ଧରିତ୍ରୀର ପ୍ରଭାବ: ପୋଲିସ ଚଢ଼ାଉରେ ଚୋରା କୋଇଲା ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବାଂଶପାଣିଠାରେ ଚୋରା କୋଇଲା କାରବାର ସମ୍ପର୍କରେ କିଛି ଦିନ ତଳେ ଧରିତ୍ରୀରେ ଶୀର୍ଷକ ‘ବାଂଶପାଣି ଅଞ୍ଚଳରେ କୋଇଲା ଚୋରା ଚାଲାଣ’ ପ୍ରକାଶିତ ହେବା ପରେ ପୋଲିସ ପ୍ରଶାସନ ତପତ୍ରତା ଦେଖାଇଥିଲା। ଯୋଡା ଥାନା ସବ୍‌ଇନ୍ସପେକ୍ଟର ବିଶ୍ୱଜିତ ବେହେରାଙ୍କ ନେତୃତ୍ୱରେ ସୋମବାର ବିଳମ୍ବିତ ରାତିରେ ବାଂଶପାଣି ଅଞ୍ଚଳରେ ହେଉଥିବା ଚୋରା କାରବାର ପେଣ୍ଠସ୍ଥଳୀ ଉପରେ ଚଢ଼ାଉ କରାଯାଇଥିଲା ା ରାତିରେ ଅନ୍ଧକାରର ସୁଯୋଗ ନେଇ ଚୋରା ବେପାରିମାନେ ସେଠାରୁ ଖସିଯିବାରେ ସମର୍ଥ ହୋଇଥିଲେ ହେଁ, ପୋଲିସ ସେଠାରୁ ବିପୁଳ ପରିମାଣର ଚୋରା କୋଇଲା ଜବତ କରିଛି।