Posted inଖେଳ

ଦ୍ୱିତୀୟ ଟି୨୦: ଭାରତର ସହଜ ବିଜୟ

ମୋହାଲି, ୧୯।୯(ପି.ଟି.)- ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏଶନ (ପିସିଏ) ଆଇଏସ୍‌ ବିନ୍ଦ୍ରା ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୪୯ ରନ କରିଥିଲା। ଜବାବରେ ଭାରତ ୧୯ ଓଭରରେ ୩ ଉଇକେଟ ହରାଇ ୧୫୧ ରନ ସଂଗ୍ରହ କରି ନେଇଥିଲା। ଅଧିନାୟକ ବିରାଟ କୋହଲି ୫୨ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହ ୭୨ ରନରେ ଅପରାଜିତ ରହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୫୦ରନ ବିଜୟ ଲକ୍ଷ୍ୟର ପିଛା କରି ଭାରତ ତାରକା ଓପନର ରୋହିତ ଶର୍ମାଙ୍କୁ ପ୍ରଥମେ ହରାଇଥିଲା। ରୋହିତ ୧୨ ବଲରୁ ୨ ଛକା ସହ ୧୨ ରନ କରି ଆଣ୍ଡିଲ ଫେଲୁକ୍ୱାୟୋଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୩୧ଟି ବଲ ଖେଳି ୪ ଚୌକା ଓ ୧ ଛକା ସହ ଦ୍ରୁତ ୪୦ ରନ କରି ତାବରେଜ୍‌ ଶାମସିଙ୍କ ବଲ୍‌ରେ ଲଙ୍ଗ ଅନ୍‌ରେ ଡେଭିଡ ମିଲରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ମିଲର ଗୋଟିଏ ହାତରେ ଏକ ଚମତ୍କାର କ୍ୟାଚ ନେଇଥିଲେ। ବେପରୁଆ ଖେଳ ପାଇଁ ବେଶ୍‌ ସମାଲୋଚିତ ହୋଇଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପାଳି ପଡିଥିଲା। ସେ ମାତ୍ର ୪ ରନ କରି ବିଜର୍ନ ଫର୍ଚ୍ୟୁନଙ୍କ ବଲ୍‌କୁ ଲେଗ୍‌ ସାଇଡ୍‌କୁ ଖେଳିବାକୁ ପ୍ରୟାସ କରିଥିଲେ। ତେବେ ଶର୍ଟ ଫାଇନ ଲେଗ୍‌ରେ ଶାମସି ତାଙ୍କ କ୍ୟାଚ୍‌ ନେଇଥିଲେ। ଫଳରେ ପନ୍ତଙ୍କୁ ନିରାଶ ହେବାକୁ ପଡିଥିଲା। ଆୟାର ୧୪ ବଲରୁ ୨ ଚୌକା ସହ ୧୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଫେଲୁକ୍ୱାୟୋ, ଶାମସି ଓ ଫର୍ଚ୍ୟୁନ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ତରଫରୁ ନବନିଯୁକ୍ତ ଅଧିନାୟକ କ୍ୱିଣ୍ଟନ ଡିକକ ଓ ପଦାର୍ପଣ କରିଥିବା ଟେମ୍ବା ବଭୁମା ଦମ୍‌ଦାର ପ୍ରଦର୍ଶନ କରିଥିଲେ। ତେବେ ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ଉଇକେଟ ନେବା ସହ ଅଧିକ ରନ ବ୍ୟୟ କରି ନଥିଲେ। ଅନ୍ତିମ ୪ ଓଭରରେ ଭାରତୀୟ ବୋଲରମାନେ ମାତ୍ର ୨୪ ରନ ଦେଇଥିଲେ। ତେବେ ୨୦ତମ ଓଭରରେ ସଇନି ୨୦ ରନ ବ୍ୟୟ କରିଥିଲେ। ଭଲ ଆରମ୍ଭ ପାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର ହାସଲ କରିପାରି ନଥିଲା। ଓପନର ରିଜା ହେଣ୍ଡ୍ରିକ୍ସ ମାତ୍ର ୬ ରନ କରିଥିବା ବେଳେ ଦୀପକ ଚହରଙ୍କ ବଲ୍‌ରେ ମିଡଅନ୍‌ରେ ଓ୍ବାଶିଂଟନ ସୁନ୍ଦରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟ ଯୋଡିରେ ଡିକକ୍‌ ଓ ବଭୁମା ୪୫ଟି ବଲରୁ ୫୭ ରନ ସଂଗ୍ରହ କରିଥିଲେ। ଡିକକ୍‌ ୩୭ ବଲରୁ ୮ ଚୌକା ସହ ୫୨ ରନ ସଂଗ୍ରହ କରି ନବଦୀପ ସଇନିଙ୍କ ବଲ୍‌ରେ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। କୋହଲି ମିଡ୍‌ଅନ୍‌ରୁ ବାମପଟକୁ ଦୌଡି ଏହି ସୁନ୍ଦର କ୍ୟାଚ୍‌ ନେଇଥିଲେ। ଏହାପରେ ବଭୁମା ୪୩ଟି ବଲରୁ ୩ ଚୌକା ଓ ୧ ଛକା ସହ ୪୯ ରନ କରି ଆଉଟ ହେବା ସହ ଅର୍ଦ୍ଧଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଅଫ୍‌ ଷ୍ଟମ୍ପ ବାହାରେ ଚହରଙ୍କ ଗୁଡ୍‌ ଲେନ୍ଥ ବଲ୍‌କୁ ଖେଳିବାକୁ ଯାଇ ବଭୁମା ମିଡ୍‌ଅନ୍‌ରେ ରବୀନ୍ଦ୍ର ଜାଡେଜଙ୍କୁ କ୍ୟାଚ୍‌ ଦେଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମମ୍ୟାନ ବଡ଼ ସ୍କୋର ହାସଲ କରିପାରି ନଥିଲେ। ରାସି ଭାନ୍‌ ଡେର ଡୁସେନ ମାତ୍ର ୧ ରନ କରିଥିବାବେଳେ ଜାଡେଜାଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଡେଭିଡ ମିଲର ୧୫ ବଲରୁ ୧ ଛକା ସହ ୧୮ ରନକରି ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବଲ୍‌ରେ କ୍ଲ୍‌ିନ୍‌ ବୋଲ୍ଡ ହୋଇଥିଲେ। ଡ୍ବେନ ପ୍ରିଟୋରିୟସ ୧୦ ଓ ଆଣ୍ଡିଲ ଫେଲୁକ୍ୱାୟୋ ୮ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ପକ୍ଷରୁ ଦୀପକ ଚହର ୨, ନବଦୀପ ସଇନି, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଧିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ୩ଜଣ ଖେଳାଳି ପଦାର୍ପଣ କରିଥିଲେ। ଅନରିଚ୍‌ ନୋର୍ଜ, ବିଜର୍ନ ଫର୍ଚ୍ୟୁନ ଓ ବଭୁମା ଟି୨୦ରେ ଡେବ୍ୟୁ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୪୯/୫
(ଡିକକ୍‌- ୫୨, ବଭୁମା- ୪୯, ମିଲର- ୧୮, ଚହର- ୨/୨୨, ସଇନି- ୧/୩୪, ଜାଡେଜା- ୧/୩୧, ପାଣ୍ଡ୍ୟା- ୧/୩୧)।
ଭାରତ ୧୯ ଓଭରରେ ୧୫୧/୩
(କୋହଲି- ୭୨*, ଧାଓ୍ବନ- ୪୦, ଫେଲୁକ୍ୱାୟୋ- ୧/ ୨୦, ଶାମସି- ୧/ ୧୯, ଫର୍ଚ୍ୟୁନ- ୧/ ୩୨)।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri