Posted inଜାତୀୟ

ଦୁର୍ଗ ଭେଦିବାକୁ ଭାଜପାର କସରତ

ପରଜଙ୍ଗ, ୨୧।୪(ଡି.ଏନ.ଏ.) ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକ ସଭା କ୍ଷେତ୍ର ଢେଙ୍କାନାଳରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୩ରେ ଅନୁଷ୍ଠିତ ହେଉଛି। ପ୍ରଚାର ସରିବାକୁ ପ୍ରାର୍ଥୀଙ୍କ ହାତରେ ମାତ୍ର କେଇଘଣ୍ଟା ଥିବାବେଳେ ଭୋଟରଙ୍କ ମୁଡ୍‌ ପରଖୁଛନ୍ତି ରାଜନୈତିକ ଦଳ। ମଇଦାନରେ କସରତ କରୁଥିବା ପ୍ରାର୍ଥୀ ଜନସାଧାରଣଙ୍କୁ ଅଜାଡୁଛନ୍ତି ଅଜସ୍ର ପ୍ରତିଶ୍ରୁତି। ଏସବୁ ଭିତରେ ବିଜେଡିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପରଜଙ୍ଗ ନିର୍ବାଚନମଣ୍ଡଳୀ (୫୮) ଉପରେ ଅଟକିଛି ସମସ୍ତଙ୍କ ନଜର। ଏଠାରୁ କ୍ରମାଗତ ୨ଥର ବିଜୟୀ ହୋଇ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଥିବା ଡା. ନୃସିଂହ ଚରଣ ସାହୁଙ୍କ  ପାଇଁ ଚଳିତ ନିର୍ବାଚନ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି। ସେହିପରି ଲଗାତାର ୨ଥର ପରାଜିତ ହୋଇଥିବା ଭାଜପା ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନ ବିଜେଡି ଦୁର୍ଗ ଭେଦିବାକୁ ଦିନରାତି ଏକ୍‌ କରିଦେଇଛନ୍ତି। ଅପରପକ୍ଷେ ମତଦାନକୁ ମାତ୍ର ଦିନ କେଇଟା ଥିବାବେଳେ କଂଗ୍ରେସରେ କିନ୍ତୁ ଗୋଷ୍ଠୀ କନ୍ଦଳ ଥମିବାର ନଁା ଧରୁନି। ଚଳିତ ନିର୍ବାଚନରେ ମହିଳା କାର୍ଡ ଖେଳି ନିର୍ବାଚନ ବୈତରଣୀ ପାରହେବାକୁ ଆଶା ରଖିଥିବା କଂଗ୍ରେସ ପାଇଁ ଏବେ ଦଳୀୟ ବିଦ୍ରୋହୀ ହିଁ କଣ୍ଟା ସାଜିଛନ୍ତି, ଯାହା ପ୍ରାର୍ଥୀଙ୍କ ପାଇଁ ଚିନ୍ତା ବଢ଼ାଇଛି।

ଦୀର୍ଘ ୧୦ବର୍ଷ ହେଲା ବିଜେଡି କବ୍‌ଜାରେ ରହିଛି ପରଜଙ୍ଗ ବିଧାନସଭା ଆସନ। ୨୦୦୯ରୁ ବିଭୂତିଙ୍କୁ ଭାଜପା ପ୍ରାର୍ଥୀ କରି ଆସୁଥିଲେ ମଧ୍ୟ ତାଙ୍କୁ ବିଜୟ ସୁଯୋଗ ଜୁଟିନାହିଁ। ନୃସିଂହ ଏଠାରୁ କ୍ରମାଗତ ବିଜୟ ହେବା ସହ ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମଧ୍ୟ ପାଇଛନ୍ତି। ତାଙ୍କ ଉପରେ ପୁଣି ଥରେ ଭରସା କରିଛି ଶାସକ ଦଳ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଞ୍ଚାୟତ ନିର୍ବାଚନରେ ନିର୍ବାଚନମଣ୍ଡଳୀ ଅଧୀନ ୭ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୪ଟି ଛଡ଼ାଇନେଇଛି ଭାଜପା। ଗ୍ରାମାଞ୍ଚଳରେ ମଧ୍ୟ ଭାଜପାର ପତିଆରା ପୂର୍ବାପେକ୍ଷା ବଢ଼ିଛି। ତେଣୁ ୨୦୧୯ ନିର୍ବାଚନ ନୃସିଂହଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱକୁ ପୁଞ୍ଜି କରି ନୃସିଂହ ଭୋଟରଙ୍କ ପାଖକୁ ଯାଉଛନ୍ତି।

ସେପଟେ ପରିବର୍ତ୍ତନ ନାରା ଦେଇ ଭାଜପା ପ୍ରଚାରକୁ ଜୋର୍‌ଦାର କରିଛି। ପ୍ରତିଦିନ ବାଇକ୍‌ ରାଲି, ରୋଡ ଶୋ କରି ବିଜେଡିର ଅଭେଦ୍ୟ ଦୁର୍ଗରେ ଗୈରିକ ପତାକା ଉଡ଼ାଇବାକୁ ଗୋଟି ଚଳାଇଛନ୍ତି ବିଭୂତି। ପୂର୍ବରୁ ଅନୁଷ୍ଠିତ ୨ଟି ନିର୍ବାଚନରେ ବିଭୂତି ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଚଳିତ ନିର୍ବାଚନରେ ସେ ପୂର୍ବଭୁଲକୁ ନ ଦୋହରାଇ ମାପିଚୁପି ଆଗକୁ ବଢୁଛନ୍ତି। ବିଭୂତିଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଚଳଚ୍ଚିତ୍ର ତାରକା ଅନୁ ଚୌଧୁରୀ ଆସି ପ୍ରଚାର କରିଛନ୍ତି।

ଅନ୍ୟପଟେ ଚଳିତ ନିର୍ବାଚନରେ କଂଗ୍ରେସ ମହିଳା କାର୍ଡ ଖେଳିଛି। ଜିଲା ଉପସଭାପତି ସନ୍ତୋଷ ରାଉତଙ୍କ ସ୍ତ୍ରୀ ଯଶସ୍ବିନୀ ରାଉତଙ୍କୁ ଟିକେଟ ଦେଇଛି ଦଳ। ୨୦୧୪ରେ ସନ୍ତୋଷ ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ତାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ କରି ଅନେକେ ଦଳ ଛାଡ଼ିଥିଲେ। ହେଲେ ଏବେ ସ୍ତ୍ରୀ ଯଶସ୍ବିନୀଙ୍କୁ ଟିକେଟ ମିଳିଥିବାରୁ ସନ୍ତୋଷ ଦଳୀୟ ସଙ୍ଗଠକଙ୍କୁ ନେଇ ପ୍ରଚାର କରୁଛନ୍ତି। ତେବେ ଦଳ ପାଇଁ କଣ୍ଟା ସାଜିଛନ୍ତି ଟିକେଟ ଆଶାୟୀ। ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିମଳ ବେହେରା, ଆଇନଜୀବୀ ରମେଶ ବେହେରା, ଭାଜପା ଛାଡି କଂଗ୍ରେସରେ ମିଶିଥିବା ପୂର୍ବତନ ଜିଲା ପରିଷଦ ସଭ୍ୟ ନିରାକାର ପ୍ରଧାନ ଟିକେଟ ଦୌଡ଼ରେ ଥିଲେ। ସେମାନେ ନିଜ ନିଜ ସ୍ତରରେ ସଙ୍ଗଠନ ପାଇଁ କାମ କରୁଥିଲେ। ହେଲେ ଟିକେଟରୁ ବଞ୍ଚତ୍ତ ହେବା ପରେ ନିରାକାର ବିଜେଡି ପ୍ରାର୍ଥୀ ନୃସିଂହଙ୍କ ସହ ହାତ ମିଳାଇଛନ୍ତି। ତାଙ୍କୁ ଅନେକ ସମୟରେ ବିଜେଡି ପ୍ରଚାର ଶୋଭାଯାତ୍ରାରେ ଦେଖିବାକୁ ମିଳୁଛି। ସେହିପରି ଟିକେଟ ଆଶାରେ ଥିବା ରମେଶ ନିରାଶ ହେବା ପରେ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିଲେ। ଯଦିଓ ସେ ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି, ତଥାପି ଦଳ ପାଇଁ ପ୍ରଚାର କରୁନାହାନ୍ତି। ବିମଳଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଛି। ତାଙ୍କୁ କେହି ପ୍ରଚାର ପାଇଁ ଡାକୁ ନ ଥିବା କହି ସେ ନିଜକୁ ସଙ୍ଗଠନଠାରୁ ଦୂରେଇ ରଖିଛନ୍ତି। ସବୁଥର ଏପରି ଦଳୀୟ କନ୍ଦଳ ପାଇଁ କଂଗ୍ରେସକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଟିକେଟ ଦୌଡ଼ରେ ଥିବା ଆଶାୟୀଙ୍କ ଏପରି ଖୋଲାଖୋଲି ବିଦ୍ରୋହ କଂଗ୍ରେସକୁ ମହଙ୍ଗା ପଡ଼ିପାରେ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ପରଜଙ୍ଗ ନିର୍ବାଚନମଣ୍ଡଳୀରେ ଡା. ନୃସିଂହ ଚରଣ ସାହୁ (ବିଜେଡି), ବିଭୂତି ଭୂଷଣ ପ୍ରଧାନ (ଭାଜପା), ଯଶସ୍ବିନୀ ରାଉତ (କଂଗ୍ରେସ), ଦିବ୍ୟଜ୍ୟୋତି ନାୟକ (ହିନ୍ଦୁସ୍ଥାନ ନିର୍ମାଣ ଦଳ), ନିର୍ମଳା ମିଶ୍ର  (ଆମ୍ବେଦକର ନ୍ୟାଶନାଲ କଂଗ୍ରେସ), ଲମ୍ବୋଦର ନାଏକ (ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ) ପ୍ରାର୍ଥୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri