୍ତି । ଚାଷୀଙ୍କୁ ଟୋକନ ଦିଆଯାଇଛି। ଟୋକନ ନେଇ ଚାଷୀ ମିଲର୍ସଙ୍କ ଗୋଦାମକୁ ଯାଉଛନ୍ତି। ମିଲର୍ସମାନେ ତାଙ୍କ ମର୍ଜିରେ ୧୦/୨୦ କିଗ୍ରା କଟନି କରିବାକୁ ମୂଲଚାଳ କରୁଛନ୍ତି । ଏପଟେ ବର୍ଷା ଆସୁଥିବାରୁ ଚାଷୀ ବାରଦୁଆର ହେଉଛନ୍ତି। ଜିଲା ଅଫିସକୁ ଆସିଲେ ଟାର୍ଗେଟ ସରିଯାଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ବିଶେଷ କରି ପରକୋଡ, ଡୁମେରପାଣି, ଜଡାମୁଣ୍ଡା ମଣ୍ଡି ଅଧୀନ ଚାଷୀମାନେ ବ୍ୟତିବ୍ୟସ୍ତ ହୋଇପଡଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri