Odisha Elections 2024

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି। ୨ ଆସନ ମଧ୍ୟରୁ ବରୀର ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ଧର୍ମଶାଳାର ହିମାଂଶୁ ଶେଖର ସାହୁ ଏକଦା ବିଜେଡିରେ ଥିଲେ ଓ ପରବର୍ତ୍ତୀ ସମୟରେ ଭାଜପାରେ ମିଶିଛନ୍ତି। ଉଭୟେ କଥିତ ଦୁଇଟି ନିର୍ବାଚନମଣ୍ଡଳୀରୁ ଭାଜପାରୁ ଟିକେଟ ଆଶାୟୀ ଥିଲେ। ହେଲେ ଦୁହେଁ ବାଦ୍‌ ପଡ଼ିଛନ୍ତିି। ଦଳୀୟ ଟିକେଟରୁ ବଞ୍ଚତ୍ତ ହେବା ପରେ ଦେବାଶିଷ ଓ ହିମାଂଶୁ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି କହୁଛନ୍ତି। ଏଭଳି ସ୍ଥିତି ବରୀ ଓ ଧର୍ମଶାଳା ନିର୍ବାଚନମଣ୍ଡଳୀର ଭୋଟ ଅଙ୍କକୁ ବିଗାଡ଼ିି ଦେବ ବୋଲି କୁହାଯାଉଛି।
୨୦୧୯ ସାଧାରଣ ନିର୍ବାଚନରେ ବରୀ ନିର୍ବାଚନମଣ୍ଡଳୀରୁ ଦେବାଶିଷ ନାୟକଙ୍କୁ ବିଜେଡି ଟିକେଟ ଦେଇ ନ ଥିଲା। ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏଥର ନିର୍ବାଚନର କେଇମାସ ପୂର୍ବରୁ ଦେବାଶିଷ ଭାଜପାରେ ଯୋଗଦେଇଥିଲେ। ତାଙ୍କୁ ଦଳ ଟିକେଟ ଦେବ ବୋଲି ସେ ଆଶାବାଦୀ ଥିଲେ। ଶେଷ ମୁହୂର୍ତ୍ତରେ ବରୀରେ ଦଳ ଉମେଶ ଜେନାଙ୍କୁ ଟିକେଟ ଦେଇଛି। ଦଳର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଦେବାଶିଷ। ତେଣୁ ସେ ବରୀରୁ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି ପ୍ରଚାର ଆରମ୍ଭ କଲେଣି।
ଅନୁରୂପ ଭାବେ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ହିମାଂଶୁଙ୍କୁ ଭାଜପା ଟିକେଟ ନ ଦେଇ ସ୍ମୃତିରେଖା ପହିଙ୍କ ଉପରେ ଭରସା କରିଛି। ଏହା ସତ୍ତ୍ୱେ ହିମାଂଶୁ ମଇଦାନ ଛାଡ଼ିନାହାନ୍ତି। ଦଳ ଟିକେଟର ପୁନଃବିଚାର କରିବ ବୋଲି ସେ ଆଶାବାଦୀ ଅଛନ୍ତି। ଟିକେଟ ନ ମିଳିଲେ ସେ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି। ହିମାଂଶୁ ଶକ୍ତି ପ୍ରଦର୍ଶନ ଆଳରେ ବିଭିନ୍ନ ସଭାସମିତି, ଶୋଭାଯାତ୍ରା କରୁଛନ୍ତି। ତାଙ୍କ ପ୍ରତି ରହୁଥିବା ଜନସମର୍ଥନ ଧର୍ମଶାଳା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି। ସ୍ବାଧୀନ ପ୍ରାର୍ଥୀମାନେ ଭୋଟ ଅଙ୍କକୁ ଓଲଟପାଲଟ କରିଦେବେ ବୋଲି କୁହାଯାଉଥିବାବେଳେ ବିରୋଧୀ ପ୍ରାର୍ଥୀମାନଙ୍କୁ ଏଥିରୁ କେତେ ଫାଇଦା ମିଳୁଛି ତାକୁ ଦେଖିବାକୁ ବାକି ରହିଲା।
ବରୀ ନିର୍ବାଚନମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ବିଜୟ ବ୍ୟବଧାନ ବହୁତ କମ୍‌ ରହିଥିଲା। ଏଥର ବରୀରେ ବିଧାୟିକା ସୁନନ୍ଦା ଦାସଙ୍କୁ ବାଦ୍‌ ଦେଇ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ସୁନନ୍ଦା ଓ ଦେବାଶିଷଙ୍କ ସମର୍ଥକଙ୍କ ମଧ୍ୟରେ ବୁଝାମଣା ହେଲେ ତାହା ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନଙ୍କ ପାଇଁ ଅଡୁଆ ସୃଷ୍ଟି କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ସେହିଭଳି ୩୦ବର୍ଷ ଧରି ଧର୍ମଶାଳାରେ ଗୋଟିଏ ପରିବାର ରାଜୁତି(ପରିବାରବାଦ୍‌)କୁ ବିରୋଧ କରୁଛନ୍ତି ହିମାଂଶୁ। ତେଣୁ ହିମାଂଶୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଲେ ତାହା ବିଜେଡି ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ନବ ଦାସଙ୍କ ପୁଅଙ୍କ ପିଏଙ୍କ ଘରେ ଆଇଟି ରେଡ୍‌

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ପିଏଙ୍କ ଘରେ ଶନିବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri