ଧରିତ୍ରୀ ପ୍ରଭାବ: ୧୦ ଖଣିରେ ୧୪୪ ଧାରା ଜାରି

ଖଇରା, ୬।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡ଼ରେ ବେଆଇନ ଭାବେ ଚାଲିଥିବା ୧୦ ଖଣିରେ ତହସିଲଦାର ପ୍ରଦୀପ କୁମାର ସାହୁ ଶୁକ୍ରବାର ୧୪୪ ଧାରା ଜାରି କରିଛନ୍ତି। ତହସିଲଦାର ସାହୁ ଖାତା ନମ୍ବର ୨୪୫ ଏବଂ ପ୍ଲଟ ନମ୍ବର ୫୨୦ରେ ଥିବା ୧୦ଟି ଖଣିରେ ପଥର ଉତ୍ତୋଳନକୁ ନିଷିଦ୍ଧ କରିଛନ୍ତି। ଏହାପରଠାରୁ ଖଣିଗୁଡ଼ିକରେ ପୋଲିସ ପଇଁତରା ମାରିବେ। ଯେଉଁମାନେ ଖଣି ବ୍ୟବହାର କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ସାହୁ କହିଛନ୍ତି। ତେବେ ଏଭଳି ଆଇନ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ଶୁକ୍ରବାର ପୂର୍ବାହ୍ନରେ ଖଣିଗୁଡ଼ିକରେ ତହସିଲଦାର ସାହୁ ଓ ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଧାରା ଲାଗୁ କରିବାର କିଛି ଘଣ୍ଟା ମଧ୍ୟରେ ଖଣି ମାଫିଆମାନେ ଏହି ଖଣିଗୁଡ଼ିକରେ ବ୍ଲାଷ୍ଟିଂ କରିବା ସହ ପଥର ଉତ୍ତୋଳନ କରିଛନ୍ତି। ବିଶେଷ କରି ୮୯ ନମ୍ବର ଖଣିରେ ଏଭଳି ନିୟମ ଉଲ୍ଲଂଘନ କରାଯାଇଥିବା ନେଇ ପାହାଡ଼ ତଳ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।
ଗତ ସେପ୍ଟେମ୍ବର ୨୪ ତାରିଖରେ ବେଆଇନ ଖଣି କାରବାର ସମ୍ପର୍କରେ ‘ଧରିତ୍ରୀ’ରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ୨୫ ତାରିଖରେ ଉପଜିଲାପାଳ ନିଲୁ ମହାପାତ୍ରଙ୍କ ନେତୃତ୍ୱରେ ଜଙ୍ଗଲ ପରିବେଶ ବିଭାଗର ଏକ ଟିମ୍‌ ଶାରୀଶୁଆ ପାହାଡ଼ର ବିଭିନ୍ନ ଖଣି ଏବଂ ପାହାଡ଼ ପାଦଦେଶରେ ଚାଲୁଥିବା ବିଭିନ୍ନ କ୍ରଶର ଯାଞ୍ଚ କରିଥିଲେ। ଖଣିଜ ପଦାର୍ଥ ଉତ୍ତୋଳନ ବେଳେ ଖଣି ମାଲିକମାନେ ଖୁଲମଖୁଲା ଖଣି ଆଇନ ଉଲ୍ଲଂଘନ କରୁଥିବା ନେଇ ଏହି ଟିମ୍‌ ହୃଦୟଙ୍ଗମ କରିଥିଲେ। ଖଣି ମାଲିକମାନଙ୍କ ସହ କେତେକ ରାଜସ୍ବ କର୍ମଚାରୀଙ୍କ ସାଲିସ୍‌ରେ ଏହା ଚାଲୁଥିବା ନେଇ ଖବରଦାତାଙ୍କୁ ସୂଚନା ମଧ୍ୟ ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ବେଆଇନ ଭାବେ ଚାଲୁଥିବା ଖଣିଗୁଡ଼ିକରେ ୧୪୪ ଧାରା ଲାଗୁ କରାଯାଇଥିଲା। ଶୁକ୍ରବାର ରାତିରେ ୧୪୪ ଧାରା ଲାଗିଥିବା ଖଣିଗୁଡ଼ିକରେ ବ୍ଲାଷ୍ଟିଂ ହୋଇଥିବା ଅଭିଯୋଗ ସମ୍ପର୍କରେ ଅତିରିକ୍ତ ତହସିଲଦାର ପାଣିଗ୍ରାହୀଙ୍କ ମତାମତ ନେବାରେ ଏଭଳି ଅଭିଯୋଗ ତାଙ୍କ ନିକଟକୁ ଆସିନାହଁି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

ଭାରତ ବନ୍ଦ ପ୍ରଭାବ: ବାଲେଶ୍ୱରରେ ଅଟକିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ

ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ):ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର ବିଭିନ୍ନ…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri