ଧସୁଛି ରାସ୍ତା, ଆଡ଼ିବନ୍ଧ: ବିପଦରେ ୪ ଗାଁ

ବାଲେଶ୍ୱର ଅଫିସ, ୧।୬-ବୁଢ଼ାବଳଙ୍ଗ ନଦୀଗର୍ଭକୁ ଧସି ପଡୁଛି ଆଡ଼ିବନ୍ଧ ସହ ରାସ୍ତା। ବିପଦରେ ୪ଖଣ୍ଡ ଗଁାର ବାସିନ୍ଦା। ଜିଲା ଗ୍ରାମ୍ୟ ଉନ୍ନୟନ ଓ ଜଳସେଚନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଦୀର୍ଘ ୭ ବର୍ଷ ଧରି ରାସ୍ତା ଓ ଆଡିବନ୍ଧର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ମାଣିକୁଲା, ଜଗନ୍ନାଥପୁର, କାଠପାଳ, ନଲକୁଲି ଗ୍ରାମର ପାଖାପାଖି ୧ହଜାରରୁ ଊର୍ଦ୍ଧ୍ୱ ପରିବାରର ଲୋକମାନେ ଦୈନନ୍ଦିନ ବିପଦସଙ୍କୁଳ ଅବସ୍ଥାରେ ଏହି ରାସ୍ତାରେ ଯା’ଆସ କରୁଛନ୍ତି।
ବାଲେଶ୍ୱର ସଦର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀକୁ ମାଣିକୁଲାଠାରେ ବ୍ରିଟିଶ ଅମଳରୁ ନିର୍ମିତ କୋଷ୍ଟ୍‌ କେନାଲ ସଂଯୋଗ କରୁଛି। କୋଷ୍ଟ୍‌ କେନାଲର ଉଭୟ ପାର୍ଶ୍ୱରେ ଥିବା ଗଁା ଲୋକଙ୍କ ଯା’ଆସ ପାଇଁ ୨୦୧୨ରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟିଆଖିଆ ଛକରୁ ମାଣିକୁଲା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। କାଠପାଳ ଛକଠାରେ ମାତ୍ର ୧୮୦ମିଟର ରାସ୍ତା କାମ ବାକି ରହିଥିଲା। ଏହି ସ୍ଥାନରେ ବୁଢ଼ାବଳଙ୍ଗ ଓ କୋଷ୍ଟ୍‌ କେନାଲର ଆଡ଼ିବନ୍ଧ ଥିବାରୁ ଜଳସେଚନ ବିଭାଗ ପକ୍ଷରୁ ଗାର୍ଡୱାଲ ନିର୍ମାଣ ସାଙ୍ଗକୁ ପଥର ପ୍ୟାକିଂ କରାଯିବା ପରେ ରାସ୍ତାକାମ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହାମଧ୍ୟରେ ବର୍ଷ ପରେ ବର୍ଷ ବିତିଯାଇଥିଲେ ବି ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ରାସ୍ତା ଓ ଆଡିବନ୍ଧ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇନାହିଁ କି ୧୮୦ ମିଟର ରାସ୍ତା କାମ ହୋଇନାହିଁ। ଏହି ସ୍ଥାନରେ ଆଡ଼ିବନ୍ଧ ସହ ରାସ୍ତା ନଦୀ ଭିତରକୁ ଧସିପଡୁଥିବାରୁ ଏହା ବିପଦସଙ୍କୁଳ ହୋଇପଡୁଛି। ବର୍ଷା ଦିନେ ଗମନାଗମନ ବାଧାପ୍ରାପ୍ତ ହେଲେ କୋଷ୍ଟ୍‌କେନାଲ ଓ ନଦୀ ସଂଲଗ୍ନ ଗଁା ଗଣ୍ଡା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଜରୁରିକାଳୀନ ପରିସ୍ଥିତିରେ ମଧ୍ୟ ଗାଁକୁ ଆମ୍ବୁଲାନ୍ସ, ଦମକଳ କିମ୍ବା ୪ଚକିଆ ଗାଡ଼ି ଯା’ଆସ କରିବା ସମ୍ଭବ ହେଉନାହିଁ। ଏହି ରାସ୍ତା ଦେଇ ବୟସ୍କଲୋକ ଏବଂ ଛୋଟପିଲାଙ୍କ ଯାତାୟାତ ସବୁଠୁ ଅଧିକ ବିପଦ ସାଜିଛି। ବାଇକ୍‌, ସାଇକେଲ ଆରୋହୀମାନେ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବା ନଜିର ରହିଛି। ସ୍ଥାନୀୟ ଗ୍ରାମବାସୀ ବିଡ଼ିଓ, ଜିଲାପାଳ ଓ ବିଧାୟକଙ୍କଠାରେ ବହୁବାର ଅଭିଯୋଗ କରିବା ସହ ଗ୍ରାମ୍ୟ ଉନ୍ନୟନ ଓ ଜଳସେଚନ ବିଭାଗ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ବର୍ଷାଦିନ ଆସିଲେ ଜଳସେଚନ ବିଭାଗ ପକ୍ଷରୁ ଆଡିବନ୍ଧ ଓ ରାସ୍ତା ପାର୍ଶ୍ୱରେ ବାଲିବସ୍ତା ପକାଇ ବାଉଁଶ ପୋତି କାମ ଚଳାଇ ନିଆଯାଉଛି ବୋଲି ପୂର୍ବତନ ସରପଞ୍ଚ ବୃନ୍ଦାବନ ରାଉତ, ପଦ୍ମଲୋଚନ ପ୍ରଧାନ, ପ୍ରଦୀପ ଦାସ, ମଦନ ମାଝି ପ୍ରମୁଖ ଅଭିଯୋଗ କରିଛନ୍ତି।
ନବନିର୍ବାଚିତ ସଦର ଭାଜପା ବିଧାୟକ ମଦନମୋହନ ଦତ୍ତ ଏହି ଅଞ୍ଚଳ ପରିଦର୍ଶନ କରିବା ବେଳେ ଏହି ରାସ୍ତା ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ବସିଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକରେ ସେ ଏହି ପ୍ରସଙ୍ଗ ଉପସ୍ଥାପନା କରିଛନ୍ତି। ଆସନ୍ତା ବର୍ଷା ଋତୁ ପୂର୍ବରୁ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଥିଲେ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନନ୍ଦଦୁଲାଲ ଘଡ଼େଇଙ୍କୁ ପଚାରିବାରୁ କହିଛନ୍ତି, ରାସ୍ତା ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ରହିଛି। ଜଳସେଚନ ବିଭାଗ ପକ୍ଷରୁ ଗାର୍ଡୱାଲ କିମ୍ବା ପଥର ପ୍ୟାକିଂ ହେବା ପରେ ରାସ୍ତା ନିର୍ମାଣ କରାଯିବ। ଜଳସେଚନ ବିଭାଗୀୟ ଯନ୍ତ୍ରୀ ନୀଳମଣି ଜେନା କହିଛନ୍ତି, ନଦୀ ପାର୍ଶ୍ୱ ଆଡ଼ିବନ୍ଧରେ ଗାର୍ଡୱାଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ବର୍ଷାଦିନ ପୂର୍ବରୁ କାମ ସାରିବାକୁ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri