Categories: ଜାତୀୟ

ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୫-୧୦:ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇରାଜ୍ୟର ମତଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଏକ ସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ମହାରାଷ୍ଟ୍ର ଓ ହରିୟାଣାର ଲୋକେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛନ୍ତି। ଉଭୟ ଦେବେନ୍ଦ୍ର ଫଡ୍‌ନବିସ ଓ ମନୋହରଲାଲ ଖଟ୍ଟର ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଅଧିକ ଭଲ କାମ କରିବେ। ହରିୟାଣାରେ ସଂଖ୍ୟାଗରିଷ୍ଠତା ନ ମିଳିବା ଅପ୍ରତ୍ୟାଶିତ। ସେହିପରି ମହାରାଷ୍ଟ୍ରରେ ଗତ ୫୦ ବର୍ଷରେ ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ପୂରା ୫ ବର୍ଷ ଶାସନ କରିବା ସହ ସ୍ଥିର ସରକାର ଦେଇଥିବା ମୋଦି ପ୍ରଶଂସା କରିଛନ୍ତି।

Share