Categories: ଜାତୀୟ

ଦ୍ୱିତୀୟ ଦିନ ନିର୍ବାଚନ ପ୍ରଚାରରେ ମୋଦି

ନୁଆଦିଲ୍ଲୀ,୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୁଣିଥରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯୋଗ ଦେଇଛନ୍ତି। ଦିଲ୍ଲୀର ଦ୍ୱାରକାରେ ସେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ କହିଛନ୍ତି ଭୋଟିଂର ୪ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଦେଖି ବହୁ ଲୋକଙ୍କର ନିଦ ହଜିଯାଇଛି। ସୋମବାର ପୂର୍ବ ଦିଲ୍ଲୀରେ ଓ ମଙ୍ଗଳବାର ଦ୍ୱାରକାରେ ଭାଜପାର ସ୍ଥିତିକୁ ଦେଖି ସ୍ପଷ୍ଟ ଅନୁମାନ କରାଯାଉଛି କି ୧୧ ଫେବୃୟାରୀରେ ଫଳାଫଳ କ’ଣ ହେବ। ଭାରତର ସଫଳତା ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ନିର୍ଭର କରେ ବୋଲି ମୋଦି କହିଛନ୍ତି।

Share