Posted inରାଜ୍ୟ

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକା: ଶୀର୍ଷରେ ନବୀନ, ମିଳିଛି ୮୨.୯୬ ପ୍ରତିଶତ ରେଟିଂ

ନୂଆଦିଲ୍ଲୀ,୨।୬- ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ଆଇଏଏନ୍‌ଏସ୍‌ -ସି ଭୋଟର ଷ୍ଟେଟ ଅଫ୍‌ ଦି ନେଶନ-୨୦୨୦ ସର୍ଭେରୁ ଏହା ଜଣାପଡ଼ିଛି। ନିକଟରେ ଓଡ଼ିଶାରେ ନବୀନ ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବର୍ଷ ପୁରଣ କରିଛନ୍ତି। ନିରବିଚ୍ଛିନ୍ନ ଭାବେ ଦୀର୍ଘ ୨୦ବର୍ଷ ଧରି ଓଡ଼ିଶାକୁ ଶାସନ କରିଆସୁଥିବା ନବୀନଙ୍କୁ ଏବେ ଲୋକ୍ରପିୟତାରେ ୮୨.୯୬ପ୍ରତିଶତ ରେଟିଂ ମିଳିଛି।

ଲୋକପ୍ରିୟତା ତାଲିକାରେ ନବୀନଙ୍କ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ରହିଛନ୍ତି। ତାଙ୍କୁ ୮୧.୦୬ ରେଟିଂ ମିଳିଛି। ୨୦୧୮ ଛିତଶଗଡ଼ରେ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରାଇବାରେ ତାଙ୍କର ପ୍ରମୁଖ ଭୁମିକା ରହିଛି। ସେହିପରି ବାମଦଳ ନେତା ଭାବେ ପରିଚିତ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ରହିବା ସହ ୮୦.୨୮ ରେଟିଂ ପାଇଛନ୍ତି। ରାଜ୍ୟରେ ସେ ଯେଉଁ ଢଙ୍ଗରେ କୋଭିଡ୍‌-୧୯ର ମୁକାବିଲା କଲେ ତାହା ଅନ୍ୟ ରାଜ୍ୟ ତଥା ଦେଶ ପାଇଁ ଉଦାହରଣ ସାଜିଛି। ଯେଉଁଥିପାଇଁ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଛି।

ଲୋକପ୍ରିୟତା ତାଲିକାର ଚତୁର୍ଥ ନମ୍ବରରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ଆର୍‌ କଂଗ୍ରେସ ନେତା ଜଗନ୍‌ ମୋହନ ରେଡ୍ଡୀ। ତାଙ୍କୁ ୭୮.୫୨ରେଟିଂ ମିଳିଥିବାବେଳେ ପଞ୍ଚମ ସ୍ଥାନରେ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ୭୬.୫୨ ରେଟିଂ ମିଳିଛି। ଗୋଆରେ ଭାଜପାର ଲୋକପ୍ରିୟତା ହ୍ରାସ ପାଉଥିବା ସର୍ଭେରୁ ଜଣାପଡ଼ୁଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ମାତ୍ର ୪୨.୭୯ ରେଟିଂ ମିଳିଛି। ସାଓ୍ବନ୍ତଙ୍କ କାର୍ଯ୍ୟଧାରା ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିପାରୁ ନାହିଁ। ସେଠାରେ ଭାଜପାକୁ କ୍ଷମତା ବଜାୟ ରଖିବାକୁ ହେଲେ ବ୍ୟାପକ କସରତ କରିବାକୁ ପଡ଼ିବ। ସେହିପରି ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମାତ୍ର ୩୦.୮୪ ରେଟିଂ ମିଳିଛି। ବିହାରରେ ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ନୀତିଶଙ୍କ ଲୋକପ୍ରିୟତା ରେଟଂ ହ୍ରାସ ପାଇବା ଚିନ୍ତାଜନକ ରହିଛି। ବିଶେଷକରି ଶାସନ କ୍ଷମତା ପାଇଁ ଏନ୍‌ଡିଏ ସହିତ ମୂଲଚାଲ ନୀତି ତାଙ୍କ ଲୋକପ୍ରିୟତାକୁ ହ୍ରାସ କରିଛି ବୋଲି ସର୍ଭେରୁ ଜଣାପଡ଼ିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ରାଜନୈତିକ ଦକ୍ଷତା ବ୍ୟାପକ ଭାବେ ହ୍ରାସ ପାଇଥିବା ସର୍ଭେରୁ ଜଣାପଡ଼ିଛି। ତାଙ୍କର ବର୍ତ୍ତମାନର ଲୋକପ୍ରିୟତା ଅନୁସାରେ ମାତ୍ର ୨୭.୫୧ ରେଟିଂ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri