ଦେବୀନଦୀ ସାଜିଛିି ଦାନବୀ

କାକଟପୁର,୧୧।୧୦(ଡି.ଏନ୍‌.ଏ.) : ଦେବୀନଦୀ ମହାନଦୀରୁ ବାହାରି କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳଦେଇ ପ୍ରବାହିତ ହୋଇ ଶେଷରେ ନୂଆଗଡ଼ଠାରେ ସମୁଦ୍ରରେ ମିଶିଛି। ମହାନଦୀର ୬୦ପ୍ରତିଶତ ବନ୍ୟାଜଳ ପ୍ରତିବର୍ଷ ଦେବୀନଦୀ ଦେଇ ପ୍ରବାହିତ ହେଉଥିବା ଜଳସେଚନ ବିଭାଗ ଆକଳନ କରିଛି। କିଛି ବର୍ଷ ହେବ ଦେବୀନଦୀ କାକଟପୁର ବ୍ଲକର ବାଉରିଆକଣଠାରୁ ଅସ୍ତରଙ୍ଗ ବ୍ଲକର କାଳିଆକଣ ପର୍ଯ୍ୟନ୍ତ ପ୍ରାୟ ୯କିମି ଦକ୍ଷିଣ ପାର୍ଶ୍ୱ କୂଳ ଖାଇ ଖାଇ ଚାଲିଛି। ଫଳରେ ଉଭୟ ବ୍ଲକର ଶତାଧିକ ଚାଷୀଙ୍କ ଶହଶହ ଏକ ଚାଷ ଜମି ନଦୀଗର୍ଭକୁ ଚାଲିଯାଉଛି। ନଦୀରେ ବର୍ଷତମାମ ଜଳପୂର୍ଣ୍ଣ ରହୁଥିବାରୁ ଏଥିରୁ ମାଛଧରି ଏବଂ ଏହାର ପାଣିକୁ ଗ୍ରୀଷ୍ମଋତୁରେ ବିଲରେ ମଡ଼ାଇ ଭଲ ଫସଲ କରିଆସୁଥିଲୁ। ଏବେ କିନ୍ତୁ ଦେବୀ ଦାନବୀ ପାଲଟି ଯାଇଛି। ଦକ୍ଷିଣ ପାର୍ଶ୍ୱକୁ ମାଡ଼ିଆସି ଆମମାନଙ୍କ ଚାଷ ଜମିକୁ ତା’ ଗର୍ଭରେ ଲୀନ କରି ଆମକୁ ସର୍ବସ୍ବାନ୍ତ କରିସାରିଲାଣି ବୋଲି କହିଛନ୍ତି, ନଇଗୁଅଁାର ଚାଷୀ ଭିକାରୀ ପ୍ରଧାନ।
ପ୍ରତିବର୍ଷ ବର୍ଷା ରୁତୁରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସିତ ହେଲେ ନଦୀରେ ବନ୍ୟା ଜଳ ବୃଦ୍ଧିପାଉଛି। ନଦୀ ମଝିରେ ସ୍ଥାନେସ୍ଥାନେ ବାଲି ଚଡ଼ା ସୃଷ୍ଟି ହୋଇ ନଦୀର ସ୍ରୋତ ଦକ୍ଷିଣଙ୍କୁ ମାଡ଼ିମାଡ଼ି ପ୍ରବାହିତ ହେଉଛି। ଷାଠିବୋଟି, ଓସିଅଁା, ନଇଗୁଅଁା, ଅସନ, ବରପଦା, ବାଲିଡିଆ, କାଳିଆକଣ, ନଗର, ପ୍ରଭୃତିସ୍ଥାନରେ ବନ୍ୟାଜଳ ବନ୍ଧକୁ ଲାଗି ପ୍ରବାହିତ ହେଉଛି। ଏବେଠାରୁ ଉପରୋକ୍ତ ସ୍ଥାନମାନଙ୍କରେ ସ୍ପର ନିର୍ମାଣ ସାଙ୍ଗକୁ ବନ୍ଧରେ ପଥର ପ୍ୟାକିଂ କରା ନ ଗଲେ ଦିନେନାଦିନେ ଏଠାରେ ଘାଇ ସୃଷ୍ଟି ହୋଇ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ବ୍ୟାପକ କ୍ଷତି ଘଟାଇବା ଆଶଙ୍କା ରହିଥିବା କହିଛନ୍ତି, କାଳିଆକଣ ଗ୍ରାମବାସୀ ଲକ୍ଷ୍ମଣ ବେହେରା ଓ ଦେଶବନ୍ଧୁ ବେହେରା। ଗତ ୧୨ତାରିଖରେ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ଦେବୀ ନଦୀ ବନ୍ଧ ପରିଦର୍ଶନ କରିବାକୁ ଆସିଥିବାବେଳେ ନଗର ପଞ୍ଚାୟତର ଶତାଧିକ ମତ୍ସ୍ୟଜୀବୀ ତାଙ୍କୁ କାଳିଆକଣଠାରେ ଅଟକାଇ ଦେବୀନଦୀ କିପରି ଦକ୍ଷିଣ ପାର୍ଶ୍ୱକୁ ଖାଇଆସୁଛି ତାହା ଦେଖାଇ ତୁରନ୍ତ ଏ ଦିଗରେ ପ୍ରତିକାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା କାଳିଆକଣ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା, ସମ୍ପଦ ବେହେରା ସୂଚନା ଦେବା ସହିତ କାଳିଆକଣ ଓ ବାଲିଡିଆଠାରେ ଏକାଧିକ ସ୍ପର ନିର୍ମାଣ ସାଙ୍ଗକୁ ନଦୀଶଯ୍ୟାରେ ସୃଷ୍ଟି ହୋଇଥିବା ବାଲିଚଡାକୁ ଖନନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ କାକଟପୁର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳଙ୍କୁ ପଚାରିବାରେ ବିଭାଗୀୟ ମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯାଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ ଅନୁରୋଧ କରିଥିବା କହିଥିଲେ। ଖୁବ୍‌ ଶୀଘ୍ର ଏ ଦିଗରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri