ଧସୁଛି ନଦୀବନ୍ଧ ପଥର ପ୍ୟାକିଂ

ଧାମନଗର, ୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ପଙ୍ଗଟା ସେଠୀସାହି ନିକଟ ଦାଣ୍ଡିମାହାରାଠାରେ ବୈତରଣୀର ଶାଖା କୋଚିଳା ନଦୀବନ୍ଧ ପାର୍ଶ୍ୱରେ ହୋଇଥିବା ପଥର ପ୍ୟାକିଂ କ୍ରମାଗତ ଭାବେ ଧସିଚାଲିଛି। ଏନେଇ ନଦୀର ଗତିପଥ ବଦଳିବା ଆଶଙ୍କାରେ ଗ୍ରାମବାସୀ ଦିନ ବିତାଉଛନ୍ତି। ନିମ୍ନମାନର ନିର୍ମାଣ କାଯର୍‌ୟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।
ପଥର ପ୍ୟାକିଂ ଧସୁଥିବା ସ୍ଥାନର ଅନତି ଦୂର କୋଚିଳା ନଦୀର ପଙ୍ଗଟା ଗ୍ରାମ ନିକଟରେ ଏକ ଟର୍ନିଂ ପଏଣ୍ଟ ରହିଛି । ନଦୀଟି ଦକ୍ଷିଣରୁ ଉତ୍ତର ଦିଗ ହୋଇ ଏହି ସ୍ଥାନରେ ପୁଣି ପୂର୍ବ ଦିଗକୁ ମୋଡ ନେଇଛି। ବର୍ଷାଦିନେ ବନ୍ୟାଜଳ ମାଡରେ ଏହିଠାରେ ଏକ ବିରାଟ ଗଣ୍ଡ ସୃଷ୍ଟି ହୋଇଛି । ବନ୍ୟା ପରିସ୍ଥିତି ଉପୁଜିଲେ ସବୁବେଳେ ଗଣ୍ଡକୂଳରେ ଥିବା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରିଆସୁଛି । ୨୦୧୭ରେ ଏଠାରେ ନଦୀବନ୍ଧ ଦବି ଯିବାରୁ ୨୦୧୮ରେ ଜଳସେଚନ ବିଭାଗ ତରଫରୁ ପଥର ପ୍ୟାକିଂ କାର୍ଯ୍ୟ କରାଯାଇଥିଲା । ଚଳିତ ବର୍ଷ ବନ୍ୟା ଛାଡିବା ପରଠାରୁ ଉକ୍ତ ସ୍ଥାନରେ ପଥର ପ୍ୟାକିଂ ନଦୀ ଗର୍ଭକୁ ଖସିପଡୁଥିବା ଜଣାପଡିଛି । ଏହାର ପ୍ରତିକାର କରା ନ ଗଲେ ନଦୀତଟ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରି ସେଠୀସାହି ନଦୀଗର୍ଭରେ ଲୀନ ହୋଇଯିବା ଆଶଙ୍କା ସୃଷ୍ଟି କରିଛି। ଗ୍ରାମର ସିପିଆଇଏମର ବ୍ଲକ କୃଷକସଭା ଉପସଭାପତି ଯୁଧିଷ୍ଠିର ମହାପାତ୍ର କହିଛନ୍ତି ଯେ, ଗତଥର ଯେଉଁ କାର୍ଯ୍ୟ ହୋଇଥିଲା ତାହାର ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ନିମ୍ନମାନର ହେବା ଦେଖି ସେତେବେଳେ ନଦୀ ଶଯ୍ୟାରେ ବେସ୍‌ ତିଆରି ପାଇଁ ଲୋକେ ଦାବି କରିଥଲେ। ଏନେଇ ବିଭାଗ ସହିତ ଜିଲା ପ୍ରଶାନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ଲୋକଙ୍କ ଦାବି ପ୍ରତି ଧ୍ୟାନ ନ ଦେଇ କାମ କରାଯିବାରୁ ନଦୀବନ୍ଧର ଅବସ୍ଥା ଏବେ ଶୋଚନୀୟ ହେବାରେ ଲାଗିଛି। ଜନବସତି ନିକଟରେ ଥିବା ଏହି ନଦୀ ବନ୍ଧରେ କଂକ୍ରିଟ ଓାଲ୍‌ କରାଯାଇ ତା’ ଉପରେ ପଥର ପ୍ୟାକିଂ କରାଗଲେ ଏହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ ଦାବି କରୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଦାସଙ୍କୁୁ ପଚାରିବାରୁ କହିଛନ୍ତି, ନଦୀର ଟର୍ନିଂ ପଏଣ୍ଟରେ ସବୁବେଳେ ବିପଦ ରହିଥାଏ । ସେ ଏନେଇ ବିଭାଗକୁ ଅବଗତ କରାଇବା ସହିତ କାର୍ଯ୍ୟର ଏଷ୍ଟିମେଟ ମଧ୍ୟ ଦେଇଛନ୍ତି। ଅନୁମୋଦନ ମିଳିଲେ ଯାହାକିଛି ପଦକ୍ଷେପ ନିଆଯିବ। ତେବେ କୋଚିଳା ନଦୀ ବନ୍ଧରେ ସମ୍ପୂର୍ଣ୍ଣ କଂକ୍ରିଟ ଓ୍ବାଲ୍‌ ତିଆରି ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ବୋଲି ସ୍ଥାନୀୟ ପଙ୍ଗଟା ଗ୍ରାମର କେଦାର ନାଥ ମହାପାତ୍ର ଓ ପ୍ରଫୁଲ୍ଲ ଦାସ ପ୍ରମୁଖ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri