Posted inଖେଳ

ଦେବାଳିଆ କିମ୍ବଦନ୍ତୀ ଟେନିସ୍‌ ଖେଳାଳି ନିଲାମ କରିବେ ଟ୍ରଫି, ମେଡାଲ

ଲଣ୍ଡନ,୨୪।୬(ଏଏଫ୍‌ପି): ଜର୍ମାନୀର କିମ୍ବଦନ୍ତୀ ଟେନିସ୍‌ ଷ୍ଟାର ବୋରିସ୍‌ ବେକର ବ୍ୟାଙ୍କ ଲୋନ୍‌ ପରିଶୋଧ କରିବା ଲାଗି ଅନ୍‌ଲାଇନରେ ସୋମବାରଠାରୁ ନିଜ ଟ୍ରଫି ଓ ମେଡାଲ ନିଲାମ ଆରମ୍ଭ କରିଛନ୍ତି। ଓ୍ବିମ୍ବେଲଡନ ଓପନ୍‌ ଇତିହାସର ସର୍ବକନିଷ୍ଠ ଖେଳାଳି ୧୭ ବୟସରେ ହିଁ ୩ ଟାଇଟଲ ହାସଲ କରିନେଇଥିଲେ। ସେ ପଦକ, କପ୍‌, ଘଣ୍ଟା ଓ ଫଟୋଗ୍ରାଫ୍‌କୁ ମିଶାଇ ମୋଟ ୮୨ଟି ଆଇଟମ ନିଲାମ କରୁଛନ୍ତି। ଏହି ପ୍ରକ୍ରିୟା ୧୧ ତାରିଖରେ ଶେଷହେବ ବୋଲି ଓ୍ବଲେସ ହାର୍ଡି କହିଛନ୍ତି। ନିଲାମ ହେଉଥିବା ଆଇଟମ ତାଲିକାରେ ରେନଶ୍ୱା କପ୍‌ ପ୍ରତିକୃତି ମଧ୍ୟ ରହିଛି, ଯାହା ତାଙ୍କୁ ଓ୍ବିମ୍ବେଲଡନ ଓପନ୍‌ରେ ସର୍ବକନିଷ୍ଠ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପରେ ମିଳିଥିଲା। ଓି୍ବମ୍ବେଲଡନ (୧୯୯୦) ଓ ୟୁଏସ୍‌ ଓପନ୍‌ (୧୯୮୯) ଉପବିଜେତା ପଦକ ମଧ୍ୟ ସାମିଲ କରାଯିବ। ୫୧ ବର୍ଷୀୟ ଚାମ୍ପିୟନଙ୍କୁ ୨୦୧୭ରେ ଦେବାଳିଆ ଘୋଷଣା କରାଯାଇଥିଲା। ୨୦୧୮ ଜୁନ୍‌ରେ ତାଙ୍କ ନିକଟରେ ରାଜନୈତିକ ସମର୍ଥନ ରହିଛି, ଯାହାଫଳରେ ତାଙ୍କ ଟ୍ରଫି ଓ ପଦକର ନିଲାମ ପ୍ରକ୍ରିୟାକୁ ଅନ୍ତିମ ମିନିଟ୍‌ରେ ରଦ୍ଦ କରାଯାଇଥିଲା। ସେଣ୍ଟ୍ରାଲ ଆଫ୍ରିକାନ ଗଣତନ୍ତ୍ର ରାଷ୍ଟ୍ରପତିଙ୍କ ଦ୍ୱାରା କ୍ରୀଡ଼ା ଓ ପରମ୍ପରା ୟୁରୋପିଆନ ୟୁନିୟନ ସହ ଯୋଗସୂତ୍ର ରକ୍ଷା କରିବା ଲାଗି ତାଙ୍କୁ ନିଯୁକ୍ତ କରାଯାଇଥିବା ଦାବି କରିଥିଲେ। କିନ୍ତୁ ବେକର ଜାଲ୍‌ ପାସ୍‌ପୋର୍ଟର ବ୍ରାଣ୍ଡିଂ କରୁଥିବା ସେଣ୍ଟ୍ରାଲ ଆଫ୍ରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଗତ ଡିସେମ୍ବରରେ ଲଣ୍ଡନ କୋର୍ଟରେ ଦେବାଳିଆ ସ୍ବୀକାର କରିଥିଲେ। ନିଲାମ ପ୍ରକ୍ରିୟାରୁ ମିଳିବାକୁ ଥିବା ଅର୍ଥ ତାଙ୍କ ଇଷ୍ଟେଟ କମ୍ପାନୀର ବ୍ୟାଙ୍କଲୋନ୍‌ ପରିଶୋଧ କରିପାରିବ ନାହିଁ। ଉଲ୍ଲେଖଥାଉ କି, ଏହି ପୂର୍ବତନ ଖେଳାଳି ୬ ଗ୍ରାଣ୍ଡସ୍ଲାମ ସମେତ ମୋଟ ୪୯ ଟାଇଟଲ ଜିତିଥିଲେ। ଏଥିସହ ପୁରୁଷ୍କାର ରାଶି ବାବଦକୁ ୨୦ ନିୟୁତ ୟୁରୋ ମଧ୍ୟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri