ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ଗୁରୁତର ହେବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ୩ ଶିଶୁ

କୋକସରା,୩୦।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ବିଜମରା ଗ୍ରାମରେ ଶନିବାର ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁ ଗୁରୁତର ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ,ମଧ୍ୟାହ୍ନରେ ଧାନଖଳାରେ ଖେଳୁଥିବା ବେଳେ ଅଗ୍ନିକାଣ୍ଡ ଘଟି ୩ ଶିଶୁ ଗୁରୁତର ହୋଇଥିଲେ। ସେମାନଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା।