Categories: ଜାତୀୟ

ଦୁର୍ଘଟଣାରେ ୨୦ ଯାତ୍ରୀ ଜଳିଗଲେ

କନୌଜ,୧୧ା୧: ଉତ୍ତରପ୍ରଦେଶର କନୌଜ ଜିଲାରେ ଶୁକ୍ରବାର ଏକ ଘରୋଇ ଡବଲ ଡେକର ବସ୍‌ ସହ ଟ୍ରକ ମୁହାଁମୁହିଁ ଧକ୍କାଖାଇବା ପରେ ଗାଡ଼ି ଦୁଇଟିରେ ନିଆଁ ଲାଗିଯିବାରୁ ପ୍ରାୟ ୨୦ ଯାତ୍ରୀ ଜିଅନ୍ତା ଜଳି ଯାଇଥିବା ଜଣାପଡ଼ିଛି। ବସ୍‌ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ କେତେକ ଆହତ ହୋଇଥିବା ପ୍ରକାଶ। ସଙ୍ଗେ ସଙ୍ଗେ ଦମକଳ ବାହିନୀର କର୍ମଚାରୀମାନେ ସେଠାରେ ପହଞ୍ଚି ଘଣ୍ଟାକ ମଧ୍ୟରେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାପାଳ ଓ ଏସ୍‌ପିଙ୍କୁ ଦୁର୍ଘଟଣାସ୍ଥଳକୁ ଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

Share