ଦୈନିକ ପରିବା ବଜାର ପିଣ୍ଡି ତିଆର କରିବା ଘଟଣା : ଉଚ୍ଛେଦ ବେଳେ ଉତ୍ତେଜନା

ଦେବଗଡ଼, ୧୯।୨(ଡ଼ି.ଏନ୍‌.ଏ.) – ଦେବଗଡ଼ ସହରର ଦୈନିକ ପରିବା ବଜାରରେ ପିଣ୍ଡି ତିଆରି କରିବା ଘଟଣା କ୍ରମଶଃ ଜଟିଳ ହେଉଛି। ପରିବା ବ୍ୟବସାୟୀଙ୍କ ଦାବି ପୂରଣ ନ ହେଲେ ସେମାନେ ଉଠିବେ ନାହିଁ ବୋଲି ଜିଦରେ ଅଟଳ ଥିବାରୁ ଜିଲା ପ୍ରଶାସନ -ପରିବା ବ୍ୟବସାୟୀ ମୁହାମୁହଁି ହୋଇଛନ୍ତି। ଏପରିକି ମଙ୍ଗଳବାର ପରିବା ବ୍ୟବସାୟୀଙ୍କୁ ଉଚ୍ଛେଦ ଲାଗି ଆସିଥିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୀର୍ଘ ୨ଘଣ୍ଟା ଉତ୍ତେଜନା ଲାଗି ରହିବା ଫଳରେ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା।
ପ୍ରକାଶ ଯେ, ଦୈନିକ ପରିବା ବଜାରରେ ପିଣ୍ଡି ତିଆରି କରିବା ପାଇଁ ଗୋହୀରା ବନ୍ଧ ନିକଟକୁ ଉଠା ଦୋକାନୀମାନଙ୍କୁ ବସାଇବାକୁ ପ୍ରଶାସନ ଉଦ୍ୟମ କରୁଛି। ଦୈନିକ ପରିବା ବ୍ୟବସାୟୀମାନଙ୍କୁ ଜିଲା ପ୍ରଶାସନ ଏନେଇ ଗତ ଜାନୁୟାରୀ ୨ ଓ ୧୦ ତାରିଖରେ ନୋଟିସ କରିଥିଲେ। ବ୍ୟବସାୟୀମାନେ ନିକଟସ୍ଥ ଗୋହିରୀ ବନ୍ଧ ପାଖରେ ବସିବା ପାଇଁ ନୋଟିସ ହୋଇଥିଲା। କିନ୍ତୁ ବ୍ୟବସାୟୀମାନେ ବାରମ୍ବାର ଦାବି କରିଆସୁଛନ୍ତି ଯେ, ପିଣ୍ଡିସହ ଖରାବର୍ଷାରୁ ରକ୍ଷାପାଇବା ପାଇଁ ଆଜ୍‌ବେଷ୍ଟସ ଛାଉଣୀ ବ୍ୟବସ୍ଥା କରାଯାଉ। ଉକ୍ତ ସ୍ଥାନରେ ପାନୀୟ ଜଳ ଯୋଗାଣ ତଥା ପରିଶ୍ରାଗାର ବ୍ୟବସ୍ଥା କରାଯାଉ। ବର୍ଷାପାଣିର ନିଷ୍କାସନ ପାଇଁ ଡ଼୍ରେନେଜ୍‌ ବ୍ୟବସ୍ଥା କରାଯାଉ। ଏହି ଦାବି ନେଇ ପରିବା ବ୍ୟବସାୟୀମାନେ ଜିଲାପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରିଆସୁଥିଲେ ମଧ୍ୟ ପ୍ରଶାସନ କାହାରି କଥା ଶୁଣୁନାହିଁ। ବ୍ୟବସାୟୀମାନଙ୍କ କହିବା କଥା ଉପରୋକ୍ତ ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେଲେ ସେମାନେ ଗୋହିରା ବନ୍ଧ ନିକଟକୁ ଉଠିଯିବେ। ପ୍ରଶାସନ କେବଳ ପିଣ୍ଡି ତିଆରି ଲାଗି ସେମାନଙ୍କୁ ଉଚ୍ଛେଦ କରୁଥିବାରୁ ସେମାନେ ରାଜି ହେଉନାହାନ୍ତି। ଫଳରେ ପ୍ରଶାସନକୁ ବାରମ୍ବାର ଦାବି ଜଣାଇଆସୁଛନ୍ତି। ମାତ୍ର ପ୍ରଶାସନ କିଛି ନ ଶୁଣି ବାରମ୍ବାର ଧମକ ଚମକ କରିବା ସହ ଦାଦାଗିରି କରୁଥିବା ଅଭିଯୋଗ ହେଉଛି ା ନିରାଶ ହୋଇ ବ୍ୟବସାୟୀମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡ଼ବ୍ଲ୍ୟୁପି(ସି) ନଂ.୧୪୨୦/୨୦୨୦ରେ ରହିତାଦେଶ ଥିଲେ ମଧ୍ୟ ପ୍ରଶାସନ ଏହାକୁ ଅବମାନନା କରିବା ସହ ବ୍ୟବସାୟୀମାନଙ୍କର ଅଭିଯୋଗକୁ ବିଚାର ନ କରିବାରୁ ବାଧ୍ୟ ହୋଇ ବ୍ୟବସାୟୀମାନେ ଆଉ ଥରେ ହାଇକୋର୍ଟ ଦ୍ୱାରସ୍ଥ ହୋଇ ଜିଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ଦାୟର କରିଥିଲେ। ଫଳରେ ଆଡଭୋକେଟ ଜେନେରାଲଙ୍କ ପତ୍ର ଅନୁଯାୟୀ ଜିଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଥିବା ଜଣାପଡିଛି। ଏହା ସତ୍ତ୍ୱେ ମଙ୍ଗଳବାର ପୌରପରିଷଦର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ, ମାଜିଷ୍ଟ୍ରେଟ ଦାୟୀତ୍ୱରେ ଆସିଥିବା ସହକାରୀ ଜିଲାପାଳ କୈବଲ୍ୟ କର ପୋଲିସ ଉପସ୍ଥିତିରେ ଜେସିବି ମେଶିନ ସାହାଯ୍ୟରେ ଦୈନିକ ପରିବା ବଜାର ପରିସରରେ ଭାଙ୍ଗିବା ସମୟରେ ଉତ୍ତେଜନା ହୋଇଥିଲା। ପରିବା ବ୍ୟବସାୟୀମାନେ ତାଙ୍କ ଦାବିରେ ଜିଦଧରି ବସିଲେ। ଆମ ଦାବି ପୂରଣ ନ ହେଲେ ମରିବୁ ପଛେ ଛାଡିବୁ ନାହିଁ। ପାଖାପାଖି ଦୁଇ ଘଣ୍ଟା ଧରି ଉତ୍ତେଜନା ହୋଇଥିଲା। ପରେ ଉଚ୍ଛେଦ କାମକୁ ବନ୍ଦ କରି ଫେରିଯାଇଥିଲେ। ବୁଧବାର ଜିଲାପାଳଙ୍କ ସହ ଆଲୋଚନା ପରେ ବିଚାର କରାଯିବ ବୋଲି ଜଣାପଡିଛି। ବ୍ୟବସାୟୀମାନେ ସେମାନଙ୍କ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ଆରଡିସିଙ୍କୁ ମଧ୍ୟ ମେଲ ଜରିଆରେ ଦେଇଥିବା ଜଣାପଡିଛି। ଠିକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ସମସ୍ତ ପରିବା ବ୍ୟବସାୟୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri