The dead man's body. Focus on hand
ଆରଡ଼ି, ୭।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅନ୍ତର୍ଗତ ଓଳଗ ନିକଟସ୍ଥ ଭଦ୍ରକ-ଆରଡ଼ି ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରକ ଅଟୋକୁ ଧକ୍କା ଦେବାରୁ ଜଣେ କୃଷି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଭଦ୍ରକ ଆଡୁ ଆସୁଥିବା ଉକ୍ତ ଅଟୋରେ ୩ ଜଣ ମହିଳା ଓ ୩ ପୁରୁଷ ଥିଲେ। ଦୁର୍ଘଟଣାରେ ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ରାତି ପ୍ରାୟ ସାଢ଼େ ୯ଟା ପରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନେ ମୟୂରଭଞ୍ଜ ଠାକୁରପାଟଣା ଅଞ୍ଚଳର। ସେମାନେ ଯାଜପୁର ଜିଲାର ଇଚ୍ଛାପୁରକୁ ଧାନ କାଟିବା ପାଇଁ ଆସୁଥିଲେ ବୋଲି ଜଣାପଡ଼ିଛି।