ଧକ୍‌ ଧକ୍‌ ଗର୍ଲ ୫୨ ବର୍ଷରେ କଲେ ପଦାର୍ପଣ

ମୁମ୍ବାଇ, ୧୫।୫: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌ ବୁଧବାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମେ ୧୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୮୪ରେ ଫିଲ୍ମ ଅବୋଧରେ ଅଭିନୟ କରି ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ନିଜ ଡ୍ର଼୍ୟାନ୍ସ ପାଇଁ ବେଶ୍‌ ପ୍ରସିଦ୍ଧି ହାସଲ କରିଥିଲେ। ସେ ଏଥିରେ ୮ ବର୍ଷ ଧରି ଟ୍ରେନିଂ ମଧ୍ୟ ନେଇଥିଲେ। ଏକ ଦୋ ତିନ୍‌… ଗୀତରେ ମାଧୁରୀଙ୍କ ଡ୍ୟାନ୍ସ ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଥିଲା। ଏହା ତାଙ୍କ ପଛରେ ଫିଲ୍ମ ନିର୍ମାତାଙ୍କ ଲମ୍ବା ଲାଇନ୍‌ ଲାଗିଯାଇଥିଲା। ୧୯୯୯ରେ ମାଧୁରୀ ଡାକ୍ତର ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରିଥିଲେ।

Share