Posted inଜାତୀୟ

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ଥିବା ଲାଲ୍‌ ରଙ୍ଗର ଲୋଗୋକୁ ବଦଳାଯାଇ ମଙ୍ଗଳବାର ଦୂରଦର୍ଶନ ଗୈରିକ ରଙ୍ଗର ନୂଆ ଲୋଗୋ ଲଞ୍ଚ୍‌ କରିଥିଲା। ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍‌ ଚ୍ୟାନେଲ୍‌ର ଗୈରିକୀକରଣ ହୋଇଥିବା ନେଇ ବିରୋଧୀ ଦଳ ଏବଂ ମିଡିଆ ବିଶେଷଜ୍ଞମାନେ ସମାଲୋଚନା କରିଛନ୍ତି। ଏହା ଆଉ ପ୍ରସାର ଭାରତୀ ହୋଇ ରହିନାହିଁ, ପ୍ରଚାର ଭାରତୀରେ ପରିଣତ ହୋଇଛି ବୋଲି ଏହାର ପୂର୍ବତନ ସିଇଓ ଜଓ୍ବାହର ସିର୍‌କର ମନ୍ତବ୍ୟ ଦେଇଛନ୍ତି। ଗୈରିକ ରଙ୍ଗ ହିନ୍ଦୁତ୍ୱ ସହ ଜଡ଼ିତ ଏବଂ ଶାସକ ଭାଜପା ଏବଂ ଏହାର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ହିନ୍ଦୁତ୍ୱକୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ପ୍ରସାର ଭାରତୀର ବର୍ତ୍ତମାନର ସିଇଓ ଗୌରବ ଦ୍ୱିବେଦୀ ସମାଲୋଚନାକୁ ଖଣ୍ଡନ କରିଛନ୍ତି। ଲୋଗୋକୁ କମଳା ରଙ୍ଗ କରାଯାଇଛି। ଜି୨୦ ସମ୍ମିଳନୀ ଆୟୋଜନ ପୂର୍ବରୁ ଆମେ ଡିଡି ଇଣ୍ଡିଆ (ଇଂଲିଶ ନ୍ୟୁଜ୍‌ ଚ୍ୟାନେଲର ଲୋଗୋକୁ ବଦଳାଇଥିଲୁ ବୋଲି ଗୌରବ କହିଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଲୋଗୋର ରଙ୍ଗକୁ ଏକାଧିକ ଥର ବଦଳାଯାଇଛି ଏବଂ ବିଭିନ୍ନ ରଙ୍ଗର ମିଶ୍ରଣକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି। ଚ୍ୟାନେଲକୁ ଅଲଗା କରିବା ପାଇଁ ଦୃଶ୍ୟ ସୌନ୍ଦର୍ଯ୍ୟବାଦରେ ପରିବର୍ତ୍ତନ ଆବଶ୍ୟକ ବୋଲି ଗୌରବ କହିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚୟନ କରିଥିବା ଦୂରଦର୍ଶନର ପ୍ରଥମ ଲୋଗୋ ୧୯୭୬ ଏପ୍ରିଲ ୧ରେ ପଣ୍ଡିତ ରବିଶଙ୍କର ଏବଂ ଉସ୍ତାଦ ଅଲି ଅହମଦ ହୁସେନ୍‌ ଖାନ୍‌ଙ୍କ ସଙ୍ଗୀତ ଥେମ୍‌ ସହ ପ୍ରକାଶ ପାଇଥିଲା, ଯେଉଁଥିରେ ଲୋଗୋ ସବୁଜ ବ୍ୟାକ୍‌ଗ୍ରାଉଣ୍ଡରେ କମଳାରଙ୍ଗର ଥିଲା ବୋଲି ପ୍ରସାର ଭାରତୀ ସିଇଓ କହିଛନ୍ତି। ଅଯୋଧ୍ୟାରେ ରାମ ଜନ୍ମ ହୋଇଥିବା ହିନ୍ଦୁମାନଙ୍କର ବିଶ୍ୱାସ ରହିଥିବାବେଳେ ସେଠାରେ ଥିବା ବାବ୍ରୀ ମସ୍‌ଜିଦ୍‌କୁ ୧୯୯୨ ଡିସେମ୍ବର ୩ରେ ହିନ୍ଦୁତ୍ୱବାଦୀ ଉଗ୍ରପନ୍ଥୀମାନେ ଭାଙ୍ଗିଦେଇଥିଲେ। ଉକ୍ତ ସ୍ଥଳୀରେ ରାମମନ୍ଦିର ନିର୍ମାଣାଧୀନ ଥିବାବେଳେ ଗତ ଜାନୁଆରୀ ୨୨ରେ ସେଠାରେ ଭଗବାନ ରାମଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା କରାଯାଇଥିଲା। ରାମନବମୀ ପୂର୍ବରୁ ଡିଡି ନ୍ୟୁଜ୍‌ ଚ୍ୟାନେଲ ଲୋଗୋ ବଦଳାଯିବାକୁ ନେଇ ସମାଲୋଚନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ଲାଗିଲା ବଡ ଝଟ୍‌କା

ରାଞ୍ଚି,୩।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ହେମନ୍ତ ସୋରେନଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏହି ଆବେଦନକୁ...

ରାହୁଲ ରାଏବରେଲିରୁ ପ୍ରାର୍ଥୀ ହେବା ପରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନାଁ ନ ନେଇ ବର୍ଷିଛନ୍ତି। ରାଏବରେଲିରୁ ରାହୁଲ ଗାନ୍ଧୀଙ୍କ...

‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’

ନୂଆଦିଲ୍ଲୀ,୩ା୫: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ  ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର ଜୋର୍‌ଦାର ହୋଇଛି। ଏହି...

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

‘ରାଏବରେଲିରୁ ହାରିବେ ରାହୁଲ’

ନୂଆଦିଲ୍ଲୀ,୩।୫: ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ...

ସିପିଆଇ ନେତା ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ

ଲକ୍ଷ୍ନୌ,୩।୫: ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ର ଜାତୀୟ ସଚିବ ଅତୁଲ କୁମାର...

ରାହୁଲ ଗାନ୍ଧୀ ବନାମ ପ୍ରତାପ ସିଂ, ରାଏବରେଲିରେ କିଏ, କାହା ଉପରେ ପଡ଼ିବ ଭାରି

ନୂଆଦିଲ୍ଲୀ,୩।୫: ଶୁକ୍ରବାର କଂଗ୍ରେସ ରାଏବରେଲି ଏବଂ ଆମେଠି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ଏବଂ କିଶୋରୀ ଲାଲ ଶର୍ମା ଆମେଠିରୁ ନିର୍ବାଚନ...

୨୫ ବର୍ଷ ପରେ ଆମେଠିରେ ଘଟିବାକୁ ଯାଉଛି ଏମିତି ଘଟଣା..

ଲକ୍ଷ୍ନୌ,୩।୫: ୟୁପିର ଏକ ହାଇପ୍ରୋଫାଇଲ ସିଟ ମଧ୍ୟରୁ ଅନ୍ୟତମ ଆମେଠିକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବରେ ବିବେଚନା କରାଯାଏ। ୧୯୯୯ ପରେ ପ୍ରଥମଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri