Categories: ଗଞ୍ଜାମ

ଧାନତଳି ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧୩।୭(ଡି.ଏନ.ଏ.) -ଭଞ୍ଜନଗର ଉତ୍ତରଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ିରେ ଗୁରୁବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ଗ୍ରାମ ମୁଣ୍ଡକୁ ଆସି ବିଭିନ୍ନ ଲୋକଙ୍କ ଧାନ ତଳି ନଷ୍ଟ କରିଛନ୍ତ, ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ। ବନ ବିଭାଗ କର୍ମଚାରୀ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପହଞ୍ଚତ୍ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ।
ଗୁରୁବାର ବିଳମ୍ବିତ ରାତିରେ ୧୨ଟି ହାତୀ ଗୁଣ୍ଡିରିବାଡ଼ି ଜଙ୍ଗଲରୁ ବାହାରି ଗ୍ରାମ ନିକଟରେ ଥିବା ଗୁଣ୍ଡିରିବାଡ଼ିର ତୀର୍ଥ ପ୍ରଧାନ, ଦିଲୀପ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ସୁବାସ ଚନ୍ଦ୍ର ପ୍ରଧାନ, ଅନ୍ତର୍ଯ୍ୟାମୀ ରଣା, ବିରଞ୍ଚତ୍ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଉପେନ୍ଦ୍ର ଭଞ୍ଜ ପ୍ରଧାନ, ଗିରିଧାରୀ ରାଉତ, ବାଇନାଥ ଦିହୁଡ଼ି, ଭିକାରୀ ସେନାପତି, ଅଭି ସେନାପତି, ପ୍ରଭାସିନୀ ସେନାପତି, ବିଜୟ ସେନାପତି, କାଳୁ ପ୍ରଧାନ, ସରୋଜ କୁମାର ପ୍ରଧାନ, ରମେଶ ଦୀକ୍ଷିତ, ହରି ପରିଚ୍ଛା, ଖଣ୍ଡିକୋଟିର ମୋଚି ପ୍ରଧାନ ପ୍ରମୁଖଙ୍କ ଜମିର ଧାନ ତଳି ନଷ୍ଟ କରିଛନ୍ତି। ଧାନ ତଳି ବଡ଼ ହୋଇଯାଇଥିବା ଯୋଗୁ ଚାଷୀମାନେ ଜମି ପାଗହେଲେ ତଳି ରୋଇବା ଆରମ୍ଭ କରିଥାନ୍ତେ। ଏହାପୂର୍ବରୁ ହାତୀ ଆସି ତଳି ନଷ୍ଟ କରିଛନ୍ତି। ତଳି କେଉଁଠୁ ଆଣିବେ ସେ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି। ହାତୀମାନେ ପୁଣି ଆସି ତଳି ଖାଇବା ସମ୍ଭାବନା ଥିବାରୁ ଗ୍ରାମବାସୀ ବଳକା ତଳି ବଞ୍ଚାଇବା ପାଇଁ ଶନିବାର ରାତିରୁ ପାଳି କରି ଜଗିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପେକ୍ଷ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି। ଅପରପକ୍ଷେ ଏ ନେଇ ଏସିଏଫ୍‌ ସୁଦର୍ଶନ ବାଦୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଆଇନ ଅନୁଯାୟୀ ଯାହା ସରକାରୀ ସୁବିଧା ଅଛି ଚାଷୀଙ୍କୁ ଯୋଗାଇ ଦିଆଯିବ। ହାତୀ ଆସିଥିବା ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଫସଲ ସୁରକ୍ଷା ସହ ହାତୀ ସୁରକ୍ଷିତ କିଭଳି ହୋଇପାରିବ ସେଥିପ୍ରତି ପଦକ୍ଷେପ ନିଆଯାଉଛି।