ଦୋକାନୀ-ଉଚ୍ଛେଦକାରୀ ଦଳର ଖଣ୍ଡଯୁଦ୍ଧ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଜବରଦଖଲ ବଢ଼ିଚାଲୁଥିବା ବେଳେ ଜବରଦଖଲକାରୀଙ୍କ ଦାଦାଗିରି ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଉଛି। ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଉଛି। ହେଲେ ଏବେ ଜବରଦଖଲକାରୀଙ୍କ ଦାଦାଗିରି ଚରମସୀମାରେ ପହଞ୍ଚିଛି। କିଛିଦିନ ତଳେ ବାମ ସମାନ୍ତରାଳ (ଲେଫ୍ଟ ପାରାଲାଲ ରୋଡ୍‌) ରାସ୍ତା ପାର୍ଶ୍ୱରୁ ବେଆଇନ ଜବରଦଖଲ ହଟାଇବା ପାଇଁ ଉଚ୍ଛେଦକାରୀ ଦଳ ଯାଇଥିବା ବେଳେ ସେମାନଙ୍କୁ ବସ୍ତିବାସିନ୍ଦା ବିରୋଧ କରିଥିଲେ। ସେଭଳି ସ୍ଥିତି ଶୁକ୍ରବାର ସମ୍‌ ହସ୍ପିଟାଲ ସମ୍ମୁଖରେ ଦେଖିବାକୁ ମିଳିଛି। ଉଚ୍ଛେଦ ପାଇଁ ଯାଇଥିବା ଅଧିକାରୀ ଏବଂ ଅନ୍ୟମାନଙ୍କୁ ହସ୍ପିଟାଲ ସମ୍ମୁଖ ରାସ୍ତା ପାର୍ଶ୍ୱସ୍ଥ ଦୋକାନୀମାନଙ୍କ ତୀବ୍ର ବିରୋଧର ସାମ୍ନା କରିବାକୁ ପଡ଼ିଛି। ଆବଶ୍ୟକ ଅନୁଯାୟୀ ପୋଲିସ ଫୋର୍ସ ନ ଥିବାରୁ ଉଚ୍ଛେଦ ଅଧିକାରୀ ଓ ଦୋକାନୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଦୀର୍ଘ ସମୟ ଧରି ଦୋକାନୀମାନେ ବିରୋଧ ପ୍ରଦର୍ଶନ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏପରି କି ସେହି ରାସ୍ତା ଦେଇ ଚଳାଚଳ କରୁଥିବା ଗାଡ଼ିକୁ ଲୁହା ପାଇପ୍‌ରେ ଭଙ୍ଗାରୁଜା କରିଥିଲେ। ଏଥିଯୋଗୁ ସେଠାରେ ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ, ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଜୋନାଲ କମିଶନରଙ୍କ ଦ୍ୱାରା କଳିଙ୍ଗ ଷ୍ଟୁଡିଓ ଛକରୁ ସମ୍‌ ହସ୍ପିଟାଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୁଇପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ମିଳିତ ଉଚ୍ଛେଦ ଟିମ୍‌କୁ ଗତ ୧୪ ତାରିଖରେ ଚିଠି ସଂଖ୍ୟା ୧୩୯୮/ସିଏରେ ପତ୍ର ଲେଖାଯାଇଥିଲା। ଉକ୍ତ ଚିଠିକୁ ଭିତ୍ତିକରି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉଚ୍ଛେଦ ଅଧିକାରୀ-୨ ପ୍ରମୋଦ ପାତ୍ରଙ୍କ ନେତୃତ୍ୱରେ ମିଳିତ ଉଚ୍ଛେଦ ଟିମ୍‌ ଶୁକ୍ରବାର ପୂର୍ବାହ୍ନରେ ଷ୍ଟୁଡିଓ ଛକରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା। ଅପରାହ୍ନ ସୁଦ୍ଧା ରାସ୍ତା ପାର୍ଶ୍ୱସ୍ଥ ୧୪୬ ଅସ୍ଥାୟୀ ଓ ବେଆଇନ ନିର୍ମାଣ ସମେତ ଦୋକାନ ଭଙ୍ଗାଯାଇଥିଲା। ତେବେ ପରେ ସମ୍‌ ହସ୍ପିଟାଲ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବାରୁ ଏହାକୁ ସ୍ଥାନୀୟ ଦୋକାନୀମାନେ ବିରୋଧ କରିଥିଲେ। ବିନା ନୋଟିସ୍‌ରେ କାହିଁକି ଉଚ୍ଛେଦ କରୁଛ, ପ୍ରଥମେ ଥଇଥାନ କର ତା’ ପରେ ଭାଙ୍ଗିବ ବୋଲି କହି ହୋହଲ୍ଲା କରିଥିଲେ। ତେବେ ଅଧିକାରୀମାନେ କିଛି ନ ଶୁଣି ଜବରଦଖଲ ହଟାଇବାରୁ ଦୋକାନୀମାନେ ମାରପିଟ୍‌ ଆରମ୍ଭ କରିଦେଇଥିଲେ। ଫଳରେ ଅଧିକାରୀ ମାନଙ୍କ ସମେତ ସାଧାରଣ ଲୋକ ବି ଏହାର ଶିକାର ହୋଇଥିଲେ। ମାରପିଟ୍‌ରେ କେତେଜଣ ଲୋକଙ୍କ କାର କାଚ୍‌ ଓ ବାଇକ୍‌ ଭାଙ୍ଗିଯାଇଛି। ମାତ୍ର ଏ ନେଇ କୌଣସି ପକ୍ଷରୁ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି। ଏହି ଉଚ୍ଛେଦରେ ବିଏମ୍‌ସି ଏବଂ ବିଡିଏର ଗୋଟିଏ ଲେଖାଏ ଜେସିବି ବ୍ୟବହୃତ ହୋଇଥିଲା। ୧ ପ୍ଲାଟୁନ୍‌ ଏପିଆର୍‌ ଫୋର୍ସ ସହ ଖଣ୍ଡଗିରି ଥାନା ଏସ୍‌ଆଇ ସସ୍ମିତା ଧଳ, ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ଏବଂ ଅନ୍ୟ ସ୍କ୍ବାଡ୍‌ ଉପସ୍ଥିତ ଥିଲେ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଆସନ୍ତା ୩ତାରିଖ ପରେ ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ସାଲିଆ ସାହିରେ ଗୌଡ ବସ୍ତି, ବୀରବସ୍‌ ବସ୍ତି, ଶ୍ରୀକ୍ରିଷ୍ଣାନଗର ବସ୍ତି ଓ ଲକ୍ଷ୍ମୀପୁର ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯିବ। ତା’ ପରେ ବିଧାନସଭା ଅଧିବେଶନ ବସୁଥିବାରୁ ଆବଶ୍ୟକ ପୋଲିସ ଫୋର୍ସ ମିଳିବା କଷ୍ଟକର ହୋଇଯିବ। ସେଥିପାଇଁ ଏପ୍ରିଲ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପାଖାପାଖି ୫ ପ୍ଲାଟୁନ ପୋଲିସ ଫୋର୍ସ ସହ ସମ୍‌ ହସ୍ପିଟାଲ ସାମ୍ନାରେ ଥିବା ଅସ୍ଥାୟୀ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବ ବୋଲି ମିଳିତ ଉଚ୍ଛେଦ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri