ଧଉରାଗୋଠ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ

ବଇଣ୍ଡା,୫।୧୧(ଡି.ଏନ.ଏ.)

ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରାଗୋଠ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ କରାଯାଇଛି। ଏହି ବଡ଼ଧରଣର ଜଳସେଚନ ପ୍ରକଳ୍ପ ନିର୍ମାଣ କରି ସ୍ଥାନୀୟ ଲୋକଙ୍କ ଦୀର୍ଘବର୍ଷର ଦାବି ପୂରଣ କରିବା ପାଇଁ ସରକାର ଚିନ୍ତା କରିଥିବାବେଳେ ଏବେ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ବିଭିନ୍ନ ଅଞ୍ଚଳର ପ୍ରଜା ବିରୋଧ କରିବା ଚିନ୍ତାର ବିଷୟ ହୋଇଛି।
ସୋମବାର ଉପଖଣ୍ଡ ପ୍ରଶାସନ ଓ ମାନଜୋର ଜଳସେଚନ ବିଭାଗ ପକ୍ଷରୁ କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଭେଜିଗୋଠ ଗ୍ରାମରେ ପଲ୍ଲିସଭା କରାଯାଇଥିଲା। ତେବେ ଗ୍ରାମବାସୀ ଏହି ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଥିଲେ। ମାନଜୋର କନିଷ୍ଠଯନ୍ତ୍ରୀ ଉମାକାନ୍ତ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଲ୍ଲିସଭାରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ମାନଜୋର ନିର୍ବାହୀ ଯନ୍ତ୍ରୀ ସନାତନ ପାତ୍ର, ସହକାରୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଗଡ଼ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ବିଲେଇନାଳୀ ସରପଞ୍ଚ ନବକିଶୋର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହୃଦାନନ୍ଦ ପ୍ରଧାନ, କିଶୋରନଗର ବ୍ଲକ ଜିପିଓ ସୁଜତା ତ୍ରିପାଠୀ, ଓ୍ବାର୍ଡମେମ୍ବର ବୀଣାପାଣି ସାହୁଙ୍କ ସମେତ ଗ୍ରାମବାସୀ ଉକ୍ତ ପଲ୍ଲିସଭାରେ ଯୋଗ ଦେଇଥିଲେ। ସଭା ଆରମ୍ଭରୁ ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀ କହିଥିଲେ ଯେ, ଏହି ପ୍ରକଳ୍ପ ହେଲେ ଗାଁ ସମ୍ପୂର୍ଣ୍ଣ ବୁଡ଼ିଯିବ। ଲୋକେ ସେମାନଙ୍କ ଭିଟାମାଟି ହରାଇ ବସିବେ। ୨ ଶହେରୁ ଊର୍ଦ୍ଧ୍ୱ ପରିବାର ସର୍ବସ୍ବ ହରାଇବେ। ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ଭଲ ଫସଲ ଉତ୍ପାଦନ ହେଉଛି। ତେଣୁ ଜମି ଚାଲିଗଲେ ସେମାନେ କିଭଳି ପରିବାର ଚଳାଇବେ। ତେଣୁ ମରିଯିବୁ ପଛେ ପ୍ରକଳ୍ପ ପାଇଁ ଇଞ୍ଚେ ବି ଜମି ଦେବୁନାହିଁ ବୋଲି ଗ୍ରାମବାସୀ କଡ଼ା ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ମତ ସମ୍ପର୍କରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନଙ୍କୁ ଅବଗତ କରାଯିବ ବୋଲି ଉପଜିଲାପାଳ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ସେହିପରି ଲୁହାମୁଣ୍ଡାଠାରେ ମଧ୍ୟ ପଲ୍ଲିସଭା ବେଳେ କେତେ ଜମି କ୍ଷତିଗ୍ରସ୍ତ ହେଉଛି ତାହା ଘୋଷଣା ହୋଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଥିଲା। ଜମି ସର୍ଭେ କରି ଚିହ୍ନଟ କରିବା ପରେ ପଲ୍ଲିସଭା କରିବା ପାଇଁ ଲୁହାମୁଣ୍ଡା ଅଞ୍ଚଳବାସୀ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ଲୁହାମୁଣ୍ଡା ଅଞ୍ଚଳର ବହୁ ଲୋକ ଜୀବିକା ଭିଟାମାଟି ହରାଇବେ କହି ବିରୋଧ କରିଥିଲେ। ଏ ନେଇ ଉପଜିଲାପାଳ ବିଶ୍ୱାଳ କହିଛନ୍ତି, ଧଉରାଗୋଠ ଜଳସେଚନ ପ୍ରକଳ୍ପ ପାଇଁ ଭେଜିଗୋଠ ଓ ଲୁହାମୁଣ୍ଡା ଅଞ୍ଚଳରେ ହୋଇଥିବା ପଲ୍ଲିସଭା କରାଯାଇଥିଲା। ଅଞ୍ଚଳବାସୀ ବିରୋଧ କରୁଛନ୍ତି। ଏ ନେଇ ସରକାର ଓ ଜିଲାପାଳଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri