Posted inUncategorized

ଦୁର୍ଭାଗ୍ୟ ଆଣୁଛି ବିରଳବ୍ୟାଧି

ଶରୀରରେ ରୋଗ ପଶିଲେ ଲୋଡ଼ାହୁଏ ଚିକିତ୍ସା। ସାଧାରଣ ବ୍ୟାଧି କ୍ଷେତ୍ରରେ କିଛିଦିନ ଔଷଧ ସେବନ ପରେ ମିଳିଥାଏ ଉପଶମ। ରୋଗୀ ପୁନର୍ବାର ସ୍ବାଭାବିକ ଜୀବନ ଜିଏ। ହେଲେ ଏମିତି ଅନେକ ବିରଳ ରୋଗ ଅଛି, ଯେଉଁଥିରେ ଥରେ ଆକ୍ରାନ୍ତ ହେଲେ ସମ୍ପୂର୍ଣ୍ଣ ଜୀବନଶୈଳୀ ବଦଳିଯାଏ। ବିନା ପଥି, ଡାକ୍ତରୀ ପରାମର୍ଶରେ କଷ୍ଟକର ହୋଇପଡ଼େ ବଞ୍ଚତ୍ବା। ଏଭଳି ଜଟିଳ ରୋଗର ନିଦାନ ଖର୍ଚ୍ଚ ବି କିଛି କମ୍‌ ନୁହେଁ। ତା’ ସହିତ ରୋଗୀ ପାଏ ଅକଥନୀୟ ଯନ୍ତ୍ରଣା। କେବଳ ରୋଗୀ ନୁହନ୍ତି, ଏଥିରେ ପ୍ରଭାବିତ ହୁଅନ୍ତି ପରିବାର ଏବଂ ଆତ୍ମୀୟ। ଦୁର୍ଭାଗ୍ୟକୁ ଡାକିଆଣୁଥିବା ଏପରି ଜଟିଳ ବା ବିରଳ ବ୍ୟାଧି ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ମାସ ଶେଷ ଦିନକୁ (ସାଧାରଣ ବର୍ଷରେ ୨୮ ତାରିଖ, ଅଧିବର୍ଷରେ ୨୯ ତାରିଖ) ବିରଳ ରୋଗ ଦିବସ ବା ରେୟାର ଡିଜିଜ୍‌ ଡେ’ ଭାବେ ପାଳନ କରାଯାଉଛି। ଏ ସଂକ୍ରାନ୍ତରେ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା…

ଏକ ସର୍ବେକ୍ଷଣ ଅନୁଯାୟୀ ସାରା ପୃଥିବୀରେ ପ୍ରାୟ ୩୦ କୋଟି ଜନସାଧାରଣ ବିରଳ ତଥା ଜଟିଳ ରୋଗରେ ପୀଡ଼ିତ। ଏଭଳି ଦୁରାରୋଗ୍ୟ ବ୍ୟାଧିର ନିଦାନ ଅଦ୍ୟାବଧି ବାହାରିନାହିଁ। ବିଶେଷଜ୍ଞମାନେ ରୋଗୀଙ୍କ ସ୍ଥିତିକୁ ଦେଖି ଚିକିତ୍ସା କରିଥାଆନ୍ତି କିମ୍ବା ପରାମର୍ଶ ଦେଇଥାଆନ୍ତି। ତେଣୁ ଶେଷନିଃଶ୍ୱାସ ଥିବା ଯାଏ ପୀଡ଼ିତଙ୍କୁ ରୋଗ ସହିତ ଜିଇବାକୁ ପଡ଼େ।
ବିଭିନ୍ନ ନୈଦାନିକ ପରୀକ୍ଷଣରୁ ୭,୦୦୦ରୁ ଊର୍ଦ୍ଧ୍ୱ ବ୍ୟାଧିକୁ ବିରଳ ରୋଗ ଶ୍ରେଣୀଭୁକ୍ତ କରାଯାଇଛି। ଏଭଳି ରୋଗର ପ୍ରାୟ ୭୨% ଆନୁବଂଶିକ ହୋଇଥିବାବେଳେ ତନ୍ମଧ୍ୟରୁ ୭୦% ଶୈଶବରୁ ହିଁ ଆରମ୍ଭ ହୋଇଥାଏ। ଦି ୟୁରୋପିଆନ ଅର୍ଗାନାଇଜେଶନ ଫର୍‌ ରେୟାର ଡିଜିଜ୍‌ (ଇୟୁଆର୍‌ଓଆର୍‌ଡିଆଇଏସ୍‌) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଶ୍ୱ ଜନସଂଖ୍ୟାର ୩.୫%ରୁ ୫.୯% ଏଭଳି ଜଟିଳ ରୋଗରେ ପୀଡ଼ିତ। ଏଥିରେ ଆକ୍ରାନ୍ତ ହେଲେ ବ୍ୟକ୍ତିର ଶାରୀରିକ, ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୁଏ। ଅନ୍ୟମାନଙ୍କ ଭଳି ସ୍ବାଭାବିକ ଜୀବନ ବଞ୍ଚତ୍ବା, ଇଚ୍ଛା ଅନୁଯାୟୀ ଖାଦ୍ୟ ଗ୍ରହଣ କରିବା ସମ୍ଭବପର ହୁଏନାହିଁ। ଦୈନନ୍ଦିନ ଜୀବନରେ ଏକାଧିକ କଟକଣା ଜୀବନକୁ ସଙ୍କୁଚିତ କରିପକାଏ।
ଅଧିକାଂଶ ବିରଳ ରୋଗ ଆନୁବଂଶିକ। ଜିନ୍‌ଗତ ତ୍ରୁଟି, ହର୍‌ମୋନ ପ୍ରବାହରେ ବାଧକକୁ ଏହାର ପ୍ରମୁଖ କାରଣ ବୋଲି ବିଚାର କରାଯାଏ। ଅନ୍ୟ କେତେକ କ୍ଷେତ୍ରରେ ବ୍ୟାକ୍ଟେରିଆ, ଭାଇରସ୍‌, ସଂକ୍ରମଣ, ଆଲର୍ଜି ମଧ୍ୟ ଏଭଳି ବ୍ୟାଧିକୁ ଆମନ୍ତ୍ରଣ କରିଥିବାର ନଜିର ରହିଛି। ପ୍ରାରମ୍ଭିକ ଅବସ୍ଥାରେ ଲକ୍ଷଣ ନ ଥିବାରୁ ଏଭଳି ରୋଗ ଚିହ୍ନଟ ହୋଇପାରି ନ ଥାଏ। ବୟସ ବଢ଼ିବା ସହ ଏହା ଜଣାପଡ଼େ। ସେତେବେଳକୁ ବହୁ ବିଳମ୍ବ ହୋଇସାରିଥାଏ ଏବଂ ଏହାର ଚିକିତ୍ସା କରିବା କଷ୍ଟକର ହୋଇପଡ଼େ। ବିରଳ ରୋଗ ପୀଡ଼ିତଙ୍କ କ୍ଷମତାର ଅନ୍ତ କରିଦିଏ। ବେଳେ ବେଳେ ଏହା ଏତେ ବିପଜ୍ଜନକ ହୋଇପଡ଼େ ଯେ, ରୋଗୀ ନିଶ୍ଚିତ ମୃତ୍ୟୁମୁଖରେ ପଡ଼େ। ଏଭଳି ରୋଗରେ ଆକ୍ରାନ୍ତଙ୍କୁ ବିଶେଷ ଯତ୍ନର ଆବଶ୍ୟକତା ଲୋଡ଼ାପଡ଼େ। ଯଦିଓ ରୋଗ ସମ୍ପୂର୍ଣ୍ଣ ଉପଶମ ହେବା ସମ୍ଭାବନା ନ ଥାଏ, ତଥାପି ପରିବାର ସଦସ୍ୟଙ୍କ ସହଯୋଗ, ସେବା ଦ୍ୱାରା ରୋଗୀଙ୍କ ଯନ୍ତ୍ରଣା କିଛି ମାତ୍ରାରେ ଲାଘବ ହୋଇଥାଏ ଏବଂ ମନରେ ସକାରାତ୍ମକ ଭାବନା ସୃଷ୍ଟି ହେବାରେ ସହାୟକ ହୁଏ।
ଭାରତର ସ୍ଥିତି ଜଟିଳ
ଭାରତ ଭଳି ବିଶାଳ ଦେଶରେ ବିରଳ ରୋଗରେ ଆକ୍ରାନ୍ତଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ନିରୂପଣ କରିବା କେବଳ କଷ୍ଟସାଧ୍ୟ ନୁହେଁ, ଏକପ୍ରକାର ଅସମ୍ଭବ ମଧ୍ୟ। ତେବେ ଦେଶରେ ୭ କୋଟିରୁ ଊର୍ଦ୍ଧ୍ୱ ଏଭଳି ଜଟିଳ ରୋଗର ଶିକାର ହୋଇଥିବା ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ଅନୁମାନ କରାଯାଇଛି। ଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନ୍ଧବିଶ୍ୱାସ ଏବଂ ସଚେତନତା ଅଭାବରୁ ଏବେ ବି ଲୋକେ ଔଷଧ ଅପେକ୍ଷା ଝଡ଼ାଫୁଙ୍କା ଉପରେ ବେଶି ବିଶ୍ୱାସ କରୁଛନ୍ତି। ମେଡିକାଲ ଯିବା ବଦଳରେ ଦେଶୀୟ ଚିକିତ୍ସା ଆପଣାଉଛନ୍ତି। ତେଣୁ ବିରଳ ରୋଗରେ ଆକ୍ରାନ୍ତ ହେଲେ ରୋଗୀ ନିଜେ ମଧ୍ୟ ଏ ସମ୍ପର୍କରେ ଜାଣିପାରି ନ ଥାନ୍ତି। ସେମାନେ ଏହାକୁ ସାଧାରଣ ରୋଗ ଭାବି ଶସ୍ତା ଚିକିତ୍ସା ଉପରେ ଭରସା କରୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଜଣାପଡୁନାହିଁ, ଯାହା ସ୍ଥିତିକୁ ଅଧିକ ଜଟିଳ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri