Categories: ବାଣିଜ୍ୟ

ଦେଶର ଆବଶ୍ୟକତା ଅନୁସାରେ ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥେଷ୍ଟ: ଅର୍ଥ ସଚିବ

ନୂଆଦିଲ୍ଲୀ,୯-୯: ରାଷ୍ଟ୍ରାୟତ୍ତ ୧୦ ବ୍ୟାଙ୍କକୁ ମିଶାଇ ୪ ବୃହତ ବ୍ୟାଙ୍କ ଗଠନ କରାଯିବ ବୋଲି ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଘୋଷଣା କରିଛନ୍ତି। ମିିଶ୍ରଣ ପରେ ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୧୨କୁ ହ୍ରାସ ପାଇବ। ଏହା ଦେଶର ଆବଶ୍ୟକତା ପୂରଣ କରିବା ଲାଗି ଯଥେଷ୍ଟ ବୋଲି କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି କାରଣରୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ହାସଲ ସମ୍ଭବ ହେବ ବୋଲି ସେ କହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ହାସଲ ଲାଗି ଦେଶକୁ ବଡ଼ ବ୍ୟାଙ୍କର ଆବଶ୍ୟକତା ରହିଛି। ବ୍ୟାଙ୍କ ମିଶ୍ରଣ ଦ୍ୱାରା ଏହା ସମ୍ଭବ ହେବ। ଆଗାମୀ ଦିନରେ ଦେଶରେ ୬ ବୃହତ ବ୍ୟାଙ୍କ ରହିବ, ଯାହାର ପୁଞ୍ଜି ଆଧାର, ଆକାର, ହାର ଓ ଦକ୍ଷତା ଉଚ୍ଚ ସ୍ତରର ହେବ। କୁମାର କହିଛନ୍ତି ଯେ, ବ୍ୟାଙ୍କ ବାଲାନ୍ସ ସିଟ୍‌କୁ ସ୍ପଷ୍ଟ ତଥା ସ୍ବଚ୍ଛ କରିବା ଲାଗି ଅଭିଯାନ ଆରମ୍ଭ ହୋଇଛି।

Share