ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ରରେ ତ୍ରୁଟି

ବ୍ରହ୍ମପୁର ଅଫିସ,୧୭ା୫-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ପୁଣି ଖେଳ ଖେଳିଛି ା ଗୁରୁବାର ଆରମ୍ଭ ହୋଇଥିବା ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଦେଇଛି। ‘ଅର୍ଗାନିକ୍‌ କେମିଷ୍ଟ୍ରି’ ବିଷୟରେ ପୁୁରୁଣା ସିଲାବସରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି ା ପୂର୍ବରୁ ଉକ୍ତ ବିଭାଗର ପ୍ରଥମ ସେମିଷ୍ଟର ପରୀକ୍ଷାରେ ପୁରୁଣା ସିଲାବସରୁ ପ୍ରଶ୍ନ ଆସିଥିବା ବେଳେ ପୁଣି ଦ୍ୱିତୀୟ ସେମିଷ୍ଟର ପରୀକ୍ଷାର ପ୍ରଥମ ଦିନରେ ଏହାର ପୁନରାବୃତ୍ତି ହୋଇଥିବା ଜଣାପଡିଛି ା ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ା ଅନ୍ୟପଟରେ ବିଭାଗର ଛାତ୍ରୀଛାତ୍ରମାନେ ଗୁରୁବାର ପରୀକ୍ଷା ଦେବାକୁ ମନା କରିବା ସହ ପୁନର୍ବାର ନୂତନ ସିଲାବସ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପରୀକ୍ଷା କରିବାକୁ ପରୀକ୍ଷା ନିୟନ୍ତ୍ରକ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ା ତେବେ ଏଭଳି ଘଟଣା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତା ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଖାମଖିଆଲି ମନୋଭାବକୁ ପଦାରେ ପକାଇଛି ା
ଛାତ୍ରୀଛାତ୍ରଙ୍କ ଦାବି ପରେ ଗୁରୁବାରରୁ ସ୍ନାତ୍ତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି ା କିନ୍ତୁ ପ୍ରଥମ ଦିନ ପରୀକ୍ଷାରୁ ହିଁ ପ୍ରଶ୍ନପତ୍ରରେ ତ୍ରୁଟିକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଥିଲା ା ‘ଅର୍ଗାନିକ କେମିଷ୍ଟ୍ରି’ ପ୍ରଶ୍ନପତ୍ରରେ ୬୦ ରୁ ୭୦ ପ୍ରତିଶତ ପ୍ରଶ୍ନ ପୁରୁଣା ସିଲାବସରୁ ଆସିଥିବା ଜଣାପଡିଥିଲା। ଏହାପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲାା ପୂର୍ବରୁ ସ୍ନାତକୋତ୍ତର ପ୍ରଥମ ସେମିଷ୍ଟର ପରୀକ୍ଷା ବେଳେ ରସାୟନ ବିଜ୍ଞାନ ବିଭାଗର ଗୋଟିଏ ପେପର ପ୍ରଶ୍ନପତ୍ରରେ ପୁରୁଣା ସିଲାବସର ପ୍ରଶ୍ନ ଆସିଥିଲା ା ସେହି ସମୟରେ ଗ୍ରେସ ମାର୍କ ଦେବାକୁ କୁହାଯାଇଥିଲାା କିନ୍ତୁ ଚଳିତ ସେମିଷ୍ଟରରେ ପୁଣି ଏହାର ପୁନରାବୃତ୍ତି ହୋଇଥିବାରୁ ପରୀକ୍ଷା ଦେବାକୁ ଛାତ୍ରୀଛାତ୍ର ମନା କରିବା ସହ ହଲଛାଡି ଦେଇଥିଲେ ା
ଏଥିସହ ପୁନଃ ନୂତନ ସିଲାବସରେ ପରୀକ୍ଷା କରିବାକୁ ଦାବି କରିବା ସହ ପରୀକ୍ଷା ନିୟନ୍ତ୍ରକ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ା ଅନ୍ୟପଟରେ ପ୍ରଶ୍ନପତ୍ରରେ ହୋଇଥିବା ତ୍ରୁଟି ଯାଞ୍ଚ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିବା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ସୂଚନା ଦେଇଛନ୍ତି ା କମିଟି ପରାମର୍ଶ କ୍ରମେ ନୂତନ ସିଲାବସ ଅନୁଯାୟୀ ଉକ୍ତ ବିଷୟ ପରୀକ୍ଷା ପାଇଁ ଅନ୍ୟ ଏକ ଦିନ ଧାର୍ଯ୍ୟ କରାଯିବାକୁ ସେ ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri