ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୪।୪(ଡି.ଏନ୍‌.ଏ.)- ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ଥିବା ଏକ ରାଶନ ଦୋକାନରେ ସୋମବାର ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଦୋକାନରେ ଥିବା ସମସ୍ତ ରାଶନ ସମେତ ଅନ୍ୟାନ୍ୟ ଜିନିଷ ପୋଡ଼ିଯାଇଛି।