ଦେଢ ମାସ ଭିତରେ ଗଲାଣି ୭ ବଲିଉଡ୍‌ ସେଲିବ୍ରିଟିଙ୍କ ଜୀବନ

୨୦୨୦ ପ୍ରାରମ୍ଭ ବଲିଉଡ୍‌ ପାଇଁ ଶୁଭଙ୍କର ହୋଇନାହିଁ। ଗୋଟିଏ ପଟେ ଦେଶ ମହାମାରୀ କରୋନାର ମୁକାବିଲା କରୁଥିବା ବେଳେ ଅନ୍ୟ ପଟେ ବଲିଉଡ୍‌ର ବଡ ବଡ କଳାକାର ମୃତ୍ୟୁ ଖବର ସମସ୍ତଙ୍କୁ ଅଘାତ ଦେଇଛି। ଗତ ଦେଢ ମାସ ଭିତରେ ୭ ପ୍ରସିଦ୍ଧ କଳାକାର ବିଦାୟ ନେଲେଣି।
କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି । ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ରହିଯାଆନ୍ତି । ଠିକ ସେମିତି ପ୍ରତିଭା ଥିଲେ ଇରଫାନ ଖାନ୍‌, ଋଷି କପୁର, ମୋହିତ ବାଗେଲ, ଓ୍ବାଜିଦ୍‌ ଖାନ୍‌, ବାଶୁ ଚାଟାର୍ଜୀ, ଚିରଞ୍ଜୀବୀ ସାରଜା ଏବଂ ସୁଶାନ୍ତ ସିଂ ରାଜପୁତ।

ଇରଫାନ୍‌ ଖାନ୍‌
ବଲିଉଡ୍‌ରେ ଜଣେ ପ୍ରତିଭାସମ୍ପନ୍ନ କଳାକାର ଭାବେ ପରଚିତ ଥିବା ଇରଫାନ ଖାନ୍‌ ଗତ ଏପ୍ରିଲ୍‌ ୨୯ରେ ପରଲୋକ ଘଟିଥିଲା ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା। ଦୀର୍ଘଦିନ ହେବ ସେ କ୍ୟାନସରରେ ପୀଡିତ ଥିଲେ। ଏହି ଖବର କେବଳ ସମଗ୍ର ସିନେମା ଜଗତ ନୁହେଁ ଦେଶକୁ ଚକିତ କରିଥିଲେ।

ଋଷି କପୁର
ଅଭିଜ୍ଞ କଳାକାର ଇର୍‌ଫାନ୍‌ ଖାନଙ୍କ ପରଲୋକର ଗୋଟିଏ ଦିନ ପରେ ଅର୍ଥାତ ଏପ୍ରିଲ ୩୦ରେ ଆଖି ବୁଜିଥିଲେ ଭେଟେରାନ ଅଭିନେତା ଋଷି କପୁର। ସେ କ୍ୟାନସରରେ ପୀଡିତ ଥିଲେ। ତାଙ୍କ ପରଲୋକ ସିନେ ଇଣ୍ଡଷ୍ଟ୍ରୀ ପାଇଁ ଆଉ ଏକ ଅପୁରଣୀୟ କ୍ଷତି ଥିଲା।

ମୋହିତ ବାଗେଲ
ହାସ୍ୟ ଅଭିନେତା ମୋହିତ ବାଗେଲ କ୍ୟାନସରରେ ମେ ୨୪ରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା।

ଓ୍ବାଜିଦ୍‌ ଖାନ୍‌
ବରିଷ୍ଠ ଅଭିନେତା ଇରଫାନ ଖାନ, ଋଷି କପୁର ପରେ ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ମୃତ୍ୟୁ ଜୁନ୍‌ ୧ରେ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ସେ କୀଡନୀ ରୋଗରେ ପୀଡିତ ଥିଲେ।

ବାଶୁ ଚାଟାର୍ଜୀ
ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ବାଶୁ ଚାଟାର୍ଜୀଙ୍କ ଜୁନ୍‌ ୪ରେ ପରଲୋକ ଘଟିଥିଲା।

ଚିରଞ୍ଜୀବୀ ସାରଜା
କନ୍ନଡ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ ଜୁନ୍‌ ୭ରେ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ବୟସ ହୋଇଥିଲା। ହୃଦ୍‌ରୋଗରେ ତାଙ୍କ ମୃତ୍ୟୁ ଘଟିଥିଲା।

ସୁଶାନ୍ତ ସିଂ ରାଜପୁତ
ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍‌ ୧୪ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ଟେଲି ସିରିଏଲ୍‌ରୁ ବଲିଉଡ୍‌କୁ ଆସି ବେଶ ସଫଳ ହୋଇଥିବା ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା।

Share