ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଇ

ସମ୍ବଲପୁର, ୨୮।୯(ବ୍ୟୁରୋ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଶନିବାର ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ପଞ୍ଚବାଦ୍ୟ, ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ଶବ୍ଦରେ ମନ୍ଦିର ପରିସର ଉଛୁଳି ପଡୁଛି। ଭୋର ୪ଟାରୁ ଦେବୀଙ୍କ ଧବଳମୁଖୀ ତଥା ଗଙ୍ଗାବେଶ ଦର୍ଶନ ପାଇଁ ଭକ୍ତମାନେ ଧାଡିବାନ୍ଧି ଅପେକ୍ଷା କରିଥିଲେ। ପ୍ରାତଃ ୪ଟା ୪୫ ମିନିଟ୍‌ରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲାଯାଇଥିଲା। ପରମ୍ପରା ଓ ରୀତିନୀତି ଅନୁସାରେ ଆଶ୍ୱିନ ମହାଳୟା ତିଥିରେ ଇଷ୍ଟଦେବୀ ସମଲେଇଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ଆଶ୍ୱିନ ପ୍ରତିପଦା ତିଥି (୩୦ ତାରିଖ) ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମଲେଇ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ରୀତି ରହିଛି। ଶୁକ୍ରବାର ମଧ୍ୟରାତ୍ର ୧୨ଟାରେ ପୂଜକମାନେ ମନ୍ଦିର ଗମ୍ଭିରା ସଫା କରିଥିଲେ। ଗୋପୀ ତିଳକ, ଶଙ୍ଖର ମିଶ୍ରଣରେ ଦେବୀଙ୍କୁ ଧବଳମୁଖୀ ବେଶ କରାଯାଇଥିଲା। ରାତି ସାଢ଼େ ୩ଟାରେ ବେଶ ଶେଷ ହୋଇଥିଲା। ପରେ ପୂଜକମାନେ ମହାନଦୀ ସମଲେଇ ଘାଟରେ ସ୍ନାନ କରିଥିଲେ। ପିତ୍ତଳ ପାତ୍ର (ଗରିଆ)ରେ ପାଣି ଆଣି ଦେବୀଙ୍କୁ ସ୍ନାନ କରାଯାଇଥିଲା। ସମ୍ବଲପୁରୀ ଶ୍ୱେତ ପାଟବସ୍ତ୍ର ଦେବୀଙ୍କୁ ପରିଧାନ କରାଯାଇଥିଲା। ପ୍ରାତଃ ୪ଟାରେ ମହାଆଳତି ସହ ଭୁବନେଶ୍ୱରୀଙ୍କ ବୀଜମନ୍ତ୍ରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ମୁଗ ଓ ଗୁଡ଼ରେ ପ୍ରସ୍ତୁତ (ମୁଗବରା) ଭୋଗ ଲାଗିଥିଲା। ସକାଳ ୪ଟା ୪୫ ମିନିଟରୁ ଭକ୍ତଙ୍କ ଦର୍ଶନ ଲାଗି ଦ୍ୱାର ଉନ୍ମୁକ୍ତ ହୋଇଥିଲା । ମଧ୍ୟାହ୍ନ ୧୨ଟାରେ ଅନ୍ନଭୋଗ, ରାତି ୮ଟାରେ ସନ୍ଧ୍ୟା ଆଳତି ଓ ୯ଟାରେ ଅନ୍ନଭୋଗ ଲାଗିଥିଲା। ମଧ୍ୟରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ଦେବୀଙ୍କୁ ଦର୍ଶନ କରିଥିଲେ । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ପୂଜାର୍ଚ୍ଚନା କରିଥିଲେ। ପୂଜକ ଅମିୟ ରାୟ, ସୁଧାଂଶୁ ରାୟ, ଗଙ୍ଗାଧର ରାୟ, ପ୍ରକାଶ ରାୟ, ନିର୍ଭୟ ରାୟ, ପ୍ରଶାନ୍ତ ରାୟ ପ୍ରମୁଖ ଦେବୀଙ୍କୁ ବେଶ କରିଥିଲେ। ଧବଳମୁଖୀ ଦର୍ଶନ କରିଥିବା ଭକ୍ତଙ୍କୁ ସମଲେଇଙ୍କ ପ୍ରିୟଭୋଗ ମୁଗବରା ପ୍ରସାଦ ବଣ୍ଟନ କରାଯାଇଥିଲା। ଟ୍ରଷ୍ଟବୋର୍ଡ ସଭାପତି ସଂଜୟ କୁମାର ବାବୁ, ଟ୍ରଷ୍ଟସଭ୍ୟ, କାର୍ଯ୍ୟନିର୍ବାହ ଅଧିକାରୀ, ଦଶହରା ପୂଜା କମିଟି ସଭାପତି, ସମ୍ପାଦକ ଓ ସଭ୍ୟାମାନେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟବସ୍ଥା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri