Categories: ଜାତୀୟ

ଦେଶ ସର୍ବଦା ଜେଟଲୀଙ୍କୁ ମନେ ରଖିବ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ୧୨ଟା ୭ରେ ଏମ୍ସ୍‌ରେ ପରଲୋକ ଘଟିଛି। ଏନେଇ ଦେଶର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜେଟଲୀଙ୍କୁ ଦେଶ ସର୍ବଦା ମନେ ରଖିବ ବୋଲି ଟୁଇଟ୍‌ କରି କହିଛନ୍ତି। ରାଜନୈତିକ ଜୀବନରେ ଜେଟଲୀଙ୍କ କାର୍ଯ୍ୟ ସବୁବେଳେ ଅବିସ୍ମରଣୀୟ ହୋଇ ରହିବ ବୋଲି ସୋନିଆ କହିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଏଭଳି ଦୁଃଖଦ ସମୟରେ ଶୋକସନ୍ତତ୍ପ ପରିବାରବର୍ଗଙ୍କୁ ଟୁଇଟ୍‌ କରି ସ୍ବାନ୍ତନା ଦିଆଯାଇଛି। ଏଭଳି ସମୟରେ କଂଗ୍ରେସ ଦଳ ଜେଟଲୀଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଉଥିବା କୁହାଯାଇଛି।

Share