ଦୁର୍ଦ୍ଦାନ୍ତ ଅପରାଧୀ ମୁଜାଫରଙ୍କୁ କୋର୍ଟଚାଲାଣ

ଝୁମ୍ପୁରା,୮।୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍‌ଡି ମୁଜାଫରଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଚୋରି, ଡକାୟତି, ବଟି ଆଦାୟ ସହିତ ବହୁ ଅସାମାଜିକ କାର୍ଯ୍ୟକଳାପରେ ମୁଜାଫର ସମ୍ପୃକ୍ତ ରହିଛନ୍ତି। ଏ ନେଇ ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ବାମେବାରୀ ଥାନାରେ କେସ ନଂ. ୧୧୪/୧୬ରେ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା। କିଛି ମାସ ଧରି ପୋଲିସକୁ ଚକ୍‌ମା ଦେଖାଇ ମୁଜାଫର ଖସି ଯାଉଥିଲେ। ୨ ଦିନ ପୂର୍ବରୁ ପୋଲିସ ଝୁମ୍ପୁରା ବଜାରରୁ ତାଙ୍କୁ ଗିରଫକରି କେସ୍‌ ନଂ ୪୨/୧୯ରେ ମାମଲା ରୁଜୁ କରିଥିଲା।