ଦେଶଦ୍ରୋହ ମାମଲାରେ ବିଧାୟକ ଗିରଫ

ଗୁଆହାଟୀ,୮ା୪: କ୍ୱାରାଣ୍ଟାଇନ ସେଣ୍ଟରକୁ ନେଇ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବା ଆସାମର ବିଧାୟକ ଅମିନୁଲ ଇସ୍‌ଲାମଙ୍କୁ ମଙ୍ଗଳବାର ଗିରଫ କରାଯିବା ସହ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଆସାମରେ କ୍ୱାରାଣ୍ଟାଇନ ସେଣ୍ଟରଗୁଡ଼ିକ ବିପଜ୍ଜନକ ଓ ଏହାର ଅବସ୍ଥା ଅଟକ କେନ୍ଦ୍ରଠାରୁ ଅଧିକ ଖରାପ ବୋଲି ଏଆଇଡିୟୁଏଫ୍‌ ବିଧାୟକ ଅମିନୁଲ ଇସ୍‌ଲାମ ଅଭିଯୋଗ କରିଥିଲେ। ଗତମାସରେ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ଲୋକଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ସ୍ବାସ୍ଥ୍ୟକର୍ମୀମାନେ ଦୁର୍ବ୍ୟବହାର କରୁଥିବା ଓ ସୁସ୍ଥ ଲୋକଙ୍କୁ ଇଞ୍ଜେକ୍‌ସନ ଦେଇ ଅସୁସ୍ଥ କରୁଥିବା ସେ କହିଥିଲେ।

Share