Posted inଜାତୀୟ

ଦେଶରେ ଆସିବାକୁ ଯାଉଛି ଅର୍ଥନୈତିକ ଝଡ: ଚେତାବନୀ ଦେଲେ ରାହୁଲ

ନୂଆଦିଲ୍ଲୀ,୧୯।୫: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ନୀତି ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦେଶ ଖୁବଶୀଘ୍ର ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରସ୍ତୁତ ଅର୍ଥନୈତିକ ଢାଞ୍ଚା କିଛି ବଛା ବଛା ଶିଳ୍ପପତିଙ୍କୁ ଲାଭ ଦେବା ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏହାର ପ୍ରଭାବ ସାଧାରଣ ଜନତାଙ୍କୁ ପଡ଼ିବ ବୋଲିଦ ରାହୁଲ କହିଛନ୍ତି।

ରାୟବରେଲି ଗସ୍ତ ସମୟରେ ରାହୁଲ ଗାନ୍ଧୀ କହଛନ୍ତି, ବର୍ତ୍ତମାନର ଅର୍ଥନୈତିକ ଢାଞ୍ଚା ସ୍ଥାୟୀ ନୁହେଁ ଏବଂ ଏହା ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ। ଏହି ବ୍ୟବସ୍ଥା ବିଶେଷ ଭାବରେ ଶିଳ୍ପପତି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କୁ ଲାଭ ଦେବା ପାଇଁ ଡିଜାଇନ କରାଯାଇଛି। ଆଗାମୀ ଆର୍ଥିକ ଝଟକା ଆଦାନୀ, ଅମ୍ବାନୀ କିମ୍ବା ମୋଦି ଜୀଙ୍କୁ ପ୍ରଭାବିତ କରିବ ନାହିଁ। ଏହାର ସବୁଠାରୁ ଗମ୍ଭୀର ପ୍ରଭାବ ଉତ୍ତର ପ୍ରଦେଶର ଯୁବପିଢ଼ି, ଚାଷୀ, ଶ୍ରମିକ ଏବଂ ଛୋଟ ବ୍ୟବସାୟୀଙ୍କ ଉପରେ ପଡ଼ିବ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ରାହୁଲ ଗାନ୍ଧୀ ଦର୍ଶାଇଛନ୍ତି ଯେ, ସରକାର ନାଗରିକମାନଙ୍କୁ ବିଦେଶ ଯାତ୍ରା କମ କରିବାକୁ ପରାମର୍ଶ ଦେଉଥିବାବେଳେ, ପ୍ରଧାନମନ୍ତ୍ରୀ ନିଜେ ନିରନ୍ତର ବିଦେଶ ଗସ୍ତ କରୁଛନ୍ତି। ଦେଶର ଆଭ୍ୟନ୍ତରୀଣ ଆର୍ଥିକ ଚ୍ୟାଲେଞ୍ଜକୁ ସମାଧାନ କରିବା ପରିବର୍ତ୍ତେ, ସରକାର ଜନସାଧାରଣଙ୍କୁ ପରାମର୍ଶ ଦେବାରେ ବ୍ୟସ୍ତ ଅଛନ୍ତି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ ଏହି ପରିସ୍ଥିତିକୁ ‘ମୋଦି ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟ’ ବୋଲି ବର୍ଣ୍ଣନା କରିଥିଲେ। ସରକାର ଏହାର ନୀତିଗତ ବିଫଳତାର ବୋଝ ସାଧାରଣ ଲୋକଙ୍କ ଉପରେ ଲଦି ଦେଉଛନ୍ତି ଏବଂ ଏକକାଳୀନ ବଡ଼ କର୍ପୋରେଟ ଗୋଷ୍ଠୀଗୁଡ଼ିକୁ ଆଶ୍ୱସ୍ତି ଦେଉଛନ୍ତି ବୋଲି ଖାର୍ଗେ କହିଥିଲେ।
ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତି ଲିଟର ପ୍ରାୟ ୯୦ ପଇସା ବୃଦ୍ଧି କରାଯାଇଥିଲା। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୭.୭୭ ରୁ ୯୮.୬୪ ପ୍ରତି ଲିଟର ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ୯୦.୬୭ ରୁ ୯୧.୫୮ ପ୍ରତି ଲିଟରକୁ ବୃଦ୍ଧି ପାଇଛି।

ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ସମ୍ପର୍କରେ ବଢ଼ୁଥିବା ଚିନ୍ତା ମଧ୍ୟରେ, ଶକ୍ତି ବଜାର ମଧ୍ୟରେ ଅସ୍ଥିରତା ଜାରି ରହିଛି। ରିପୋର୍ଟ ଅନୁଯାୟୀ, ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ଯୋଗୁ ଆଗାମୀ ସମୟରେ ଭାରତର ତୈଳ ବାଣିଜ୍ୟ ନିଅଣ୍ଟ ଆହୁରି ବୃଦ୍ଧି ପାଇପାରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri