Posted inଜାତୀୟ

ଧର୍ମ ନାମରେ ଦେଶ ବିଭାଜନ ଷଡ଼ଯନ୍ତ୍ର କରୁଛି ଭାଜପା

ନୂଆଦିଲ୍ଲୀ,୧୮ା୫(ପି.ଟି.): ଧର୍ମ ନାମରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ଭାଜପା ଦେଶ ବିଭାଜନ ଲାଗି ଷଡ଼ଯନ୍ତ୍ର ଚଳାଇଥିବା ମଙ୍ଗଳବାର କଂଗ୍ରେସ ଅଭିଯୋଗ କରିଛି। ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଲାଗି କଂଗ୍ରେସ ସାରା ଦେଶରେ ‘ଭାରତ ଯୋଡ଼’ ଯାତ୍ରା ଆରମ୍ଭ କରିବ। ଏହା ବ୍ୟତୀତ ଦେଶ ସ୍ବାଧୀନତାର ୭୫ତମ ବାର୍ଷିକୀ ଅବସରରେ ଅଗଷ୍ଟ ୯ରୁ ୭୫ କିଲୋମିଟର ଯାତ୍ରା ଆରମ୍ଭ ହେବ ବୋଲି ବରିଷ୍ଠ କଂଗ୍ରେସ ମୁଖପାତ୍ର ଅଜୟ ମାକେନ ଗଣମାଧ୍ୟମକୁ କହିଛନ୍ତି।
ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବିରରେ ଭାରତ ଯୋଡ଼ ଯାତ୍ରା ସମ୍ପର୍କରେ ସୁପାରିସ କରାଯାଇଥିଲା। ଏହାକୁ ରୂପ ଦେବା ଲାଗି ମଙ୍ଗଳବାର ଏଆସିସିସି ସମ୍ପାଦକ ଏବଂ ପ୍ରଭାରୀମାନଙ୍କ ବୈଠକ ବସିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଭାରତକୁ ଏକ କରିବା ଏବଂ ଘୃଣା ରାଜନୀତି କରୁଥିବା ଭାଜପାକୁ ପରାଜିତ କରିବା ଲାଗି ଆହ୍ବାନ ଦେଇଛନ୍ତି। ରୋଜଗାର, ମୁଦ୍ରାସ୍ଫୀତି ଲୋକଙ୍କ ପ୍ରସଙ୍ଗ ହୋଇଥିବାବେଳେ ଦଙ୍ଗା, ଏକଚ୍ଛତ୍ରବାଦ ଭାଜପାର ପ୍ରସଙ୍ଗ। ଦେଶକୁ ଆଗେଇ ନେବାକୁ ହେଲେ ଭାଜପାର ନକାରାତ୍ମକ ଚିନ୍ତାଧାରା ଓ ଘୃଣିତ ରାଜନୀତିକୁ ପରାଜିତ କରିବାକୁ ହେବ। ସମସ୍ତେ ମିଶି ଦେଶକୁ ଯୋଡ଼ିବାକୁ ରାହୁଲ ଟୁଇଟ୍‌ କରି କହିଛନ୍ତି। ନବସଂକଳ୍ପ ଚିନ୍ତନ ଶିବିରର ଘୋଷଣାନାମାକୁ କାର୍ଯ୍ୟକାରୀ କରିବା ପାଇଁ ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ପ୍ରିୟଙ୍ଗା ଗାନ୍ଧୀ ଭଦ୍ରା, କେ.ସି. ବେଣୁଗୋପାଳ, ରଣଦୀପ ସୁର୍ଜଓ୍ବୋଲା, ମାକେନଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ଆଗାମୀ କିଛି ମାସ ମଧ୍ୟରେ ଦଳରେ ସାଂଗଠନିକ ପରିବର୍ତ୍ତନ କରାଯିବ। ଏନେଇ ବୁଧବାର ପୁଣିଥରେ ଏଆଇସିସି ସାଧାରଣ ସମ୍ପାଦକ ଓ ପ୍ରଭାରୀମାନଙ୍କ ବୈଠକ ବସିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri