ଧନୁହରବେଲାରୀର ମମତାରାଣୀ ହତ୍ୟା ମାମଲା: ସ୍ବାମୀଙ୍କୁ ଆଜୀବନ ଜେଲ ଦଣ୍ଡ

ଜଗତ୍‌ସିଂହପୁର ଅଫିସ,୧୭ା୧୨: ତତ୍କାଳୀନ ବାଲିକୁଦା ଥାନା ତଥା ବର୍ତ୍ତମାନର ବନ୍ଦର ମେରାଇନ ଥାନା ଅନ୍ତର୍ଗତ ଧନୁହରବେଲାରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଝିଅ ମମତାରାଣୀ ଓରଫ ରିଙ୍କିଙ୍କ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍‌ସିଂହପୁର ଜିଲା ଓ ଦୌରାଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା ମମତାରାଣୀଙ୍କ ସ୍ବାମୀ ତଥା ଏହି ଥାନା ବିଲିନୂଆଗାଁ ନଲରାର ହର୍ଷବର୍ଦ୍ଧନ ସ୍ବାଇଁ ଓରଫ କୁନାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଏହି ରାଶି ଅନାଦେୟ ହେଲେ ଅଧିକ ୫ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ଅଛି।
ଏସମ୍ପର୍କରେ ଜଗତ୍‌ସିଂହପୁର ଏସ୍‌ପି ପ୍ରକାଶ ଆର୍‌ ସୂଚନା ଦେଇ କହିଛନ୍ତି, ପୂର୍ଣ୍ଣଚନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ୧୨ା୬ା୧୫ରେ ମମତାରାଣୀ ଓ ହର୍ଷବର୍ଦ୍ଧନ ବିବାହ କରିଥିଲେ। ବିବାହ ସମୟରେ ହର୍ଷବର୍ଦ୍ଧନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ ଅନ୍ୟ ଘରକରଣା ଉପକରଣ ଯୌତୁକ ଆକାରରେ ଦିଆଯାଇଥିଲା। କିନ୍ତୁ ମମତାରାଣୀ ଯେତେବେଳେ ୩ ମାସର ଗର୍ଭବତୀ ଥିଲେ ହର୍ଷବର୍ଦ୍ଧନ ଅଧିକ ଯୌତୁକ ଦାବି କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏ ପରିସ୍ଥିତିରେ ମମତାରାଣୀଙ୍କୁ ପୂର୍ଣ୍ଣଚନ୍ଦ୍ର ତାଙ୍କ ପାଖକୁ ନେଇ ଯାଇଥିଲେ। ମମତାରାଣୀ ଯେତେବେଳେ ୬ ମାସର ଗର୍ଭବତୀ ଅର୍ଥାତ୍‌ ୪ା୮ା୧୬ରେ ହର୍ଷବର୍ଦ୍ଧନ ଶ୍ୱଶୁର ଘରେ ପହଞ୍ଚତ୍ ରାତ୍ରୀଯାପନ କରିଥିଲେ। ୫ ତାରିଖରେ ଶ୍ୱଶୁର ଘର ଛାଡି ତାଙ୍କ ସମ୍ପର୍କୀୟଙ୍କ ଘର ସିଦ୍ଧପୋଖରୀ ଯାଇଥିଲେ। ଏହିଦିନ ଅପରାହ୍ନ ପାଖାପାଖି ୪ଟା୩୦ରେ ପୁଣି ଶ୍ୱଶୁର ଘରକୁ ଫେରି ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଗାଡିରେ ବସାଇ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ଫେରି ଆସିବାକୁ ଉଭୟଙ୍କୁ ପୂର୍ଣ୍ଣଚନ୍ଦ୍ର କହିଥିଲେ। କିନ୍ତୁ ରାତି ୯ଟା ହୋଇ ଯାଇଥିଲେ ସୁଦ୍ଧା ସେମାନେ ନ ଫେରିବାରୁ ପୂର୍ଣ୍ଣଚନ୍ଦ୍ରଙ୍କ ମନରେ ଭୟ ସଞ୍ଚାର ହୋଇଥିଲା। ସେ ଉଭୟଙ୍କ ସହ ଯୋଗାଯୋଗ ପାଇଁ ସେମାନଙ୍କ ମୋବାଇଲ ନମ୍ବରକୁ ଫୋନ୍‌ କରିଥିଲେ। କିନ୍ତୁ ସମ୍ଭବ ହୋଇ ନ ଥିଲା। ପେର ଝିଅ, ଜ୍ୱାଇଁଙ୍କୁ ଖୋଜା ଯାଇଥବା ବେଳେ ୬ ତାରିଖ ପ୍ରାତଃ ପାଖାପାଖି ୬ଟାବେଳେ ଇଚ୍ଛାପୁର-ଦଶବାଟିଆ ରାସ୍ତାର କେରୁପଡ଼ା ନିକଟରେ ମମତାରାଣୀଙ୍କ ମୃତଦେହ ପଡିଥିବା ଦେଖାଯାଇଥିଲା। ତାଙ୍କ ଶରୀରର ଏକାଧିକ ସ୍ଥାନରେ ରକ୍ତଶ୍ରାବ ହେଉଥିଲା। ଏହାପରେ ପୂର୍ଣ୍ଣଚନ୍ଦ୍ର ତାଙ୍କ ଝିଅକୁ ଜ୍ୱାଇଁ ହତ୍ୟା କରିଥିବା ଅଭିଯୋଗ କଲାପରେ ବାଲିକୁଦା ପୋଲିସ ଏହିଦିନ ଦଫା ୩୦୨ ଆଇପିସିରେ ମାମଲା ସଂଖ୍ୟା ୧୩୬/୧୬ ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ କିନ୍ତୁ ଏହା ଦଫା ୪୯୮-ଏ/୩୦୪-ବି/୩୦୨ ଆଇପିସି/ଦଫା ୪ ଡି.ପି. ଆକ୍ଟକୁ ପରିବର୍ତ୍ତିତ ହୋଇଥିଲା। ସେତେବେଳେ ତଦନ୍ତ ଦାୟିତ୍ୱ ନେଇଥିଲେ ତତ୍କାଳୀନ ଏସ୍‌ଆଇ ୟୁ. ଏନ୍‌. ସେଠୀ। ତଦନ୍ତରୁ ଜଣାଯାଇଥିଲା, ଧରୁଆ ଅସ୍ତ୍ରରେ ମମତାରାଣୀଙ୍କୁ ହତ୍ୟା କରାଯାଇଥିଲା। ତଦନ୍ତ ପରେ ତତ୍କାଳୀନ ଏସ୍‌ଆଇ ସେଠୀ ୩୦ା୧୦ା୧୬ରେ ଦଫା ୪୯୮(ଏ)/୩୦୨/୩୦୪(ବି)/୪୦୬ ଆଇପିସି/୪ ଡି.ପି. ଆକ୍ଟରେ ଚାର୍ଜସିଟ୍‌ ସଂଖ୍ୟା ୨୦୧ ଦାଖଲ କରିଥିଲେ। ଏହି ମାମଲା ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ଥିଲା। ସରକାରଙ୍କ ପକ୍ଷରୁ କୋର୍ଟ ପିପି (ପବ୍ଲିକ ପ୍ରସିକ୍ୟୁଟର) ନଳିନୀକାନ୍ତ ମହାରଣା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri