ଦୃଷ୍ଟିଶକ୍ତିକୁ ଦୃଢ଼ କରେ ଚକୋଲେଟ୍‌

ଚକୋଲେଟ୍‌ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ଦୃଢ଼ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଚକୋଲେଟ୍‌ର ସ୍ବାସ୍ଥ୍ୟୋପକାରୀ ଗୁଣ ବିଷୟରେ ତର୍ଜମା କରିବା ସମୟରେ ସେମାନେ ଏହା ବ୍ୟତୀତ ଆଉ କେତେକ କଥା ମଧ୍ୟ ଜାଣିବାକୁ ପାଇଥିିଲେ। ଚକୋଲେଟ୍‌ ଶରୀରରେ ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମକରେ ଏବଂ ବିଷାକ୍ତ ତତ୍ତ୍ୱକୁ ଶରୀରର କ୍ଷତି କରିବାକୁ ଦେଇ ନ ଥାଏ। ଏହାସହ ଚକୋଲେଟ୍‌ ଶରୀରରେ ମେଟାବୋଲେଜିମ୍‌କୁ ସନ୍ତୁଳିତ ରଖେ। କେବଳ ସେତିକି ନୁହେଁ, ମେଦବହୁଳତାକୁ କମାଇବାରେ ଏହା କେତେକାଂଶରେ ସହାୟକ ହୋଇଥାଏ। ଚକୋଲେଟ୍‌ ଖାଇଲେ ଏହା ଦୃଷ୍ଟିଶକ୍ତିକୁ ପ୍ରଖର କରିବା ସହ ରେଟିନାକୁ ସୁରକ୍ଷା ଦେଇଥାଏ। ଅପରପକ୍ଷରେ ମୁଡ୍‌କୁ ଫ୍ରେସ୍‌ କରିବାରେ ଚକୋଲେଟ ସାହାଯ୍ୟ କରିଥାଏ ବୋଲି ଏହି ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ମତ ଦେଇଛନ୍ତି।