ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ: ରାଜପଥ ଉପରେ ଧାନ ଗଦା କଲେ ଚାଷୀ

ବରଗଡ ଅଫିସ,୨୧।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଜିଲାରେ ଚାଷୀ ଆନ୍ଦୋଳନ ଉଗ୍ର ରୁପ ଧାରଣ କରିଛି। ଗତ ସୋମବାରରୁ ଚାଷୀମାନେ ବରଗଡ଼, ଅତାବିରା, ଭେଡେନ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବେଳେ ଗୁରୁବାର ରାସ୍ତା ଉପରେ ଧାନ ଗଦା କରିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସକାଳୁ ଗୋଡଭଗା ସମଲେଶ୍ବରୀ ମନ୍ଦିର ସମ୍ମୁଖ ରାଜପଥରେ ଚାଷୀମାନେ ଧାନ ଗଦା କରି ଟୋକନ ବ୍ୟବସ୍ଥାର ପ୍ରତିବାଦ କରିବା ସହ ଏହି ବ୍ୟବସ୍ଥାକୁ ଉଠାଇବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ରାସ୍ତାରେ ଧାନ ଗଦା ହୋଇଥିବାରୁ ରାଜପଥ ଅବରୋଧ ହୋଇଛି। ଫଳରେ ରାଜପଥର ଉଭୟ ପାଶର୍‌ବରେ ଯାନବାହାନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। ଚାଷୀଙ୍କ ଏହି ଆନ୍ଦୋଳନ ଯୋଗୁ ବରଗଡ-ସମ୍ବଲପୁର ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଛି। ତେବେ ସ୍କୁଲ ବସ୍‌ ଏବଂ ଆମ୍ବୁଲାନ୍ସ ଯିବା ଆସିବା ପାଇଁ ରାଜପଥ ପାଶର୍‌ବରେ କିଛି ଅଂଶକୁ ଚାଷୀମାନେ ଛାଡିଦେଇଛନ୍ତି। ଘଟଣାସ୍ଥଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri