ଦୁର୍ଦ୍ଦଶା ଲାଗି ଅଟୋ ସେକ୍ଟର ନିଜେ ଦାୟୀ: ରାଜୀବ ବଜାଜ

ମୁମ୍ବାଇ,୧୨-୯: ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ସଙ୍କଟ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥିପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି। ଲୋକେ ଇଏମ୍‌ଆଇ ଭରିବା ବଦଳରେ ଓଲା ଓ ଉବର କ୍ୟାବ୍‌ରେ ଯିବାକୁ ପସନ୍ଦ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବଜାଜ ଅଟୋ ଏମ୍‌ଡି ରାଜୀବ ବଜାଜଙ୍କର ଏ କ୍ଷେତ୍ରରେ ଭିନ୍ନ ମତ ରହିଛି। ସେ କହିଛନ୍ତି ଯେ, ଅତ୍ୟଧିକ ଉତ୍ପାଦନ ଯୋଗୁ ଗାଡ଼ି ଗଦା ହେବା ଏବଂ କେତେକ ପରିମାଣରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟରରେ ସଙ୍କଟଗ୍ରସ୍ତ ହୋଇଛି। ଏଥିପାଇଁ ଅଟୋ ସେକ୍ଟର ନିଜେ ଦାୟୀ ବୋଲି ସେ କହିଛନ୍ତି। ତାଙ୍କ ମତରେ ଜିଏସ୍‌ଟି ହାର ହ୍ରାସ ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ଆସନ୍ତା ୨୦ରେ ଜିଏସ୍‌ଟି କାଉନସିଲ୍‌ର ବୈଠକରେ ଅଟୋ ସେକ୍ଟର ପାଇଁ ଜିଏସ୍‌ଟି ହାର ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ। ବଜାଜ୍‌ଙ୍କ କହିବାନୁଯାୟୀ, ଅଟୋ ଶିଳ୍ପ ବିଏସ୍‌-୬ ମାନଦଣ୍ଡ ପୂରଣ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ନଭେମ୍ବର ସୁଦ୍ଧା ସଙ୍କଟ ଶେଷ ହୋଇଯିବ। ସେ କହିଛନ୍ତି ଯେ, ଏଭଳି କୌଣସି ଶିଳ୍ପ ନାହିଁ ଯାହା କେବେ ନିମ୍ନଗାମୀ ହୁଏନାହିଁ। ଏହା ସର୍ବଦା ଗୋଟିଏ ବେଗରେ ଯାଉଥିବାର କେବେ ହେଲେ ଦେଖାଯାଇନାହିଁ। ଉଲ୍ଲେଖ କରାଯାଇପାରେ ଯେ, ବଜାଜ୍‌ ଅଟୋ ଦେଶର ତୃତୀୟ ସର୍ବବୃହତ ବାଇକ ନିର୍ମାତା ଭାବେ ପରିଗଣିତ। ଏହା ଉତ୍ପାଦନ କରୁଥିବା ମୋଟ ଗାଡ଼ିର ଅଧା ରପ୍ତାନି କରିଥାଏ। ତେବେ ରାଜୀବ ବଜାଜ କହିଛନ୍ତି ଯେ, ଜୁଲାଇ ଓ ଅଗଷ୍ଟରେ କମ୍ପାନୀର ଗାଡ଼ି ବିକ୍ରି ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଆର୍ଥିକ ନୀତି କାରଣରୁ ୫-୭ ପ୍ରତିଶତ ଅଧିକ ହ୍ରାସ ଦେଖାଯାଇଛି। ସେ କହିଛନ୍ତି ଯେ, ସବୁ ଉଦ୍ୟୋଗର ଏକ ଚକ୍ର ରହିଛି। ଅଭିବୃଦ୍ଧି ଓ ହ୍ରାସ ସମାନ ଭାବେ ହୋଇଥାଏ। କେବେ ସୁଦ୍ଧା ଅଟୋମୋବାଇଲ ସେକ୍ଟରରେ ସୁଦିନ ଫେରିବ କହିହେବ ନାହିଁ। ତେବେ ତାଙ୍କ ମତରେ ଏଥିପାଇଁ ବର୍ଷେ କିମ୍ବା ଦୁଇ ବର୍ଷ ଲାଗିଯାଇପାରେ। ସେ କହିଛନ୍ତି ଯେ, ଅଟୋ ଶିଳ୍ପ ବେଳେ ବେଳେ କିଛି ନ ଭାବି ଗୋଟି ଚଳାଇଦିଏ। ଭବିଷ୍ୟତର ଅନୁମାନ ପ୍ରତି ଧ୍ୟାନ ନ ଦେଇ ଉତ୍ପାଦନ ବଢ଼ାଇ ଚାଲେ। ବର୍ତ୍ତମାନ ସେଭଳି ସ୍ଥିତି ଦେଖାଦେଇଛି। ଅଟୋ ସେକ୍ଟରରେ ଜିଏସ୍‌ଟି ହାରକୁ ୨୮ରୁ ୧୮%କୁ ହ୍ରାସ ପାଇଁ ଦାବି ହେଉଥିବାକୁ ନେଇ ବଜାଜ କହିଛନ୍ତି ଯେ, ଏହାଦ୍ୱାରା ଡିଲରଙ୍କ ଅର୍ଥ ଫଶିଯିବ। ତାଙ୍କର କହିବାନୁଯାୟୀ, ଡିଲରମାନେ ଇତିମଧ୍ୟରେ ଅଧିକ ଜିଏସ୍‌ଟି ଦେଇସାରିଛନ୍ତି। ଜିଏସ୍‌ଟି ହାର ହ୍ରାସ ପାଇଲେ ଲୋକେ ଶସ୍ତାରେ ଗାଡ଼ି କିଣିବାକୁ ଚାହିଁବେ। ଏହାଦ୍ୱାରା ଡିଲରଙ୍କୁ କ୍ଷତି ସହିବାକୁ ପଡିବ। ଜିଏସ୍‌ଟି ହାର ହ୍ରାସ କେବଳ ବିଏସ୍‌-୬ ଗାଡ଼ିରେ ସୀମିତ ରହିବା ଆବଶ୍ୟକ ବୋଲି ବଜାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri