ଧରାପଡ଼ିଲେ ବ୍ରାଉନସୁଗାର ଡିଲର ଲାଡେନ, ରାଜୁ

ଭୁବନେଶ୍ୱର(ବ୍ୟୁରେ)/ବାଲିଅନ୍ତା (ଡି.ଏନ୍‌.ଏ.),୧୦।୨: ଅପରେଶନ ପଏଣ୍ଟ ଥିଲା ଫୁଲନଖରା ଛକରୁ ସିମ୍ପୋନୀ ମଲ୍‌ ସମ୍ମୁଖ ଜାତୀୟ ରାଜପଥ। ଟାର୍ଗେଟ ଥିଲା ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ବ୍ରାଉନସୁଗାର ମାଫିଆ ଲାଡେନ। ଓଭରବ୍ରିଜ, ଜଳଖିଆ ଦୋକାନ, ଟ୍ରକ୍‌, ବସ୍‌ଷ୍ଟପ୍‌ରେ ବିଭିନ୍ନ ଛଦ୍ମବେଶରେ ଜଗି ରହିଥିଲେ ଡ୍ରଗ୍‌ ଟାସ୍କଫୋର୍ସର ଅଧିକାରୀ ଓ କର୍ମଚାରୀ। ସାମିଲ୍‌ ଥିଲେ ବାଲିଅନ୍ତା ଥାନାର ଏକ ପୋଲସ ଟିମ୍‌। ଏପଟେ ମୋବାଇଲ୍‌ ଟ୍ରାକ୍‌ କରାଯାଇ ଟିମ୍‌ ମୁଖ୍ୟଙ୍କୁ କ୍ଷଣିକ୍ଷଣିକେ ଦିଆଯାଉଥିଲା ସୂଚନା। ସମୟ ପୂର୍ବାହ୍ନ ୧୧ଟା ମଧ୍ୟରେ ହେବ। ଓଡି୦୧ଓ୍ବାଇ ୮୮୭୪ ନମ୍ବର ବିଶିଷ୍ଟ ଏକ ଆପାଚି ବାଇକ ପହଞ୍ଚତ୍ବା କ୍ଷଣି ଚାରିଆଡୁ ପୂରା ଫିଲ୍ମ ଷ୍ଟାଇଲ୍‌ରେ ଘେରିଯାଇଥିଲେ। ଡ୍ରଗ୍ସ ଡିଲର ଲାଡେନ ଓରଫ ସେକ୍‌ ମହିଦୁଲ (୨୧) ଓ ତାଙ୍କ ସହ ଥିବା ସହଯୋଗୀ ସେକ୍‌ ଆଜବାହାର ଓରଫ ରାଜୁଙ୍କୁ ମାଡ଼ିବସିଥିଲେ। ଯାଞ୍ଚବେଳେ ସେମାନଙ୍କ ନିକଟରୁ ୧୫୫ ଗ୍ରାମ ବ୍ରାଉନସୁଗାର ମିଳିଥିଲା। ଏହାପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବ୍ରାଉନସୁଗାର, ୩୪୦ ଟଙ୍କା, ୩ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌କୁ ଜବତ କରାଯାଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ୧୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏନେଇ ବାଲିଅନ୍ତା ଥାନାରେ ଏକ ମାମଲା (ନଂ.୩୪/୨୦) ରୁଜୁ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ପଚରଉଚରା କରାଯାଇଥିଲା। ଲାଡେନ ଓ ରାଜୁଙ୍କ ଘର ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତିରେ। ସେମାନଙ୍କଠାରୁ ପୋଲିସ ବ୍ରାଉନସୁଗାର କାରବାର ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।
କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ କମିଶନରେଟ ପୋଲିସର ସ୍ବତନ୍ତ୍ର ଅପରେଶନ ଆରମ୍ଭ ହେବା ପରେ ବ୍ରାଉନସୁଗାର ମାଫିଆମାନେ ଛାନିଆ ହୋଇପଡିଛନ୍ତି। ଗତ ୫ ମାସ ଭିତରେ ୧୫୦ରୁ ଊର୍ଦ୍ଧ୍ୱ ଡିଲର, ଦଲାଲ, ବେପାରୀ ଓ ଗ୍ରାହକଙ୍କୁ ଗିରଫ କରାଯାଇ ସାରିଲାଣି। ଏବେ ଚଢ଼ାଉ ଜୋର୍‌ଦାର ଜାରି ରହିଥିବାବେଳେ ବ୍ରାଉନସୁଗାର ଚାଲାଣକାରୀମାନେ ସେମାନଙ୍କ କାରବାରର ଧାରା ବଦଳାଇଛନ୍ତି। ଧରାପଡିଥିବା ଲାଡେନ ଓ ରାଜୁ ବସ୍‌ କିମ୍ବା ଅନ୍ୟ ସ୍ବତନ୍ତ୍ର ଗାଡ଼ିରେ ନ ଆସି ବାଇକ୍‌ରେ ବ୍ରାଉନସୁଗାର ଧରି ଭୁବନେଶ୍ୱରେ ଥିବା ବେପାରୀଙ୍କୁ ଦେବାକୁ ଆସିଥିଲେ। ହେଲେ ପୂର୍ବରୁ ଡ୍ରଗ୍‌ ସ୍କ୍ବାଡ୍‌ ନଜର ରଖିଥିବା ନେଇ ସେମାନେ ଜାଣିପାରି ନ ଥିଲେ। କୁହାଯାଉଛି ପୋଲିସ ଭୁବନେଶ୍ୱରର ନିର୍ଦ୍ଦିଷ୍ଟ କେତେଜଣ ବ୍ରାଉନସୁଗାର ବେପାରିଙ୍କୁ ଧରି ତାଙ୍କ ଦ୍ୱାରା ଲାଡେନଙ୍କୁ ଯୋଗାଯୋଗ କରାଯାଇ ଅର୍ଡର ଦିଆଯାଇଥିଲା। ଏଥିସହ କେତେଜଣ ପୋଲିସ ମଧ୍ୟ ବ୍ରାଉନସୁଗାର ବେପାରୀ ସାଜି ସେମାନଙ୍କ ସହ ଯୋଗାଯୋଗରେ ଥିଲେ। ଏପଟେ ଲାଡେନଙ୍କ ଏକାଧିକ ମୋବାଇଲ୍‌ ଫୋନ୍‌କୁ ଟ୍ରାକିଂ କରାଯାଇ ଧରିବାକୁ ସବୁକିଛି ଯୋଜନା ପ୍ରସ୍ତୁତ ହୋଇଥିଲା। କିଛି ସପ୍ତାହର ଲାଡେନ ଧରା ଅଭିଯାନ ରବିବାର ସଫଳ ହୋଇଥିବା ଡ୍ରଗ୍‌ ସ୍କ୍ବାଡ୍‌ର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ତେବେ ସେମାନଙ୍କ ବୟାନ ଆଧାରରେ ସମ୍ପୃକ୍ତ ଆଉକେତେଜଣ ବ୍ରାଉନସୁଗାର ଡିଲର ଓ ଛୋଟ ବେପାରୀଙ୍କୁ ଧରିବାକୁ ଡ୍ରଗ୍‌ ସ୍କ୍ବାଡ୍‌ ଟିମ୍‌ ଚଢ଼ାଉ ଜାରି ରଖିଛି। ଏଥିସହ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବାକୁ ଚିନ୍ତା କରାଯାଉଥିବା ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri