Categories: ଫୁରସତ

ଦେଶର ପ୍ରଥମ ଡାଏନୋସର ପାର୍କ : ଏଠାରୁ ୩୬ ବର୍ଷ ତଳେ ମିଳିଥିଲା ଜୀବାଶ୍ମ

ଗୁଜରାଟର ବାଳାସିନୋରରେ ବିଶ୍ୱର ତୃତୀୟ ବଡ଼ ଏବଂ ଦେଶର ପ୍ରଥମ ଡାଏନୋସର ପାର୍କ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲା ହେବାକୁ ଯାଉଛି। ଗୁଜରାଟର ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୨୮ ଏକର ଜାଗାରେ ଏହି ପାର୍କ ନିର୍ମାଣ କରାଯାଇଛି। ୩୬ ବର୍ଷ ପୂର୍ବେ ଏଠାରୁ ଡାଏନୋସରର ଜୀବାଶ୍ମ ମିଳିଥିଲା। ବିଶେଷକରି ଡାଏନୋସରର ୬.୫ କୋଟି ବର୍ଷର ଇତିହାସ ସମ୍ପର୍କରେ ଜଣାଇବା ପାଇଁ ଏହି ପାର୍କ ନିର୍ମାଣ କରାଯାଇଛି। ଦେଶର ଏହା ପ୍ରଥମ ଡାଏନୋସର ମ୍ୟୁଜିୟମ ହେବ। ଏଠାରେ ଡାଏନୋସରର ଖାଦ୍ୟପେୟ, ବାସଗୃହ ଏବଂ ଏହାର ଜୀବନ ସହିତ ଜଡ଼ିତ ସମସ୍ତ ତଥ୍ୟ ମିଳିପାରିବ।

ଏଠାରେ ୭ ପ୍ରକାରର ଡାଏନୋସର ରହୁଥିଲେ : ବାଳାସିନୋରରୁ ୧୧ କିମି ଦୂର ରୟୋଲି ଗାଁରେ ରହୁଥିବା ପେଲିଏଣ୍ଟୋଲୋଜିଷ୍ଟ (ଡାଏନୋସର ବିଶେଷଜ୍ଞ)ଙ୍କ ଏକ ପରୀକ୍ଷା କେନ୍ଦ୍ର ରହିଛି। ବିଶେଷଜ୍ଞଙ୍କ ମତରେ ଏଠାରୁ ପ୍ରାୟ ୧୦ ହଜାର ଡାଏନୋସରଙ୍କ ଅଣ୍ଡା ମିଳିଥିଲା। ଏହା ବିଶ୍ୱର ସୁବୁଠୁ ସୁରକ୍ଷିତ ସ୍ଥାନ। ୧୯୮୩ ମସିହାରେ ଏଠାରେ ଖୋଳାଯିବା ସମୟରେ କିଛି ନୂଆ ପ୍ରଜାତିର ଡାଏନୋସରଙ୍କ ଜୀବାଶ୍ମ ମିିଳିଥିଲା। ଏମାନଙ୍କ ହାଡ଼ ମଧ୍ୟ ନର୍ମଦା ନଦୀ କୂଳରୁ ମିଳିଥିଲା। ଯେଉଁ କଙ୍କାଳ ମିଳିଥିଲା ଏଥିରେ ମସ୍ତିଷ୍କ, ମେରୁଦଣ୍ଡ, ଅଣ୍ଟା ଏବଂ ପାଦ ମିଳିଥିଲା।
ଫାଇଭ୍‌ ଡି ଥିଏଟର ଏବଂ ଥ୍ରୀ ଡି ଫିଲ୍ମ ସମେତ ଅନ୍ୟ ସୁବିଧା ଉପଲବ୍ଧ ହେବ :
ମ୍ୟୁଜିୟମର ଟାଇମ ମେଶିନ୍‌ରେ ବିଶ୍ୱ ଏବଂ ଗୁଜୁରାଟର ଭିନ୍ନ ଭିନ୍ନ ଡାଏନୋସର ଅବଶେଷାଂଶ ଦେଖିବାକୁ ମିଳିବ। ଏହା ବ୍ୟତୀତ ଫାଇଭ ଡି ଥିଏଟର ଏବଂ ଥ୍ରୀ ଡି ଫିଲ୍ମ ଦେଖିବାକୁ ମିଳିବ। ଡାଏନୋସର ଡିସ୍‌ପ୍ଲେ, ଓ୍ବାଲ ଆର୍ଟ ଆଦି ଦେଖିବାକୁ ମିଳିିବ।

Share