ଧରାପଡିଲେ ଚୋରଗ୍ୟାଙ୍ଗ: ୯ ଗିରଫ, ୩୯ ମୋବାଇଲ, ୩ ବାଇକ ଜବତ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଏକ ଚୋରଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ୯ଜଣ ଚୋର ଅଛନ୍ତି। ସେମାନଙ୍କଠାରୁ ୩୯ ମୋବାଇଲ, ୩ ବାଇକ୍‌ ଜବତ କରାଯାଇଥିବା ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏସ୍‌ପି ଉମେଶ ପଣ୍ଡା ଓ ଥାନାଧିକାରୀ ଶୁଭ୍ରାଂଶୁ ନାୟକ ସୂଚନା ଦେଇଛନ୍ତି।

ସହରରେ ଦିନକୁ ଦିନ ବଢ଼ି ଚାଲିଥିବା ମୋବାଇଲ୍‌ ଚୋରି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଗତ ୧୨ ତାରିଖ ଅପରାହ୍ନ ସମୟରେ ବାଲିଆସ୍ଥିତ ରାଜକମ୍ପ୍ଲେକ୍ସ ସମ୍ମୁଖରୁ କେତେକ ଦୁର୍ବୃତ୍ତ ସହଦେବଖୁଣ୍ଟା ଗ୍ରାମର ସାଗର ଅଗ୍ରୱାଲ (୩୪)ଙ୍କ ମୋବାଇଲ୍‌ ଲୁଟ୍‌ କରି ବାଇକ୍‌ ଯୋଗେ ପଳାଇଯାଇଥିବା ସହଦେବଖୁଣ୍ଟା ମଡ଼େଲ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ୧୪ତାରିଖରେ ମାମଲା ରୁଜୁ କରି ଥାନାଧିକାରୀ ନାୟକ ତଦନ୍ତ ଆରମ୍ଭ କରିଥିଲେ। ସହରର ପୁରୁଣାବାଲେଶ୍ୱର, ଗୁଡ଼ିପଦା, ଚୁନଭାଟି, ଗୋପାଳଗାଁ ଅଞ୍ଚଳରେ ଚଢ଼ାଉ କରି ୬ଜଣ ମୋବାଇଲ ଚୋରଙ୍କ ସମେତ କଂଗ୍ରେସଗଳି, ଦରଜୀପୋଖରୀ, ମୋତିଗଞ୍ଜ ଅଞ୍ଚଳରେ ଥିବା ୩ଜଣ ମୋବାଇଲ ବିକ୍ରି ଓ ରିପ୍ୟାରିଂ ଦୋକାନୀଙ୍କୁ ଗିରଫ କରିଥିଲେ। ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମାମଲା (ନଂ. ୧୮୮/୧୯) ରୁଜୁ କରାଯାଇଥିଲା। ଏହି ମାମଲାରେ ୩ଜଣ ଗୋପାଳଗାଁ ଅଞ୍ଚଳର ଶରତ ମାଝି, ଗଜେନ୍ଦ୍ର ଦାସ, ସହଦେବଖୁଣ୍ଟା ଥାନା ଗୁଡ଼ିପଦା ଗ୍ରାମର ଅଜିତ ସିଂହଙ୍କୁ ଗିରଫ କରାଯାଇଥିଲା। ସେହିପରି ମାମଲା ମାମଲା (ନଂ. ୧୯୦/୧୯)କୁ ଭିତ୍ତି କରି ଗୋପାଳଗାଁ ଚୁନଭାଟି ଅଞ୍ଚଳର ଅଶୋକ କମିଳା, କେଶବ କମିଳା, ଗଳାପୋଲ ଅଞ୍ଚଳର ମାବୁଦ ମଲ୍ଲିକ, ସୁନ୍ଦରି ଅଞ୍ଚଳର ଶିବଜୀ ଚୌଧୁରୀ, ସୁନହଟ୍‌ ଅଞ୍ଚଳର ଏସ୍‌କେ ଇର୍ସାଦ୍‌, ଅନ୍ନପୂର୍ଣ୍ଣା ଗଳି ଅଞ୍ଚଳର ଏସ୍‌କେ ରମଜାନ (୧୮)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସହର ଭିତରେ ଲୋକେ ମୋବାଇଲରେ କଥା ହେଉଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ହାତରୁ ଛଡ଼ାଇନେଇ ଦ୍ରୁତଗତିରେ ପଳାଇ ଯାଉଛନ୍ତି। ବାଇକ୍‌ର କମ୍ପାନୀ, ରଙ୍ଗ ଓ ନମ୍ବରକୁ ନୋଟ୍‌ କରିବା ପାଇଁ ସହଦେବଖୁଣ୍ଟା ଥାନାଧିକାରୀ ନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଫଳରେ ଚୋରମାନଙ୍କୁ ସହଜରେ ଠାବ କରାଯିବା ସହ ଚୋରି ସାମଗ୍ରୀ ଉଦ୍ଧାର ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri