ଦ୍ୱିତୀୟ ଶ୍ରୀକ୍ଷେତ୍ରକୁ ଅଣଦେଖା

ସରକାରୀ ମାନ୍ୟତା ମିଳି ନ ଥିଲେ ମଧ୍ୟ ଉତ୍ତର ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ବାରିପଦା ସହରକୁ ଲୋକେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହନ୍ତି। ହରିବଳଦେବ ଜୀଉ ମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁରୀ ଶ୍ରୀମନ୍ଦିର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି। ପୁରୀ ରଥଯାତ୍ରାର ଦିନକ ପରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। ଏଭଳି ପରମ୍ପରା ହରିବଳଦେବ ଜୀଉ ମନ୍ଦିରର ସ୍ବାତନ୍ତ୍ର୍ୟ ବହନ କରିଛି। କୁହାଯାଏ, ୧୫୭୫ରେ ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜ ଏହି ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର ପରିଚାଳନା ଲାଗି ୪ ହଜାରରୁ ଊଦ୍ଧର୍‌ବ ଏକର ଜମି ଖଞ୍ଜି ଦେଇଥିଲେ। ଜମିରୁ ଉପଲବ୍ଧ ଆୟ ଅର୍ଥରେ ଠାକୁରଙ୍କ ପୂଜାନୀତି ଓ ପରମ୍ପରା ପାଳନ ସହ ମନ୍ଦିରର ରକ୍ଷଣାବେକ୍ଷଣ ଲାଗି ଯୋଜନା ହୋଇଥିଲା। ଦେଶ ସ୍ବାଧୀନ ହେବା ପରେ ଗଡ଼ଜାତ ରାଜ୍ୟ ମୟୂରଭଞ୍ଜ ଓଡ଼ିଶା ସହ ମିଶିବାରୁ ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ହାତକୁ ଯାଇଥିଲା। କିନ୍ତୁ ଠାକୁରଙ୍କ ନାମରେ ଥିବା ଜମିରୁ ଅଧିକାଂଶ କାଳକ୍ରମେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଥିବାରୁ ମନ୍ଦିର ପରିଚାଳନାରେ ସମସ୍ୟା ମୁଣ୍ଡ ଟେକିଛି। ଆବଶ୍ୟକ ପାଣ୍ଠି ଅଭାବରୁ ଦିନେ ଦିନେ ଠାକୁରଙ୍କୁ ଭୋଗ ଲାଗି ମଧ୍ୟ ହୋଇପାରୁ ନାହିଁ। କେବଳ ସେତିକି ନୁହେଁ ଜବରଦଖଲ ଜମି ମୁକୁଳାଇବା ପାଇଁ ଦେବୋତ୍ତର ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ପାଣ୍ଠି ଅଭାବରୁ ରଥଯାତ୍ରା ସମେତ ଠାକୁରଙ୍କ ଅନ୍ୟ ପରମ୍ପରା ପାଳନ ପାଇଁ ଜନସାଧାରଣଙ୍କ ସହାୟତାଙ୍କୁ ଭରସା କରିବାକୁ ପଡୁଛି। ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦେବା ସାଙ୍ଗକୁ ସେବାୟତଙ୍କ ଦରମା ବୃଦ୍ଧି ଓ ଠାକୁରଙ୍କ ସମ୍ପତ୍ତି ପୁନରୁଦ୍ଧାର ଆଦି ଦାବି ନେଇ ସେବାୟତମାନେ ଦୀର୍ଘ ଦିନ ହେବ ଆନ୍ଦୋଳନ କରି ଆସୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଆସିଥିବା ବେଳେ ହରିବଳଦେବ ଜୀଉ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ। ସେତେବେଳେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଏସବୁ ଦାବି ସମ୍ପର୍କରେ ଅବଗତ କରାଇଥିଲେ। ଭୁବନେଶ୍ୱର ଆସି ଆଲୋଚନା କରି ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ମଧ୍ୟରେ ସରକାର କିଛି ନ କରିବାରୁ ସେବାୟତମାନେ ଏହାର ପ୍ରତିବାଦରେ ଦୁଇ ଦୁଇ ଥର ବାରିପଦାରୁ ଭୁବନେଶ୍ୱର ପଦଯାତ୍ରା ଆରମ୍ଭ କରିବା ସହ ଆଲୋଚନା କରିଥିଲେ ବି ତାହା ଫଳପ୍ରଦ ହୋଇପାରି ନାହିଁ। ପ୍ରଶାସନ ଓ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପାଳନ ନ କରିବା ସେବାୟତଙ୍କ ସମେତ ଜିଲାବାସୀଙ୍କୁ କ୍ଷୁବ୍ଧ କରିଛି। ରାଜ୍ୟ ସରକାର ସଂସ୍କୃତିର ସୁରକ୍ଷା ଓ ବିକାଶ ଦିଗରେ ବିଭିନ୍ନ ମନ୍ଦିରକୁ ଅନୁଦାନ ଦେଉଥିବା ବେଳେ ବାରିପଦା ମନ୍ଦିରକୁ ଅଣଦେଖା କରିବା ଚିନ୍ତାଜନକ ବୋଲି ସହରବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri