ଦୃଷ୍ଟି ଆଢୁଆଳରେ ପରଙ୍ଗବାସୀ

ଛେଣ୍ଡିପଦା, ୭।୧୧(ଡି.ଏନ.ଏ.) ବିନା ମୌଳିକ ସୁବିଧା, ପରିଚୟପତ୍ର ସହ ସରକାରୀ ଯୋଜନାରୁ ବାଦ୍‌ ପଡି ଜୀବନ କାଟୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପରଙ୍ଗ ଗ୍ରାମବାସୀ। ଜିଲା ସଦରମହକୁମାଠାରୁ ୧୦ କିମି ଦୂରରେ ଏହି ଗ୍ରାମ ଥିଲେ ମଧ୍ୟ ଏହା ଉପରେ ପ୍ରଶାସନର ଦୃଷ୍ଟି ପଡୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସେଠାରେ ଆଦିବାସୀ ପରିବାର ବସବାସ କରି ଆସୁଥିଲେ ହେଁ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାରୁ ସେମାନଙ୍କୁ ବାଦ୍‌ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯାତାୟାତ ପାଇଁ ରାସ୍ତା, ପିଇବା ପାଣି, ସ୍ବାସ୍ଥ୍ୟଦେବା, ଶିକ୍ଷା ବ୍ୟବସ୍ଥା ଆଦି ପ୍ରତି ସରକାର ଆଦୌ ଧ୍ୟାନ ଦେଉନାହାନ୍ତି। ଫଳରେ ଗ୍ରାମରେ ବାସ କରୁଥିବା ୩୫ ପରିବାରର ୨ଶହରୁ ଊର୍ଦ୍ଧ୍ୱ ଲୋକ ସବୁ ସୁବିଧାରୁ ବଞ୍ଚିତ ହୋଇ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛନ୍ତି। ଅଧିକାଂଶ ଲୋକ ଦିନ ମଜୁରିଆ, ଗରିବ ଶ୍ରେଣୀର ହୋଇଥିବାବେଳେ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଉ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରାଯାଇ ନ ଥିବାରୁ ଲୋକେ ନାଳ, ଚୁଆ ପାଣି ଉପରେ ଭରସା କରି ଚଳୁଛନ୍ତି। ଫଳରେ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ବିଦ୍ୟାଳୟ କିମ୍ବା ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ନ ଥିବାରୁ ପିଲାମାନେ ଅନ୍ୟ ଗ୍ରାମରେ ଥିବା ସ୍କୁଲ ଉପରେ ନିର୍ଭରଶୀଳ। ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ଗ୍ରାମର ନରହରି ସାହୁ କୁହନ୍ତି, ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ ପଥର କ୍ୱାରିରେ କାମ କରିବାକୁ ଆସି ଏଠାରେ ବସତି ସ୍ଥାପନ କରିଆସୁଛୁ। ପ୍ରଶାସନ ବହୁଥର ଆସି ସମସ୍ୟା ଶୁଣିଥିଲେ ମଧ୍ୟ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ସୁରେଶ ଲାଗୁନ କୁହନ୍ତି, ଆମେ ଅଧିକ ପାଠ ନ ପଢିଥିବାବେଳେ ନିଜ ପିଲାମାନଙ୍କୁ ଶିକ୍ଷିତ କରିବାକୁ ମଧ୍ୟ ସରକାର କୌଣସି ସୁବିଧା କରୁନାହାନ୍ତି। ଏଥିସହ ସରକାରୀ ଯୋଜନାଗୁଡିକରୁ ମଧ୍ୟ ବଞ୍ଚିତ ହେଉଛୁ। ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଅନ୍ତୁ। ଏ ସମ୍ପର୍କରେ ବିଡିଓ
ସୁନୀଲ କୁମାର କେରକେଟା କହିଛନ୍ତି, ସମ୍ପୃକ୍ତ ଗ୍ରାମବାସୀ ସରକାରୀ ଓ ଗୋଚର ଜମିରେ ବସବାସ କରୁଛନ୍ତି। ଫଳରେ ସେଠାରେ ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ତେବେ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରିବା ସହିତ ସେମାନଙ୍କୁ କି ପ୍ରକାର ସରକାରୀ ସହାୟତା ଯୋଗାଯାଇପାରିବ ସେଥିପ୍ରତି ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri