ଦୁଷ୍ୟନ୍ତଙ୍କ ପାଇଁ ଖୁସି ଖବର: ଅଜୟଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ଭାଜପାକୁ ସମର୍ଥନ ଦେବାର ୨୪ ଘଣ୍ଟା ନ ପୁରୁଣୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତଙ୍କ ପାଇଁ ଆସିଛି ଖୁସି ଖବର। ତିହାର ଜେଲ୍‌ରେ ଥିବା ଦୁଷ୍ୟନ୍ତଙ୍କ ପିତା ଅଜୟ ଚୌତାଲାଙ୍କୁ ଛୁଟି ମିଳିଥିବା ନେଇ ତିହାର ଜେଲ୍‌ର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ଅଜୟ ଶନିବାର ସନ୍ଧ୍ୟା ବା ରବିବାର ସକାଳ ସୁଦ୍ଧା ଜେଲ୍‌ରୁ ବାହାରକୁ ଆସିପାରନ୍ତି। ରବିବାର ଦୁଷ୍ୟନ୍ତ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବାରୁ ପିତା ଅଜୟ ଏଥିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି। ଅଜୟଙ୍କୁ ୨ ସପ୍ତାହର ଛୁଟି ମିଳିଛି।

Share