ଧନୁହରବେଲାରୀର ମମତାରାଣୀ ହତ୍ୟା ମାମଲା: ସ୍ବାମୀଙ୍କୁ ଆଜୀବନ ଜେଲ ଦଣ୍ଡ

ଜଗତ୍‌ସିଂହପୁର ଅଫିସ,୧୭ା୧୨: ତତ୍କାଳୀନ ବାଲିକୁଦା ଥାନା ତଥା ବର୍ତ୍ତମାନର ବନ୍ଦର ମେରାଇନ ଥାନା ଅନ୍ତର୍ଗତ ଧନୁହରବେଲାରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଝିଅ ମମତାରାଣୀ ଓରଫ ରିଙ୍କିଙ୍କ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍‌ସିଂହପୁର ଜିଲା ଓ ଦୌରାଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା ମମତାରାଣୀଙ୍କ ସ୍ବାମୀ ତଥା ଏହି ଥାନା ବିଲିନୂଆଗାଁ ନଲରାର ହର୍ଷବର୍ଦ୍ଧନ ସ୍ବାଇଁ ଓରଫ କୁନାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଏହି ରାଶି ଅନାଦେୟ ହେଲେ ଅଧିକ ୫ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ଅଛି।
ଏସମ୍ପର୍କରେ ଜଗତ୍‌ସିଂହପୁର ଏସ୍‌ପି ପ୍ରକାଶ ଆର୍‌ ସୂଚନା ଦେଇ କହିଛନ୍ତି, ପୂର୍ଣ୍ଣଚନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ୧୨ା୬ା୧୫ରେ ମମତାରାଣୀ ଓ ହର୍ଷବର୍ଦ୍ଧନ ବିବାହ କରିଥିଲେ। ବିବାହ ସମୟରେ ହର୍ଷବର୍ଦ୍ଧନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ ଅନ୍ୟ ଘରକରଣା ଉପକରଣ ଯୌତୁକ ଆକାରରେ ଦିଆଯାଇଥିଲା। କିନ୍ତୁ ମମତାରାଣୀ ଯେତେବେଳେ ୩ ମାସର ଗର୍ଭବତୀ ଥିଲେ ହର୍ଷବର୍ଦ୍ଧନ ଅଧିକ ଯୌତୁକ ଦାବି କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏ ପରିସ୍ଥିତିରେ ମମତାରାଣୀଙ୍କୁ ପୂର୍ଣ୍ଣଚନ୍ଦ୍ର ତାଙ୍କ ପାଖକୁ ନେଇ ଯାଇଥିଲେ। ମମତାରାଣୀ ଯେତେବେଳେ ୬ ମାସର ଗର୍ଭବତୀ ଅର୍ଥାତ୍‌ ୪ା୮ା୧୬ରେ ହର୍ଷବର୍ଦ୍ଧନ ଶ୍ୱଶୁର ଘରେ ପହଞ୍ଚତ୍ ରାତ୍ରୀଯାପନ କରିଥିଲେ। ୫ ତାରିଖରେ ଶ୍ୱଶୁର ଘର ଛାଡି ତାଙ୍କ ସମ୍ପର୍କୀୟଙ୍କ ଘର ସିଦ୍ଧପୋଖରୀ ଯାଇଥିଲେ। ଏହିଦିନ ଅପରାହ୍ନ ପାଖାପାଖି ୪ଟା୩୦ରେ ପୁଣି ଶ୍ୱଶୁର ଘରକୁ ଫେରି ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଗାଡିରେ ବସାଇ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ଫେରି ଆସିବାକୁ ଉଭୟଙ୍କୁ ପୂର୍ଣ୍ଣଚନ୍ଦ୍ର କହିଥିଲେ। କିନ୍ତୁ ରାତି ୯ଟା ହୋଇ ଯାଇଥିଲେ ସୁଦ୍ଧା ସେମାନେ ନ ଫେରିବାରୁ ପୂର୍ଣ୍ଣଚନ୍ଦ୍ରଙ୍କ ମନରେ ଭୟ ସଞ୍ଚାର ହୋଇଥିଲା। ସେ ଉଭୟଙ୍କ ସହ ଯୋଗାଯୋଗ ପାଇଁ ସେମାନଙ୍କ ମୋବାଇଲ ନମ୍ବରକୁ ଫୋନ୍‌ କରିଥିଲେ। କିନ୍ତୁ ସମ୍ଭବ ହୋଇ ନ ଥିଲା। ପେର ଝିଅ, ଜ୍ୱାଇଁଙ୍କୁ ଖୋଜା ଯାଇଥବା ବେଳେ ୬ ତାରିଖ ପ୍ରାତଃ ପାଖାପାଖି ୬ଟାବେଳେ ଇଚ୍ଛାପୁର-ଦଶବାଟିଆ ରାସ୍ତାର କେରୁପଡ଼ା ନିକଟରେ ମମତାରାଣୀଙ୍କ ମୃତଦେହ ପଡିଥିବା ଦେଖାଯାଇଥିଲା। ତାଙ୍କ ଶରୀରର ଏକାଧିକ ସ୍ଥାନରେ ରକ୍ତଶ୍ରାବ ହେଉଥିଲା। ଏହାପରେ ପୂର୍ଣ୍ଣଚନ୍ଦ୍ର ତାଙ୍କ ଝିଅକୁ ଜ୍ୱାଇଁ ହତ୍ୟା କରିଥିବା ଅଭିଯୋଗ କଲାପରେ ବାଲିକୁଦା ପୋଲିସ ଏହିଦିନ ଦଫା ୩୦୨ ଆଇପିସିରେ ମାମଲା ସଂଖ୍ୟା ୧୩୬/୧୬ ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ କିନ୍ତୁ ଏହା ଦଫା ୪୯୮-ଏ/୩୦୪-ବି/୩୦୨ ଆଇପିସି/ଦଫା ୪ ଡି.ପି. ଆକ୍ଟକୁ ପରିବର୍ତ୍ତିତ ହୋଇଥିଲା। ସେତେବେଳେ ତଦନ୍ତ ଦାୟିତ୍ୱ ନେଇଥିଲେ ତତ୍କାଳୀନ ଏସ୍‌ଆଇ ୟୁ. ଏନ୍‌. ସେଠୀ। ତଦନ୍ତରୁ ଜଣାଯାଇଥିଲା, ଧରୁଆ ଅସ୍ତ୍ରରେ ମମତାରାଣୀଙ୍କୁ ହତ୍ୟା କରାଯାଇଥିଲା। ତଦନ୍ତ ପରେ ତତ୍କାଳୀନ ଏସ୍‌ଆଇ ସେଠୀ ୩୦ା୧୦ା୧୬ରେ ଦଫା ୪୯୮(ଏ)/୩୦୨/୩୦୪(ବି)/୪୦୬ ଆଇପିସି/୪ ଡି.ପି. ଆକ୍ଟରେ ଚାର୍ଜସିଟ୍‌ ସଂଖ୍ୟା ୨୦୧ ଦାଖଲ କରିଥିଲେ। ଏହି ମାମଲା ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ଥିଲା। ସରକାରଙ୍କ ପକ୍ଷରୁ କୋର୍ଟ ପିପି (ପବ୍ଲିକ ପ୍ରସିକ୍ୟୁଟର) ନଳିନୀକାନ୍ତ ମହାରଣା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri