Categories: ଜାତୀୟ

ଧର୍ମାନ୍ତରଣ ରୋକିବା ପାଇଁ ମୋଦି ସରକାର ଆଣିବେ ଆଇନ: ସଂସଦର ଆସନ୍ତା ଅଧିବେଶନରେ ହୋଇପାରେ ଆଗତ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦର ଆସନ୍ତା ଅଧିବେଶନରେ ଧର୍ମାନ୍ତରଣ ରୋକିବା ପାଇଁ ଆଇନ ଆଣିବାର ସମ୍ଭାବନା ରହିଛି। କେରଳ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଏଭଳି କାର୍ଯ୍ୟ ଅଧିକ ହେଉଥିବାରୁ ସରକାର ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଉଛି। ଆର୍‌ଏସ୍‌ଏସ୍‌ ମୁଖ୍ୟ ପ୍ରବକ୍ତା ମନମୋହନ ବୈଦ ଏନେଇ ଦୃଢ଼ ଆଇନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ୨୦୧୪ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କୟା ନାଇଡୁ ଧର୍ମାନ୍ତରଣ ଉପରେ ଆଇନ ଆଣିବାକୁ ଜୋର୍‌ ଦେଇଥିଲେ। ତେବେ ଏହା ସମ୍ଭବ ହୋଇପାରି ନ ଥିଲା। ତେବେ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ରେ ଏସମ୍ପର୍କିତ ବିଲ୍‌ ଲୋକ ସଭା ତଥା ରାଜ୍ୟ ସଭାରେ ଆଗତ ହେବାର ସମ୍ଭାବନା ରହିଥିବା କୁହାଯାଉଛି।

Share